ETV Bharat / state

ଜୈବିକ ସବୁଜିମାର ସାରଥୀ ଲିଟିଗୁଡାବାସୀ - koraput

ପରିବେଶ ସୁରକ୍ଷା ଜୀବନ ରକ୍ଷା । ଏହାକୁ ଜୀବନର ବ୍ରତ କରିଛନ୍ତି କୋରାପୁଟ ମହାଦେଇପୁଟ ପଞ୍ଚାୟତ, ଲିଟିଗୁଡା ଗ୍ରାମର ଆଦିବାସୀ ମହିଳା । ଏକାଠୀ ହୋଇ ପରିବେଶର ଯତ୍ନ ନେଉଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 5, 2019, 2:09 PM IST

Updated : Jun 5, 2019, 3:21 PM IST

କୋରାପୁଟ: ଜଳବାୟୁ ପରିବର୍ତ୍ତନକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ । ଏହାର ପ୍ରଭାବରୁ ସବୁଜିମାରେ ଭରପୁର କୋରାପୁଟ ମଧ୍ୟ ବାଦ ପଡିନାହିଁ । ତେବେ କେମିତି ବଞ୍ଚିବ ସବୁଜିମା, ଆଉ ବଢିବ ସୌନ୍ଦର୍ଯ୍ୟ । ଏଥିପାଇଁ ଅଣ୍ଟା ଭିଡିଛନ୍ତି ମହାଦେଇପୁଟ ପଞ୍ଚାୟତ ଲିଟିଗୁଡା ଗାଁର ଆଦିବାସୀ ମହିଳା ।

ପରିବେଶ ସୁରକ୍ଷା ଜୀବନ ରକ୍ଷା । ଏହାକୁ ସେମାନେ ଜୀବନର ବ୍ରତ କରିଛନ୍ତି । ଏକାଠୀ ହୋଇ ପରିବେଶର ଯତ୍ନ ନେଉଛନ୍ତି । ପରିବେଶ ସୁରକ୍ଷା ପାଇଁ ମହିଳା ଯେ କେବଳ ସଚେତନ ହୋଇଛନ୍ତି, ତାହା ନୁହେଁ । ସୁରକ୍ଷା ପାଇଁ ରସାୟନିକ ସାର ସହିତ ଡିଜେଲ ପମ୍ପକୁ ମଧ୍ୟ ବର୍ଜନ କରିଛନ୍ତି । ବଦଳରେ ସୋଲାର ପମ୍ପର ବ୍ୟବହାରକୁ ଆପଣେଇଛନ୍ତି ଲିଟିଗୁଡାର ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୁସ୍ଥ ପରିବେଶ ପାଇଁ ସମଗ୍ର ବିଶ୍ବ ଏବେ ଚିନ୍ତାରେ ଥିବାବେଳେ କୋରାପୁଟ ଆଦିବାସୀ ମହିଳାଙ୍କର ଏପରି କାର୍ଯ୍ୟ ପ୍ରଶଂସାଯୋଗ୍ୟ ହୋଇଛି । ଆଦିବାସୀ ମହିଳାମାନେ ଚାଷବାସରେ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର, ଗୋବର ଖତ, ଜିଆ ଖତ ପ୍ରଭୃତି ପ୍ରୟୋଗ କରି ଫସଲ ଅମଳ କରୁଛନ୍ତି ।

ଏହାସହ ଡିଜେଲ ପମ୍ପ ସ୍ଥାନରେ ସୌରଶକ୍ତି ଚାଳିତ ପମ୍ପ ବ୍ୟବହାର କରୁଛନ୍ତି । ସେହିପରି ଜଙ୍ଗଲରେ ବୃକ୍ଷ ଗୁଡିକ ଧୀରେ ଧୀରେ ହଜିଯାଉଥିବାରୁ ଗାଁର ମହିଳାମାନେ ଦଳଗତ ହୋଇ ଜଙ୍ଗଲ ସୁରକ୍ଷା କରୁଛନ୍ତି । ଫଳରେ ହଜିଯିବାକୁ ଥିବା ଗଛ ଏବେ ବି ଜଙ୍ଗଲରେ ଶୋଭାପାଉଛି ।

ଦିନେ ଓଡିଶାର ସ୍ବିଜରଲାଣ୍ଡ କୁହାଯାଉଥିବା ଏହି ଅଞ୍ଚଳରେ ଏବେ ତାପମାତ୍ରା ବଢିବାରେ ଲାଗିଛି । ଜଙ୍ଗଲରୁ ଗଛଲତା ଧିରେ ଧିରେ ଲୋପ ପାଇବାରୁ ଏପରି ହେଉଥିବା ଜାଣି ଜଙ୍ଗଲ ସୁରକ୍ଷା ପ୍ରତି ମଧ୍ୟ ଏମାନେ ଅଣ୍ଟା ଭିଡିଛନ୍ତି । ଲୋକଙ୍କୁ ସଚେତନ କରାଇବା ସହ ଗଛ ନ ହାଣିବାକୁ ପ୍ରବର୍ତ୍ତାଉଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

sample description
Last Updated : Jun 5, 2019, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.