ETV Bharat / state

ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ - ଚାଷୀ

ବର୍ଷା ଆସିଛି । ହଳ ବୁଲାଇ କୋରାପୁଟ ଅଞ୍ଚଳର ଆଦିବାସୀ ଚାଷୀ ନିଜ ଛୋଟ ବଡ କ୍ଷେତରେ ଧାନ ବୁଣିଛି । ତେବେ ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ ପାଳିତ ହୋଇଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ
author img

By

Published : Aug 22, 2019, 10:08 AM IST

କୋରାପୁଟ: ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ ପାଳିତ ହୋଇଯାଇଛି । ବର୍ଷା ଆସିଛି । ହଳ ବୁଲାଇ କୋରାପୁଟ ଅଞ୍ଚଳର ଆଦିବାସୀ ଚାଷୀ ନିଜ ଛୋଟ ବଡ କ୍ଷେତରେ ଧାନ ବୁଣିଛି । ଟିକି ଟିକି ଧାନ ଚାରା ସବୁଜ ରଙ୍ଗର ଗାଲିଚା ପ୍ରସ୍ତୁତ କଲାଣି । ଏହି ସମୟରେ ବିଭିନ୍ନ ପୋକ ଜୋକ ଲାଗିବାର ସମ୍ଭାବନା ବଢିଯାଏ । ଗାଈ ଗୋରୁ ଜମି ମଧ୍ୟକୁ ପଶି ଆସି ଫସଲ ନଷ୍ଟ କରିଦେଇପାରନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ତେଣୁ ନିଜେ ବାଡ଼ ବାନ୍ଧି ଜଗିବା ସହିତ ଭଲ ଫସଲ ହେବା ଓ ଫସଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ପାରମ୍ପରିକ ପଦ୍ଧତିରେ ପୂଜାର୍ଚ୍ଚନା କରିଛନ୍ତି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଚାଷୀ । ଗାଁ ଦିଶାରୀ ଉପଯୁକ୍ତ ସମୟର ଘୋଷଣା କରିବା ପରେ ବିଭିନ୍ନ ଗ୍ରାମରେ ବିଭିନ୍ନ ଦିନ ପାଳିତ ହୋଇଯାଇଛି ବନ୍ଦାପନା ଉତ୍ସବ ।

କେନ୍ଦୁ , ଜାମୁ ପ୍ରଭୃତି ପ୍ରକୃତି ଦତ୍ତ ବୃକ୍ଷରୁ ଡାଳ ସଂଗ୍ରହ କରି ବିଭିନ୍ନ ଦୈବୀଶକ୍ତିକୁ ଆବାହନ କରିବା ପରେ ପରିବାର ବର୍ଗ ସେହି ଡାଳ ଗୁଡିକୁ କ୍ଷେତର ମଧ୍ୟଭାଗରେ ପୋତି ଦିଅନ୍ତି । ବିଶ୍ବାସ ରହିଛି ଯେ, ଏହାଦ୍ବାରା ପୋକ ଜୋକ ଦାଉରୁ ଫସଲକୁ ରକ୍ଷା କରି ହେବ ।

ତାପରେ ସେହି ଡାଳ ଗୁଡିକ ନିକଟରେ କେହି ଜଣେ ଉପସ୍ଥିତ ଥିବାର ଭାବନା ସୃଷ୍ଟି କରିବା ପାଇଁ ଏକ ପୁତୁଳାକୁ ମଧ୍ୟ ଠିଆ କରିଦିଆଯାଏ । ଏହା ଫଳରେ ଗାଇ ଗୋରୁ ଜମି ମଧ୍ୟକୁ ପଶି ଆସିବା କମିଯାଏ ବୋଲି ମାଛରା ଗ୍ରାମର ଅଧିବାସୀ ମତବ୍ୟକ୍ତ କରିଛନ୍ତି । ତେବେ ବିଭିନ୍ନ କ୍ଷେତରେ ଭଳିକି ଭଳି ଢଙ୍ଗର ପୁତୁଳା ବାଟୋଇଙ୍କ ମନରେ କୌତୁହଳ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ ଭଲ ଫସଲ ହେବାର ଆଶା ବ୍ୟକ୍ତ କରିଛନ୍ତି କୋରାପୁଟ ଅଞ୍ଚଳର ଚାଷୀ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ ପାଳିତ ହୋଇଯାଇଛି । ବର୍ଷା ଆସିଛି । ହଳ ବୁଲାଇ କୋରାପୁଟ ଅଂଚଳର ଆଦିବାସୀ ଚାଷୀ ନିଜ ଛୋଟ ବଡ କ୍ଷେତରେ ଧାନ ବୁଣିଛି । ଟିକି ଟିକି ଧାନ ଚାରା ସବୁଜ ରଙ୍ଗର ଗାଲିଚା ପ୍ରସ୍ତୁତ କଲାଣି । ଏହି ସମୟରେ ବିଭିନ୍ନ ପୋକ ଜୋକ ଲାଗିବାର ସମ୍ଭାବନା ବଢିଯାଏ । ଗାଈ ଗୋରୁ ଜମି ମଧ୍ୟକୁ ପଶି ଆସି ଫସଲ ନଷ୍ଟ କରିଦେଇପାରନ୍ତି । ତେଣୁ ନିଜେ ବାଡ଼ ବାନ୍ଧି ଜଗିବା ସହିତ ଭଲ ଫସଲ ହେବା ଓ ଫସଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ପାରମ୍ପରିକ ପଦ୍ଧତିରେ ପୂଜାର୍ଚନା କରିଛନ୍ତି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଚାଷୀ । ଗାଁ ଦିଶାରୀ ଉପଯୁକ୍ତ ସମୟ ର ଘୋଷଣା କରିବା ପରେ ବିଭିନ୍ନ ଗ୍ରାମରେ ବିଭିନ୍ନ ଦିନ ପାଳିତ ହୋଇଯାଇଛି ବନ୍ଦାପନା ଉତ୍ସବ । Body:କେନ୍ଦୁ , ଜାମୁ ପ୍ରଭୃତି ପ୍ରକୃତି ଦତ୍ତ ବୃକ୍ଷରୁ ଡାଳ ସଂଗ୍ରହ କରି ବିଭିନ୍ନ ଦୈବୀ ଶକ୍ତି କୁ ଆବାହନ କରିବା ପରେ ପରିବାର ବର୍ଗ ସେହି ଡାଳ ଗୁଡିକୁ କ୍ଷେତ ର ମଧ୍ୟଭାଗରେ ପୋତି ଦିଅନ୍ତି । ବିଶ୍ବାସ ରହିଛି ଯେ ଏହାଦ୍ୱାରା ପୋକ ଜୋକ ଦାଉରୁ ଫସଲକୁ ରକ୍ଷା କରିହେବ । ତାପରେ ସେହି ଡାଳ ଗୁଡିକ ନିକଟରେ କେହି ଜଣେ ଉପସ୍ଥିତ ଥିବାର ଭାବନା ସୃଷ୍ଟି କରିବା ପାଇଁ ଏକ ପୁତଲାକୁ ମଧ୍ୟ ଠିଆ କରିଦିଆଯାଏ । ଏହା ଫଳରେ ଗାଈ ଗୋରୁ ଜମି ମଧ୍ୟକୁ ପଶି ଆସିବା କମିଯାଏ ବୋଲି ମାଛରା ଗ୍ରାମର ର ଅଧିବାସୀ ମତବ୍ୟକ୍ତ କରିଛନ୍ତି । Conclusion:ତେବେ ବିଭିନ୍ନ କ୍ଷେତରେ ଭଳିକି ଭଳି ଢଂଗର ପୁତଲା ବାଟୋଇଙ୍କ ମନରେ କୌତୁହଳ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ ଭଲ ଫସଲ ହେବାର ଆଶା ବ୍ୟକ୍ତ କରିଛନ୍ତି କୋରାପୁଟ ଅଂଚଳର ଚାଷୀ ।
........
Byte :Villager
Byte :villager
P2C : Santakar
.........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.