କୋରାପୁଟ: କୋରୋନାକୁ ନେଇ ଦେଶବ୍ୟାପୀ ଲକଡାଉନ ହୋଇଥିବା ବେଳେ ନିଜାମୁଦ୍ଦିନ ସଭାରେ ଯୋଗଦେଇ ଫସିଲେ କୋରାପୁଟର ଦୁଇ ବ୍ୟକ୍ତି । ଦୁଇଜଣ ବ୍ୟକ୍ତି ସଭାରେ ଯୋଗଦେଇଥିବା ବେଳେ ଏଯାବତ କୋରାପୁଟ ଫେରିନାହାନ୍ତି ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ତେବେ କୋଟପାଡ଼ରୁ ଯାଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀରେ କ୍ବାରେଣ୍ଟାଇନରେ ରଖାଯାଇଥିବା ବେଳେ ଜୟପୁରରୁ ଯାଇଥିବା ବ୍ୟକ୍ତିଙ୍କୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଠାରେ କ୍ବାରେଣ୍ଟାଇନରେ ରଖାଯାଇଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏଥି ସହିତ ସୁରକ୍ଷା କାରଣରୁ ଏହି ଦୁଇ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଜୟପୁର ଓ କୋଟପାଡରେ କ୍ବାରେଣ୍ଟାଇନରେ ରଖାଯାଇଥିବା ସେ କହିଛନ୍ତି । ବୁଧବାର କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି କୋରୋନା ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ