ETV Bharat / state

ନିଆରା ଜନ୍ମଦିନ ଉପହାର: ଝିଅର କବିତା, ମା’ ଛାପିବ ପୁସ୍ତକ

author img

By

Published : Mar 4, 2022, 10:17 PM IST

କୋରାପୁଟ ଜିଲ୍ଲା ସେମିଳିଗୁଡାର ବୃନ୍ଦାବନ ପଣ୍ଡାଙ୍କ ଝିଅ ରୁଚିକା ଦିବ୍ୟଦର୍ଶିନୀ ପଣ୍ଡା ଦ୍ବାଦଶ ଶ୍ରେଣୀରେ ପଢନ୍ତି । ମା’ ରେଣୁବାଳା ଝଅ ରୁଚିକାଙ୍କ ଲେଖାଗୁଡିକ ନେଇ ପୁସ୍ତକ କରି ଝିଅର ଜନ୍ମ ଦିନରେ ଉପହାର ଦେବାକୁ ସ୍ଥିର କରିଛନ୍ତି । ରୁଚିକାଙ୍କ ଲେଖାରୁ ପ୍ରଥମ କବିତା ସଙ୍କଳନ ‘‘The epicentric Lyric’’ ପୁସ୍ତକ ତାଙ୍କ ମା‘ ତାଙ୍କୁ ଉପହାର ଦେଇଛନ୍ତି । ଅଧିକ ପଢନ୍ତୁ

ଜନ୍ମଦିନ ଉପହାର ପାଇଁ ନିଜ ଝିଅର ଲେଖା ନେଇ ମାର ପୁସ୍ତକ ଉପହାର

କୋରାପୁଟ: ପୁଅ ଝିଅଙ୍କୁ ତାଙ୍କ ଜନ୍ମଦିନରେ ବାପା ମା ଅନେକ ପ୍ରକାରର ଉପହାର ଦିଅନ୍ତି । ଛୋଟ ଖେଳନା ମଟର ସାଇକେଲ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ପର୍ଯ୍ୟନ୍ତ, ଅନେକ ପ୍ରକାରର ଜିନିଷ ସନ୍ତାନର ଜନ୍ମଦିନରେ ଉପହାର ଦେବା ତାଲିକାରେ ସ୍ଥାନ ପାଇଥାଏ । କିନ୍ତୁ, ସେମିଳିଗୁଡାରେ କାର୍ଯ୍ୟରତ ଜଣେ ଇଂରାଜୀ ଶିକ୍ଷୟତ୍ରୀ ରେଣୁବାଳା ହୋତା ନିଜ ଝିଅ ରୁଚିକା ଦିବ୍ୟଦର୍ଶିନୀ ପଣ୍ଡାଙ୍କ ଦ୍ଵାରା ରଚିତ 200 କବିତାକୁ ନେଇ ଏକ ସଙ୍କଳନ ପ୍ରକାଶ କରିବା ଓ ପ୍ରତିବର୍ଷ ତା’ର ଜନ୍ମଦିନରେ ରୁଚିକାଙ୍କ ଦ୍ବାରା ରଚିତ 200 କବିତାକୁ ନେଇ ରଚିତ କବିତାକୁ ନେଇ ଏକ ସଙ୍କଳନ ପ୍ରକାଶ କରିବା ଜନ୍ମଦିନର ଉପହାର ତାଲିକାରେ ନୂତନ ସ୍ଥାନ ଅଧିକାର କରିଛି ।

ସେ ସାହିତ୍ୟକୁ ଭଲ ପାଉ ଅବା ନପାଉ କିନ୍ତୁ ସାହିତ୍ୟ ତାକୁ ଭଲପାଏ । କାରଣ ତା’ ଲେଖନୀ ଜାଣିଛି ସେ ଜଣେ ଅକ୍ଷରର ଆବିଷ୍କାରକ ଆଉ ଶବ୍ଦର ଯାଦୁଗର । ସେଥିପାଇଁ ପିଲାଟି ବେଳୁ ପ୍ରଥମେ ଡାଏରୀ ଲେଖା ପ୍ରତି ସେ ଆକୃଷ୍ଟ ହୋଇଥିଲେ । ଧିରେ ଧିରେ ପରିପକ୍ବ ଶବ୍ଦର ସୁସଜ୍ଜିତ ଜୀବନ୍ୟାସ ବହୁ କମ ବୟସରେ ତାଙ୍କୁ ଦେଇଛି ଜଣେ ଲେଖିକାର ପରିଚୟ । କୋରାପୁଟ ଜିଲ୍ଲା ସେମିଳିଗୁଡାର ରୁଚିକା ଦିବ୍ୟଦର୍ଶିନୀ ପଣ୍ଡା...ବାପା ବୃନ୍ଦାବନ ପଣ୍ଡା । ରୁଚିକାଙ୍କ ରୁଚି ପାଠ ପଢିବା ବ୍ୟତିତ ଲେଖାଲେଖି କରିବା । ଆଉ ଏହି ରୁଚି ଆଣିଦେଇଛି ତାଙ୍କୁ ଅଜଶ୍ର ଖ୍ୟାତି । ଦ୍ବାଦଶ ଶ୍ରେଣୀରେ ପଢୁଥିବା ରୁଚିକା ଏଯାବତ୍ 566ଟି କବିତା ରଚନା କରିଛନ୍ତି । ଚଳିତ ବର୍ଷ ରୁଚିକାଙ୍କ 200ଟି କବିତାକୁ ନେଇ ପ୍ରଥମ କବିତା ସଂକଳନ ‘‘The epicentric Lyric’’ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ । ଆଉ ଏହା ଥିଲା ତାଙ୍କ ଜନ୍ମଦିନ ଭେଟି । ଇଂରାଜି ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଥିବାବେଳେ ଜୀବନ , ପ୍ରକୃତି ଓ ମୃତ୍ୟୁକୁ ନେଇ ଲେଖା ଏପରି ଜାରି ରହିବ ବୋଲି ସେ କହିଛନ୍ତି ।

ସୃଜନୀ ସେତେବେଳେ ପରିପ୍ରକାଶ ହୁଏ ଯେତେବେଳେ ଜଣେ ସ୍ରଷ୍ଟାର ଭାବ ତରଙ୍ଗରେ ଗୁନ୍ଥି ହୋଇଯାଏ ଫର୍ଦ୍ଦ ଫର୍ଦ୍ଦ ଅନୁଭୂତି । ଆଉ ସେହି ଅନୁଭୂତି ଯଦି ପ୍ରେରଣା ଭାବେ କାହାକୁ ପାଇଯାଏ ତାହେଲେ ସେ ଶବ୍ଦସବୁ କଥା କହିବା ଆରମ୍ଭ କରେ । ରୁଚିକାଙ୍କ ମା’ ରେଣୁବାଳା ହୋତା ଜଣେ ଇଂରାଜୀ ଶିକ୍ଷୟତ୍ରୀ । ଝିଅର ସାହିତ୍ୟ ପ୍ରତି ଥିବା ଦୁର୍ବଳତାରେ ସର୍ବଦା ପ୍ରୋଟିନ ବୁଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରତି ବର୍ଷ ରୁଚିକାର ଜନ୍ମ ଦିନରେ ତାଙ୍କର ଲେଖାଗୁଡିକୁ ପୁସ୍ତକ ଭାବେ ଭେଟି ଦେବାକୁ ମା ରେଣୁବାଳା ପଣ କରିଛନ୍ତି । ଝିଅର ସୁଦୀର୍ଘ ସାହିତ୍ୟ ଯାତ୍ରାର ସାରଥୀ ହେବାକୁ ସେ ବଦ୍ଧପରିକର ବୋଲି କହିଛନ୍ତି । ତାଙ୍କ ସାହିତ୍ୟ ପାଠକଙ୍କୁ ଆହୁରି ଆକର୍ଷିତ କରୁ, ତାଙ୍କ ଶବ୍ଦବିନ୍ୟାସ ସାହିତ୍ୟ ପ୍ରେମୀଙ୍କୁ ଉନ୍ମାଦିତ କରୁ, ଏହା ହିଁ କାମନା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.