ETV Bharat / state

ବିବାହ କାର୍ଡ ବାଣ୍ଟିବାକୁ ଯାଉଥିଲେ ନଣନ୍ଦ-ଭାଉଜ: ଜଗିବସିଥିଲା ଯମ, ଦୁଇମୃତ ଜଣେ ଶିଶୁ ଗୁରୁତର

author img

By

Published : Jun 16, 2023, 10:53 PM IST

ମର୍ମନ୍ତୁଦ ସଡକ ଦୁର୍ଘଟଣା। ବିବାହ କାର୍ଡ ବାଣ୍ଟିବା ପାଇଁ ଯାଉଥିବା ସମୟରେ ପଛପଟୁ ଧକ୍କା ଦେଲା ଟ୍ରକ। 2 ମୃତ ଜଣେ ଶିଶୁ ଗୁରୁତ୍ୱର।

ବିବାହ କାର୍ଡ ବାଣ୍ଟିବା ପାଇଁ ଯାଉଥିବା ସମୟରେ ପଛପଟୁ ଧକ୍କା ଦେଲା ଟ୍ରକ

ଜୟପୁର: ବିବାହ କାର୍ଡ ବାଣ୍ଟିବା ସହ ବିବାହ ସାମଗ୍ରୀ କିଣିବା ପାଇଁ ବାହାରିଥିଲେ। ହେଲେ ରାସ୍ତାରେ ଜଗି ବସଥିଲା କାଳ। ପଛପଟୁ ପିଟିଲା କୋଇଲା ବୋଝାଇ ଟ୍ରକ୍ । ଫଳରେ ଘଟଣା ସ୍ଥଳରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ 3 ବର୍ଷର ଶିଶୁ ଗୁରୁତର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳଛି କୋରାପୁଟର ଜୟପୁରରେ । ତେବେ ଗୁରୁତର ଅବସ୍ଥାରେ 3 ବର୍ଷର ଶିଶୁକୁ ପ୍ରଥମେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାନୁଯାୟୀ, କୋରାପୁଟ ସହରର ଟିକିରା ସାହିର ସୋନାଲି ରାଓ ତାଙ୍କ ନଣନ୍ଦ ରାଜଲକ୍ଷ୍ମୀ ରାଓ ଓ 3 ବର୍ଷର ଶିଶୁ ସହିତ ଗୋଟେ ସ୍କୁଟି ଯୋଗେ ବିବାହ କାର୍ଡ ବାଣ୍ଟିବା ପାଇଁ ଯାଇଥିଲେ। କାର୍ଡ ବାଣ୍ଟିବି ଅତ୍ୟାବଶକୀୟ ଜିନିଷ କିଣି କରି ଫେରିବା ପାଇଁ ଘରୁ ବାହାରିଥିଲେ । ଆସନ୍ତା ବୁଧବାର ଦିନ ଭାଇଙ୍କ ବିବାହ ଥିବାରୁ ରାଜଲକ୍ଷ୍ମୀ ଓ ତାଙ୍କ ଭାଉଜ ହସ ଖୁସିରେ ଘରୁ ବାହାରିଥିଲେ । କିଏ ଜାଣିଥିଲା ଅଧ ରାସ୍ତାରେ ଯମ ତାଙ୍କୁ ଅନାଇ ବସିଥିବ । ସ୍କୁଟିରେ ଯାଉଥିବା ସମୟରେ ଜୟପୁର ବାରିଣୀପୁଟ ଘାଟି ନିକଟରେ ପଛରୁ ଏକ କୋଇଲା ବୋଝେଇ ଟ୍ରକ ତାଙ୍କ ସ୍କୁଟି କୁ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ନଣଦ ଭାଉଜଙ୍କ ମୃତ୍ୟୁ ଘଟିଥିବା ବେଳେ 3 ବର୍ଷର ଶିଶୁ ଗୁରୁତର ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ କରୁଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଓ ହେଲ୍ପର ଗାଡି ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଏ ଦୁଃଖଦ ଘଟଣା ଶୁଣିବା ପରେ ତାଙ୍କ ପରିବାର ସମେତ ସାହି ପଡିଶା ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଅଧିକ ପଢନ୍ତୁ: Road Mishap: ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା, ୨ ଶିଶୁ ସମେତ ୫ ମୃତ

ତେବେ ଗତ 14 ତାରିଖରେ ବିଳମ୍ବିତ ରାତିରେ ବଲାଙ୍ଗୀର ସମ୍ବଲପୁର ୨୬ ନଂ ଜାତୀୟ ରାଜପଥ ଛୁଇଁବନ୍ଧ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକ ସହ ଗୋଟିଏ କାର୍ ପିଟି ହେବାରୁ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । କାରରେ ତିନୋଟି ପରିବାରର ୭ ଜଣ ସଦସ୍ୟ ଥିଲେ । ମାମୁଁ ବାହାଘରରେ ଯୋଗ ଦେବାକୁ ବଲାଙ୍ଗୀର ଡୁଡୁକା ଯାଇଥିଲେ । ଛୁଇଁବନ୍ଧ ନିକଟରେ କାର୍ ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ କ୍ଷଣିକ ମଧ୍ୟରେ ସବୁ ଓଲଟପାଲଟ ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଥିଲା ଏବଂ ଏଥିରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.