ETV Bharat / state

ଗୁପ୍ତେଶ୍ଵର ପୀଠ ପାଇଁ 1 କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର

author img

By

Published : Mar 17, 2020, 9:59 PM IST

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ଵର ଶୈବପୀଠ ପାଇଁ ଏକ କୋଟି ଟଙ୍କା ବିନିଯୋଗ କରିବେ ରାଜ୍ୟ ସରକାର । ଶୈବପୀଠରେ କିପରି ସମସ୍ତ କାର୍ଯ୍ୟ ସମ୍ପାଦିତ କରାଯାଇପାରିବ ସେ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଅଧିକ ପଢନ୍ତୁ...

The government will invest Rs 1 crore for Gupteswar Peetha
ଗୁପ୍ତେଶ୍ଵର ପୀଠ ପାଇଁ 1 କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର

କୋରାପୁଟ: ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ଵର ଶୈବପୀଠ ପାଇଁ ଏକ କୋଟି ଟଙ୍କା ବିନିଯୋଗ କରିବେ ରାଜ୍ୟ ସରକାର । ଏନେଇ ମଙ୍ଗଳବାର ଗୁପ୍ତେଶ୍ବର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୈବପୀଠରେ କିପରି ସମସ୍ତ କାର୍ଯ୍ୟ ସମ୍ପାଦିତ କରାଯାଇପାରିବ ସେ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ନେଇ କହିଛନ୍ତି ଜିଲ୍ଲାପାଳ ମଧୂସୁଦନ ମିଶ୍ର ।

ସମଗ୍ର ଗୁପ୍ତେଶ୍ଵରକୁ ଆଲୋକିତ କରାଯିବା ସହିତ ପାହାଚ ତଳ ରାସ୍ତାଠାରୁ ଗୁମ୍ଫା ମନ୍ଦିର ପର୍ଯ୍ୟନ୍ତ ଛାଇ ଯୋଗାଇବା ପାଇଁ ଟିଣର ଛାତ କରାଯିବ । ଏଥି ସହିତ ମନ୍ଦିର ସମ୍ମୁଖରେ ଥିବା ଦୋକାନ ବଜାରକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ଜଣାଇଛନ୍ତି । ମନ୍ଦିରଠାରୁ ପ୍ରାୟ 300 ମିଟର ଦୂରରେ ବର୍ତ୍ତମାନ ଗାଡି ପାର୍କିଂ ହେଉଥିବା ସ୍ଥାନରେ ବଜାର ଘର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ପୀଠସ୍ଥଳୀରେ ଯାତ୍ରୀଙ୍କ ପାଇଁ ଜଳ ଯୋଗାଣ ଓ ଅଧିକ ସଂଖ୍ୟକ ଶୌଚାଳୟର ବ୍ୟବସ୍ଥା କରାଯିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.