ETV Bharat / state

ଆଇଏଏସ ପରୀକ୍ଷା ପାଇଁ କୋରାପୁଟରୁ ବାହାରିବ 2ଟି ପରୀକ୍ଷା ସ୍ପେଶାଲ ଟ୍ରେନ - korpaut news

ଆସନ୍ତା ଅକ୍ଟୋବର 4 ତାରିଖରେ ଅନୁଷ୍ଠିତ ହେବ ଭାରତୀୟ ପ୍ରଶାସନିକ ସେବା । ପରୀକ୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଅଞ୍ଚଳର ପିଲାମାନଙ୍କ ପାଇଁ ରେଳ ସୁବିଧା କରାଯାଇଛି । କୋରାପୁଟରୁ 2ଟି ପୃଥକ ପୃଥକ ସ୍ୱତନ୍ତ୍ର ଯାତ୍ରୀବାହୀ ରେଳଗାଡି ବାହାରିବ ବୋଲି ରେଳ ବିଭାଗ ତରଫରୁ ଜାରି କରାଯାଇଥିବା ଏକ ଚିଠିରୁ ଜଣାପଡିଛି । ଅଧିକ ପଢନ୍ତୁ...

ଆଇଏଏସ ପରୀକ୍ଷା ପାଇଁ କୋରାପୁଟରୁ ବାହାରିବ 2ଟି ପରୀକ୍ଷା ସ୍ପେଶାଲ ଟ୍ରେନ

author img

By

Published : Sep 26, 2020, 7:26 PM IST

କୋରାପୁଟ: ଆସନ୍ତା ଅକ୍ଟୋବର 4 ତାରିଖରେ ଅନୁଷ୍ଠିତ ହେବ ଭାରତୀୟ ପ୍ରଶାସନିକ ସେବା । ପରୀକ୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଅଞ୍ଚଳର ପିଲାମାନଙ୍କ ପାଇଁ ରେଳ ସୁବିଧା କରାଯାଇଛି । କଟକ ଓ ବିଶାଖାପାଟଣାରେ ଏହି ପରୀକ୍ଷା ଦେବା ପାଇଁ 3 ତାରିଖ ଦିନ କୋରାପୁଟରୁ 2ଟି ପୃଥକ ପୃଥକ ସ୍ୱତନ୍ତ୍ର ଯାତ୍ରୀବାହୀ ରେଳଗାଡି ବାହାରିବ ବୋଲି ରେଳ ବିଭାଗ ତରଫରୁ ଜାରି କରାଯାଇଥିବା ଏକ ଚିଠିରୁ ଜଣାପଡିଛି ।

ଆଇଏଏସ ପରୀକ୍ଷା ପାଇଁ କୋରାପୁଟରୁ ବାହାରିବ 2ଟି ପରୀକ୍ଷା ସ୍ପେଶାଲ ଟ୍ରେନ

ପ୍ରକାଶିତ ଚିଠି ଅନୁଯାୟୀ, କଟକ ଯାଉଥିବା ସ୍ୱତନ୍ତ୍ର ଟ୍ରେନ କୋରାପୁଟରୁ 3 ତାରିଖ ସକାଳ 5ଟାବେଳେ ବାହାରି ରାତି 9ଟାବେଳେ କଟକ ପହଞ୍ଚିବ । ସେହିପରି କଟକରୁ 4 ତାରିଖ ରାତି 8ଟା 15ରେ ବାହାରି 5 ତାରିଖ ଦିନ ମଧ୍ୟାହ୍ନ 12ଟାବେଳେ କୋରାପୁଟରେ ପହଞ୍ଚିବ । ସେହିପରି ବିଶାଖାପାଟଣାକୁ ଯାଉଥିବା ରେଳଗାଡିଟି 3 ତାରିଖ ଅପରାହ୍ନ ଗୋଟାଏ ବେଳେ କୋରାପୁଟରୁ ବାହାରି ସନ୍ଧ୍ୟା 7ଟା 50ରେ ପହଞ୍ଚିବାକୁ ଥିବାବେଳେ 4 ତାରିଖ ଦିନ ବିଶାଖାପାଟଣାରୁ ରାତ୍ରି 9ଟା 40ରେ ବାହାରି ଏହି ଟ୍ରେନଟି 5 ତାରିଖ ଭୋର 4ଟା 40ରେ କୋରାପୁଟରେ ପହଞ୍ଚିବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.