କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ସଞ୍ଜୀବ କୁମାର ବଲ୍ୟାନ । ଆଜି ସକାଳେ କୋରାପୁଟରେ ପହଞ୍ଚି ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରିବା ସହ ସକାଳ ଆଳତିରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ଏହି ଗସ୍ତରେ ସେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ସେ ବିଜେପିର ଦଳୀୟ କର୍ମକର୍ତ୍ତାଙ୍କ ସହ ଅଞ୍ଚଳର ବିକାଶ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି । ଅପରାହ୍ନରେ ଫେରିଯିବା ପୂର୍ବରୁ ମତ୍ସ୍ୟ ଓ ପଶୁ ସମ୍ପଦ ସହ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ସହ ମଧ୍ୟ ଆଲୋଚନା କରିବାର ସମ୍ଭାବନା ରହିଥିବା ଦଳୀୟ ସୂତ୍ରରୁ ଜଣାପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ