ETV Bharat / state

ବାଉଁଶରୁ ବେଉସା, ଆଦିବାସୀଙ୍କୁ ମିଳୁଛି ରୋଜଗାର - କୋରାପୁଟ ଆଦିବାସୀଙ୍କୁ ମିଳୁଛି ରୋଜଗାର

କୋରାପୁଟ ଜିଲ୍ଲାରେ ଭରିରହିଛି ଭଳିକି ଭଳି ବାଉଁଶ । କିନ୍ତୁ ଉଚିତ ବଜାର ଅଭାବରୁ ବାଉଁଶ କାରିଗରମାନେ ସବୁବେଳେ ଦୁର୍ଦ୍ଦିନରେ ରହି ଆସୁଥିଲେ । ଏବେ କିନ୍ତୁ ଅଣ୍ଟା ସଳଖି ଛିଡା ହେଉଛନ୍ତି ଜିଲ୍ଲାର ଶହଶହ ବାଉଁଶ କାରିଗର । ବାଉଁଶରୁ ସୁନ୍ଦର ଓ ସୌଖିନ ଜିନିଷ ପ୍ରସ୍ତୁତ କରୁଛନ୍ତି । ଯାହାର ବଜାରରେ ବେଶ ଚାହିଦା ରହିଛି । ଦେଖନ୍ତୁ ଏହି ରିପୋର୍ଟ...

ବାଉଁଶରୁ ବଢୁଛି ବେଉସା, ଆଦିବାସୀଙ୍କୁ ମିଳୁଛି ରୋଜଗାର

author img

By

Published : Nov 27, 2019, 7:15 PM IST

କୋରାପୁଟ: ଜିଲ୍ଲାରେ ଭରିରହିଛି ଭଳିକି ଭଳି ବାଉଁଶ । ପ୍ରତ୍ୟେକ ପ୍ରକାର ବାଉଁଶ ନିଜ ଭିତରେ ଏକ ସ୍ବତନ୍ତ୍ର ପରିଚୟ ଓ ସମ୍ଭାବନା ବହନ କରେ । ଏଥିରୁ ତିଆରି ହୁଏ ସୁନ୍ଦର ସୁନ୍ଦର ଜିନିଷ । କିନ୍ତୁ ଉଚିତ ବଜାରର ଅଭାବରୁ ବାଉଁଶ କାରିଗରମାନେ ସବୁବେଳେ ଦୁର୍ଦ୍ଦିନରେ ରହି ଆସୁଥିଲେ । ବର୍ତ୍ତମାନ କିନ୍ତୁ ସମୟ ବଦଳୁଛି । ଅଣ୍ଟା ସଳଖି ଛିଡା ହେଉଛନ୍ତି କୋରାପୁଟର ଶହଶହ ବାଉଁଶ କାରିଗର । କାରଣ ସେମାନେ ଶିଖିଗଲେଣି ବାଉଁଶରେ ସୁନ୍ଦର ଓ ସୌଖିନୀ ସାମଗ୍ରୀ ତିଆରି ।

ବାଉଁଶରୁ ବଢୁଛି ବେଉସା, ଆଦିବାସୀଙ୍କୁ ମିଳୁଛି ରୋଜଗାର

ଯାହାର ବର୍ତ୍ତମାନ ବଜାରରେ ଚାହିଦା ବଢୁଛି । ଅଭାବ ଅନାଟନ ପାଇଁ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଇଥିବା ବାଉଁଶ କାରିଗରଙ୍କ ମୁହଁରେ ଫୁଟିଛି ହସ ।

ଆଜି ପର୍ଯ୍ୟନ୍ତ ଏହି ପାହାଡ଼ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସେଥିରୁ ପାରମ୍ପରିକ ଢଙ୍ଗରେ କୁଲା, ଝୁଡ଼ି, ସପ, ବିଞ୍ଚଣା ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରି ଆସୁଥିଲେ । ଏବେ କିନ୍ତୁ ଧିରେ ଧିରେ ଯୁଗ ବଦଳୁଛି ଆଉ ସେହି ବାଉଁଶରୁ ଆଧୁନିକ ଜିନିଷ ତିଆରି କରିବା ପାଇଁ ବାଉଁଶ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିଛନ୍ତି ସରକାର । ଆଦିବାସୀଙ୍କୁ ତାଲିମ ଦେବା ପାଇଁ ତାଲିମଦାତାଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡକୁ ଏହାର ସମସ୍ତ ଶ୍ରେୟ ମିଳିଛି । ବୈପାରିଗୁଡା ବ୍ଲକର ମାଠପଡା ଗାଁରେ ବନସୁରକ୍ଷା ସମିତି ( ଭିଏସଏସ) ର ସଦସ୍ୟଙ୍କୁ ନେଇ ଏହି ବାଉଁଶ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯାଇଛି । ଯାହା ଫଳରେ ଗରିବ ଆଦିବାସୀ ବାଉଁଶ କାରିଗରଙ୍କ ବେଉସା ଜୀବନ୍ୟାସ ପାଇଛି ।

ଜୟପୁର ବନଖଣ୍ଡର ଡ଼ିଏଫଓ ଆଶିଷ କରଙ୍କ କହିବା ଅନୁଯାୟୀ ବାଉଁଶ ପ୍ରକ୍ରିୟାକରଣ ପ୍ରକଳ୍ପ ସ୍ଥାପନ ସମଗ୍ର ଓଡ଼ିଶାରେ ପ୍ରଥମ । ଏଠାରେ ବାଉଁଶକୁ ଉପଯୋଗିତା ଆଧାରରେ ଚିହ୍ନିବା ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ରୂପ ଦେବାର ଜ୍ଞାନକୌଶଳ ଶିକ୍ଷା ପାଇଁ ଆସାମରୁ ଦକ୍ଷ, କୁଶଳୀ କାରିଗରଙ୍କୁ ଆଣାଯାଇଛି । କୁଶଳୀ କାରିଗରଙ୍କ ତତ୍ତ୍ବାବଧାନରେ ବାଉଁଶରେ ସୁନ୍ଦର ଓ ସୌଖିନୀ ସାମଗ୍ରୀ ତିଆରି କରୁଛନ୍ତି ଏଠାକାର ପରଜା ଓ ଦୁରୁଆ ଆଦିବାସୀ ସମ୍ପ୍ରଦାୟର ବଉଁଶ କାରିଗର ।

ତାଲିମ ପ୍ରଦାନକାରୀଙ୍କ ଉପସ୍ଥିତିରେ ଆଦିବାସୀ ମହିଳା ଓ ପୁରୁଷ ନିଜ ହାତର କଳାକୁ ବାଉଁଶରେ ପ୍ରଦର୍ଶିତ କରାଇବା ସହ ଏଠାରେ ସ୍ଥାପନା କରାଯାଇଥିବା ଅତ୍ୟାଧୁନିକ ବାଉଁଶ ପ୍ରକ୍ରିୟାକରଣ ମେସିନକୁ ଚଳାଇବା ଓ ତାର ସଦୁପଯୋଗ କରିବା ନେଇ ଶିକ୍ଷା ଗ୍ରହଣ କରୁଛନ୍ତି । ଆସାମରେ ମିଳୁଥିବା ବାଉଁଶ ଠାରୁ ଏଠାକାର ବାଉଁଶ ଭିନ୍ନ ହେଲେ ମଧ୍ୟ ଏଠାକାର ବାଉଁଶରୁ ଚୌକି, ସୋଫାସେଟ୍, ଖଟ ପ୍ରଭୃତି ଆସବାବପତ୍ର ସୁନ୍ଦର ଭାବେ ତିଆରି କରାଯାଇପାରିବ ବୋଲି ଆସମରୁ ଆସିଥିବା ତାଲିମଦାତା ଆଜାଦ ଜଣାଇଛନ୍ତି ।

କୁଲା, ଝୁଡ଼ି ପ୍ରଭୃତି ତିଆରୀ କରି ହାଟବଜାରରେ ବିକୁଥିବା କାରିଗର ହରି ହନ୍ତାଳ ଏହି ପ୍ରକଳ୍ପ ଅଧୀନରେ ତାଲିମ ପାଇବା ଦ୍ବାରା ତାଙ୍କ ଭଳି ଛୋଟ କାରିଗର ଲାଭବାନ ହେବେ ବୋଲି ଆଶାପୋଷଣ କରିଛନ୍ତି । ମାଠପଡା ଭିଏସଏସର ସଭାପତି ଚନ୍ଦ୍ରଶେଖର ରଥ ଏହି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ବେକାରୀ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ମତ ରଖିଛନ୍ତି । କୋରାପୁଟ ଓରମାସ ସହାୟତାରେ ଏହି ବାଉଁଶ ନିର୍ମିତ ସାମଗ୍ରୀର ବଜାରରେ ଚାହିଦା ବୃଦ୍ଧି କରୁଛି । ଏହି ବାଉଁଶ ଶିଳ୍ପ ଦ୍ବାରା ଏ ଅଞ୍ଚଳରେ ସମାଧାନ ହୋଇଛି ଦାଦନ ସମସ୍ୟା, ପୁରୁଛି ଆଦିବାସୀ କାରିଗରଙ୍କ ପେଟ ।

ତେବେ ସରକାରଙ୍କ ସହାୟତାରେ ଯଦି ଏହାର କମର୍ସିଆଲ ମାର୍କେଟିଂ କରାଯାଇପାରନ୍ତା ତେବେ କାରିଗର ବେଶ ଲାଭବାନ ହୁଅନ୍ତେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାରେ ଭରିପଡିଛି ଭଳିକି ଭଳି ବାଉଁଶ । ପ୍ରତ୍ୟେକ ପ୍ରକାର ବାଉଁଶ ନିଜ ଭିତରେ ଏକ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ଓ ସମ୍ଭାବନା ବହନ କରିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପାହାଡ଼ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସେଥିରୁ ପାରମ୍ପରିକ ଢଙ୍ଗରେ କୁଲା , ଝୁଡ଼ି , ସପ , ବିଞ୍ଚଣା ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହିତ କିଛି ମାତ୍ରାରେ ତାକୁ ନେଇ କିଛି କଳାକୃତି ତିଆରି କରି ଆସୁଛନ୍ତି । Body:ତେବେ ବର୍ତମାନ ଜୟପୁର ବନଖଣ୍ଡ ବିଭାଗ ର ପ୍ରୟାସ ରେ ବୈପାରିଗୁଡା ବ୍ଲକ ର ମାଠପଡା ଗ୍ରାମର ବନସୁରକ୍ଷା ସମିତି ( ଭିଏସଏସ) ର ସଦସ୍ୟଙ୍କୁ ନେଇ ଏକ ବାଉଁଶ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରାଯାଇଛି । ଜୟପୁର ବନଖଣ୍ଡ ର ଡ଼ିଏଫଓ ଆଶିଷ କରଙ୍କ କହିବା ଅନୁଯାୟୀ ଏପରି ଏକ ପ୍ରକଳ୍ପ ସ୍ଥାପନ ହେବା ସମଗ୍ର ଓଡ଼ିଶାରେ ଏହା ପ୍ରଥମ । ସ୍ଥାନୀୟ ଜଙ୍ଗଲରେ ମିଳୁଥିବା ବାଉଁଶ ର ସମ୍ପୂର୍ଣ୍ଣ ଉପଯୋଗ ଓ ବେକାର ଯୁବ ଗୋଷ୍ଠୀଙ୍କ ନିଜ ଗାଁ ପାଖରେ କର୍ମ ନିୟୋଜନ ର ସୁବିଧା ପହଞ୍ଚାଇବା ରେ ଏହି ପ୍ରକଳ୍ପ ସହଯୋଗ କରିବ ବୋଲି ଶ୍ରୀ କର ମତ ରଖିଛନ୍ତି । ବିଭିନ୍ନ ବାଉଁଶକୁ ତାର ଉପଯୋଗୀତାର ଆଧାରରେ ଚିହ୍ନିବା ତଥା ତାକୁ ନେଇ ସେ ଦିଗରେ ରୂପ ଦେବା ର ଜ୍ଞାନକୌଶଳ ଜଣାଇବା ପାଇଁ ଏହି ପ୍ରକଳ୍ପ ରେ ଆସାମ ରୁ ଦକ୍ଷ ତାଲିମଦାତା ଙ୍କୁ ଅଣାଯାଇଛି । ସେମାନଙ୍କ ଉପସ୍ଥିତିରେ ଆଦିବାସୀ ମହିଳା ଓ ପୁରୁଷ ନିଜ ହାତର କଳାକୁ ବାଉଁଶରେ ପ୍ରଦର୍ଶିତ କରାଇବା ସହ ଏଠାରେ ସ୍ଥାପନା କରାଯାଇଥିବା ଅତ୍ୟାଧୁନିକ ବାଉଁଶ ପ୍ରକ୍ରିୟାକରଣ ମେସିନ କୁ ଚଳାଇବା ଓ ତାର ସଦୁପଯୋଗ କରିବା ନେଇ ଶିକ୍ଷା ଗ୍ରହଣ କରୁଛନ୍ତି । ଆସାମ ଅଂଚଳରେ ମିଳୁଥିବା ବାଉଁଶ ଠାରୁ ଏଠାକାର ବାଉଁଶ ଭିନ୍ନ ହେଲେ ମଧ୍ୟ ଏଠାରେ ବି ବାଉଁଶର ଚୌକି , ସୋଫାସେଟ , ଖଟ ପ୍ରଭୃତି ଆସବାବପତ୍ର ସୁନ୍ଦର ଭାବେ ତିଆରି କରାଯାଇପାରିବ ବୋଲି ଆସମରୁ ଆସିଥିବା ତାଲିମଦାତା ଆଜାଦ ଜଣାଇଛନ୍ତି । କୁଲା , ଝୁଡ଼ି ପ୍ରଭୃତି ତିଆରୀ କରି ହାଟବଜାରରେ ବିକୁଥିବା କାରିଗର ହରି ହନ୍ତାଳ ଏହି ପ୍ରକଳ୍ପ ଅଧୀନରେ ତାଲିମ ପାଇବା ଦ୍ୱାରା ତାଙ୍କ ଭଳି ଛୋଟ କାରିଗର ଲାଭବାନ ହେବେ ବୋଲି ଆଶାପୋଷଣ କରିଥିବା ବେଳେ ମାଠପଡା ଭିଏସଏସ ର ସଭାପତି ଚନ୍ଦ୍ରଶେଖର ରଥ ଏହି ପ୍ରକଳ୍ପ ମାଧ୍ୟମରେ ଅଂଚଳର ବେକାରୀ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ମତ ରଖିଛନ୍ତି ।ଏଠାକାର ଆଦିବାସୀ ପ୍ରସ୍ତୁତ କରୁଥିବା ବାଉଁଶ ର କଳାକୃତି ଓ ଘରକରଣା ଜିନିଷର ବଜାର ଉପଲବ୍ଧ କରାଇବା ପାଇଁ କୋରାପୁଟର ଅରମାସ ଆଗେଇ ଆସିଥିବା ଯୋଗୁଁ ଅଞ୍ଚଳବାସୀ ବାଉଁଶକୁ ନେଇ ବଞ୍ଚିବାର ଏକ ନୂତନ ଧାରା ପାଇବାରେ ସକ୍ଷମ ହେବେ ବୋଲି ଡିଏଫଓ ଶ୍ରୀ କର ଦୃଢୋକ୍ତି ପ୍ରକାଶ କରିଛନ୍ତି । Conclusion:ବାଇଟ : ଆଶିଷ କର , ଡିଏଫଓ , ଜୟପୁର ବନଖଣ୍ଡ
ବାଇଟ : ହରି ହନ୍ତାଳ , ସ୍ଥାନୀୟ କାରିଗର
ବାଇଟ : ଆଜାଦ , ତାଲିମଦାତା
ବାଇଟ : ଚନ୍ଦ୍ରଶେଖର ରଥ ,ସଭାପତି , ମାଠପଡା ଭିଏସଏସ
.........
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.