କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗି ଅଞ୍ଚଳରେ ଥିବା ଦେଶୀ ମଦଭାଟିରେ ୨୦ ଜଣ ଦୁର୍ବୃତ୍ତ ଆସି କମାଣ୍ଡର ଗାଡ଼ି, ମଟରସାଇକଲ ଓ ଜେନେରେଟରକୁ ଜାଳି ଦେଇଛନ୍ତି । ଏହା ସହ ଭାଟି ମାଲିକଙ୍କୁ ଧମକ ଦେଇଥିବା ଜଣାପଡିଛି ।
ଗତକାଲି ରାତି ଦୁଇଟା ବେଳେ ପ୍ରାୟ ୨୦ ଜଣ ଦୁର୍ବୃତ୍ତ ମଦଭାଟିକୁ ଆସି ଧମକ ଦେବା ସହ ସେଠାରେ ଲାଲ ରଙ୍ଗର ବ୍ୟାନର ଟାଙ୍ଗିଥିଲେ । ବ୍ୟାନରରେ ମାଓ ସଙ୍ଗଠନର ନାଁ ନ ଥିବା ଯୋଗୁଁ ଏହା ମାଓବାଦୀ ନା ଅନ୍ୟ କାହାର କାର୍ଯ୍ୟ ତାହା ସନ୍ଦେହ ଘେରରେ ରହିଛି । ପୋଲିସ ଏ ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଗାଁରେ ଆତଙ୍କ ସୃଷ୍ଟି ହୋଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ