ETV Bharat / state

ପୂଜା ବଜାରରେ ଗ୍ରାହକଙ୍କ ମନ ଜିଣୁଛି ଆଦିବାସୀ ସାମଗ୍ରୀ

author img

By

Published : Oct 7, 2019, 8:12 PM IST

ସହରୀ ସମାଜରେ ରହୁଥିବା ମଣିଷଙ୍କ ପାଇଁ ଦୁବଘାସ ପାଇବା ମୁସକିଲ ହୋଇ ପଡିଛି । ସେପଟେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଦିବାସୀ ମାନେ ଯୋଗାଉଥିବା ସୁବିଧା ଗ୍ରାହକଙ୍କ ମନ ଜିଣୁଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ମଙ୍ଗଳବାର ସାରା ଦେଶ ପାଳିବ ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ବିଜୟା ଦଶମୀ । ଏହି ଦିନ ମହିଷାସୁରକୁ ବଦ୍ଧ କରିଥିଲେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ପୂଜା ପେଣ୍ଡାଲରୁ ମନ୍ଦିର ଯାଏଁ ସବୁଠି ଉତ୍ସବ ଓ ଭକ୍ତିର ମାହୋଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ମା'ଙ୍କ ପୂଜାର୍ଚ୍ଚନା ପାଇଁ ସହରୀ ସମାଜରେ ରହୁଥିବା ମଣିଷଙ୍କ ପାଇଁ ଦୁବଘାସ ପାଇବା ମୁସକିଲ ହୋଇ ପଡିଛି । ମା'ଙ୍କ ପୂଜାରେ ଲାଗିବାକୁ ଥିବା ଭଳିକି ଭଳି ଫୁଲ, କଞ୍ଚା ହରିଡା, ବାହାଡା ଭଳି ଜଙ୍ଗଲୀ ଫଳ ଓ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀ ବିକ୍ରି ପାଇଁ ଆଦିବାସୀ ମହିଳା କୋରାପୁଟରେ ପହଞ୍ଚିଛନ୍ତି ।

ତିଥି ଅନୁଯାୟୀ ସୋମବାର ଦିନ 10ଟାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦଶମୀ ତିଥି ବଳବତ୍ତର ରହିଛି । କେହି କେହି ସୋମବାର ବିଜୟା ଦଶମୀ ପାଳୁଥିବାବେଳେ ଅନେକ ମଙ୍ଗଳବାର ବିଜୟା ଦଶମୀ ପୂଜା କରିବେ । ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ମହିଳା ପ୍ରତିବର୍ଷ ଭଳି ଚଳିତବର୍ଷ ନିଜ ନିଜ ଗାଁ ନିକଟସ୍ଥ ପାହାଡ଼ ଓ ଜଙ୍ଗଲ ମଧ୍ୟକୁ ଯାଇ ଆବଶ୍ୟକୀୟ ଦ୍ରବ୍ୟ ସଂଗ୍ରହ କରିଛନ୍ତି । ଏହାକୁ ନେଇ କୋରାପୁଟ ବଜାରରେ ବିକ୍ରି କରୁଛନ୍ତି । ଯାହା ସହରୀ ଲୋକଙ୍କ ପାଇଁ ବେଶ ସୁବିଧାଜନକ ହୋଇଛି ।

ସେପଟେ ପର୍ବପର୍ବାଣୀରେ ନୂଆ ଚାଉଳ, ଚୁଡା ଓ ଆଖୁ ଖାଇବାର ପରମ୍ପରା ରହିଥିବାରୁ ସହରବାସୀଙ୍କ ପାଇଁ ଆଦିବାସୀମାନେ ସେହି ପରମ୍ପରାର ପସରା ମଧ୍ୟ ବଜାରରେ ଖୋଲି ବସିଛନ୍ତି । ସେପଟେ ଦଶହରା ବଜାର ଭିଡ ମଧ୍ୟରେ ଆଦିବାସୀମାନେ ଯୋଗାଉଥିବା ଏହି ସେବା ସେମାନଙ୍କୁ ଭିନ୍ନ କରୁଥିବା ମତ ଦେଇଛନ୍ତି ସଂସ୍କୃତି ବିଶେଷଜ୍ଞ ଉମାକାନ୍ତ ଦାସ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଆସନ୍ତାକାଲି ଦଶହରା । ସହରୀ ସମାଜରେ ରହୁଥିବା ମଣିଷ ପାଇଁ ଦୁବଘାସ ଟିଏ ପାଇବା ମୁସ୍କିଲ ହେଲାଣି । ତେବେ ପୂଜାରେ ଲାଗିବାକୁ ଥିବା ଭଳିକି ଭଳି ଫୁଲ , କଞ୍ଚା ହରିଡା , ବାହାଡ଼ା ଭଳି ଜଙ୍ଗଲୀ ଫଳ ଓ ଅନ୍ୟାନ୍ୟ ପ୍ରକୃତି ଦତ୍ତ ଦ୍ରବ୍ୟ କୁ ନେଇ ଆଦିବାସୀ ମହିଳା କୋରାପୁଟ ସହରରେ ଆସି ପହଂଚିଗଲେଣି ।Body:ଆଜି ଦିନ ଦଶଟା ଠାରୁ ଆରମ୍ଭ କରି ଆସନ୍ତାକାଲି ପର୍ଯ୍ୟନ୍ତ ଦଶମୀ ତିଥି ବଳବତ୍ତର ରହୁଥିବା ଯୋଗୁଁ ଲୋକଙ୍କ ମଧ୍ୟରୁ କେହି ଆଜି ତ ଆଉ କେହି କାଲି ପୂଜା କରୁଛନ୍ତି । ତେଣୁ ଏହାକୁ ଆଖିରେ ରଖି ପ୍ରତିଥର ଭଳି ଆଦିବାସୀ ମହିଳା ନିଜ ନିଜ ଗାଁ ନିକଟସ୍ଥ ପାହାଡ଼ ଓ ଜଙ୍ଗଲ ମଧ୍ୟକୁ ଯାଇ ଆବଶ୍ୟକୀୟ ଦ୍ରବ୍ୟ ସଂଗ୍ରହ କରିଆସିଛନ୍ତି । ପର୍ବ ପର୍ବାଣୀରେ ନୂଆ ଚାଉଳ , ଚୁଡା ଓ ଆଖୁ ଖାଇବାର ପରମ୍ପରା ଥିବା ଯୋଗୁଁ ସହରବାସୀଙ୍କ ପାଈଁ ସେମାନେ ସେଗୁଡିକର ପସରା ମଧ୍ୟ ଖୋଲିଦେଇଛନ୍ତି ।Conclusion:ବଜାରର ଭିଡ଼ ମଧ୍ୟରେ ସେମାନେ ଯୋଗାଇଦେଉଥିବା ଏହି ସେବା ଫଳରେ ସେମାନଙ୍କୁ ଅନନ୍ୟ କରି ଗଢିତୋଳିଛି ବୋଲି ସଂସ୍କୃତି ବିଶେଷଜ୍ଞ ଉମାକାନ୍ତ ଦାସ ମତ ରଖିଛନ୍ତି ।
.........
Byte : ଉମାକାନ୍ତ ଦାସ , ବରିଷ୍ଠ ଗବେଷକ
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.