କୋରାପୁଟ: ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ବ୍ଲକ ସଦର ମହକୁମାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର 45 ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ବିଶେଷଙ୍କୁ ଟିକା ଦିଆଯିବ । ଏନେଇ ଜିଲ୍ଲା ଚିକିତ୍ସା ଅଧକାରୀ ମକରନ୍ଦ ବେଉରା ସୂଚନା ଦେଇଛନ୍ତି । ତେବେ ଏହି ବୟସ ସୀମାର ଲୋକଙ୍କର ପ୍ରଥମ ଓ ଦ୍ଵିତୀୟ ଡୋଜ ନେବା ତାରିଖ ମଧ୍ୟରେ ଛଅ ରୁ ଆଠ ସପ୍ତାହ ବ୍ୟବଧାନ ରହିଥିବା ଦରକାର ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଶନିବାର ଦିନ ଏହି କଥା ଜାଣିନଥିବା ଯୋଗୁଁ ସମୟ ହୋଇନଥିବା ବ୍ୟକ୍ତି ମଧ୍ୟ ଦ୍ଵିତୀୟ ଡୋଜ ନେବା ପାଇଁ ଆସି ଫେରିଯାଇଥିଲେ । ତେଣୁ ଶନିବାର ଦୁଇ ହଜାର ଓ ଆଜି ଆସିଥିବା ପାଞ୍ଚ ହଜାର ଟିକାକୁ ମିଶାଇ ସମଗ୍ର ଜିଲ୍ଲାରେ ଏହି ଟୀକାକରଣ କାର୍ଯ୍ୟକ୍ରମ କରାଯିବ । ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ ଦେବା ପାଇଁ ଯୋଜନା କରାଯାଇଥିବା ଡାକ୍ତର ବେଉରା କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ