ETV Bharat / state

ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସାହା ପାଲଟିଛି ବେଦାନ୍ତ ସମିତି, ମାଗଣାରେ ଚାଲିଛି ପାଠପଢା - ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା

ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇଦେବା ନେଇ କୋରାପୁଟ ବେଦାନ୍ତ ସମିତିର ନିଆରା ପ୍ରୟାସ । ଗରିବ ଶ୍ରେଣୀର ପିଲାଙ୍କୁ ମାଗଣାରେ ଦିଆଯାଉଛି ଶିକ୍ଷାଦାନ । ଅଧିକ ପଢ଼ନ୍ତୁ

vedant samiti provides free tuition in Koraput

author img

By

Published : Feb 25, 2023, 9:47 AM IST

ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସାହା ପାଲଟିଛି ବେଦାନ୍ତ ସମିତି

କୋରାପୁଟ: ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବାକୁ କୋରାପୁଟ ବେଦାନ୍ତ ସମିତିର ନିଆରା ପ୍ରୟାସ । ଆର୍ଥିକ ରୂପେ ଅନଗ୍ରସର ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମାଗଣା ଶିକ୍ଷାଦାନ । କୋରାପୁଟ ସହରରେ ବେଦାନ୍ତ ସମିତି ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଅନେକ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ନିଶୁଳ୍କରେ ଶିକ୍ଷା ଲାଭ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ: Earthquake Zone: ତାଳଚେରକୁ ରହିଛି କି ଭୂକମ୍ପ ବିପଦ ? ତୁର୍କୀ ଭୁକମ୍ପ ପରେ ସୂତାଖିଅରେ ଝୁଲୁଛି 60 ହଜାର ଲୋକଙ୍କ ଭାଗ୍ୟ !

ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ନଥିବା ଛାତ୍ରଛାତ୍ରୀମାନେ ଉଚିତ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତି । ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଅର୍ଥ ଅଭାବରୁ ଟିଉସନ ଲାଭ ପାଇପାରୁନଥିଲେ । ଫଳରେ କୌଣସି ବିଷୟରେ ଦ୍ବନ୍ଦ ରହିଲେ ସହଜରେ ଦୂର କରିପାରୁନଥିଲେ । କୋରାପୁଟ ବେଦାନ୍ତ ସମିତିର ନିଆରା ପ୍ରୟାସ ଏବେ ଛାତ୍ରଛାତ୍ରୀଙ୍କୁ ଦେଖାଇଛି ନୂଆ ଆଶା । ଆର୍ଥିକ ଅନଗ୍ରସର ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଉଛି । ସ୍କୁଲରୁ ଫେରିବା ପରେ ଏଠାରେ ଆସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଅବସରପ୍ରାପ୍ତ ଶିକ୍ଷକମାନେ ଏଠାରେ ପାଠ ପଢ଼ାଉଛନ୍ତି । ଗଣିତ ଠାରୁ ଆରମ୍ବ କରି ସାହିତ୍ୟ, ଇଂରାଜୀ, ଭୂଗୋଳ, ଇତିହାସ ପରି ସମସ୍ତ ବିଷୟ ପଢ଼ାଯାଉଛି । ପିଲାମାନେ ମଧ୍ୟ ଆଗ୍ରହର ସହ ପାଠ ପଢୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Odisha Budget 2023: ସ୍ବାସ୍ଥ୍ୟ ପାଇଁ ୧୬ହଜାର ୪୮କୋଟି ଟଙ୍କା ବ୍ୟୟ ବରାଦ, କମିବ ଆମ୍ବୁଲାନ୍ସ ପହଞ୍ଚିବା ସମୟ

ଗତ ବର୍ଷ ସେପ୍ଟେମ୍ବର ମାସରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ମାଗଣା ଶିକ୍ଷାଦାନ ନେଇ କୋରାପୁଟ ସ୍ଥିତ ବେଦାନ୍ତ ସମିତି ନିଷ୍ପତ୍ତି ନେଇଥିଲା । ପିଲାଙ୍କୁ ପାଠ ପଢ଼ାଇବା ପାଇଁ କୋରାପୁଟ ସହରର କିଛି ଅଭିଜ୍ଞ ଶିକ୍ଷକ ସହାୟତାର ହାତ ବଢ଼ାଇଥିଲେ । ବର୍ତ୍ତମାନ ୧୦ ଜଣ ଶିକ୍ଷକ ରହିଛନ୍ତି । ପ୍ରତିଦିନ 20 ଜଣ ଛାତ୍ରଛାତ୍ରୀଙ୍କୁ ଏଠାରେ ପାଠ ପଢ଼ାଯାଉଛି । ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷକମାନେ ମଧ୍ୟ ଖୁସି ଥିବା ଜଣାଇଛନ୍ତି । ବିଦ୍ୟାଳୟରୁ ଶିକ୍ଷକ ପଦବୀରୁ ଅବସର ନେବା ପରେ ବର୍ତ୍ତମାନ ବେଦାନ୍ତ ସମିତି ସହ ଏମାନେ ଜଡ଼ିତ ହୋଇଛନ୍ତି । ଛାତ୍ରଛାତ୍ରୀ ଯେପରି ଭାବେ ଅପୂର୍ବ ଆଗ୍ରହ ପ୍ରକାଶ କରିଛନ୍ତି ତାହା ଶିକ୍ଷକଙ୍କୁ ନିଜର ଲବ୍ଧ ଜ୍ଞାନକୁ ବାଣ୍ଟିବାରେ ଅନୁପ୍ରେରିତ କରିଥିବା ଶିକ୍ଷକ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.