କୋରାପୁଟ: ଗୁପ୍ତେଶ୍ବର ନିକଟସ୍ଥ ନଦୀରେ ଗାଧୋଇବାବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ । ଦୁଇ ପର୍ଯ୍ୟଟକ ଦୁଇଭାଇ ବୋଲି ଜଣା ପଡ଼ିଛି । ଉଭୟ ନିଜ ପରିବାର ସହ ମହାଦେବ ଗୁପ୍ତେଶ୍ବରଙ୍କ ଦର୍ଶନ କରିବାକୁ ଆସିଥିବାବେଳେ ଏଭଳି ଏକ ଦୁଃଖଦ ଦୁର୍ଘଟଣାର ଶିକାର ହୋଇଛନ୍ତି ।
୧୬ ବର୍ଷ ବୟସ୍କ ସୁମିତ ସ୍ବାଇଁ ନଦୀରେ ଗାଧୋଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବଡ଼ ଭାଇ ୨୦ ବର୍ଷ ବୟସ୍କ ଆଦିତ୍ୟ ସ୍ବାଇଁ ମଧ୍ୟ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଖବର ଲେଖାଯିବା ସୁଦ୍ଧା ଦୁଇଜଣ ନିଖୋଜ ରହିଛନ୍ତି ।
ଦୁଇ ଭାଇଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି । ଘଟଣା ସମ୍ପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସେପଟେ ଅଗ୍ନିଶମ ବାହିନୀକୁ ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି ସ୍ଥାନୀୟ ବାସିନ୍ଦା ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ