ETV Bharat / state

ସର୍ବଧର୍ମ ଶ୍ମଶାନ, ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ହେଉଛି ଶେଷକୃତ୍ୟ - Cemetery

ପୁରାତନ ଶ୍ମଶାନ ବର୍ତ୍ତମାନ ସର୍ବଧର୍ମ ସମନ୍ଵୟର ଏକ ଜ୍ଵଳନ୍ତ ଉଦାହରଣ ସାଜିଛି । ଗୋଟିଏ ଶ୍ମଶାନରେ ହେଉଛି ସମସ୍ତ ଧର୍ମର ଲୋକଙ୍କ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ...

The bodies of people from different communities are burned in a cemetery
ଗୋଟିଏ ଶ୍ମଶାନରେ ଜଳେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମୃତଦେହ
author img

By

Published : Apr 23, 2021, 10:37 PM IST

କୋରାପୁଟ: ଜିଲ୍ଲାର ପୁରାତନ ଶ୍ମଶାନ ବର୍ତ୍ତମାନ ସର୍ବଧର୍ମ ସମନ୍ଵୟର ଏକ ଜ୍ଵଳନ୍ତ ଉଦାହରଣ ସାଜିଛି । ଗୋଟିଏ ଶ୍ମଶାନରେ ହେଉଛି ସମସ୍ତ ଧର୍ମର ଲୋକଙ୍କ ଶେଷକୃତ୍ୟ ସମ୍ପନ୍ନ । କୋରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସମସ୍ତ ଧର୍ମର ମୃତଦେହକୁ ଗୋଟିଏ ଶ୍ମଶାନରେ କରାଯାଉଛି ଦାହ । ଅନେକ ବର୍ଷ ଧରି କୋରାପୁଟ ସହରର ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶ୍ମଶାନର ନିକଟରେ ଗତ କିଛି ବର୍ଷ ପୂର୍ବେ ଏକ ନୂତନ ଶ୍ମଶାନ ନିର୍ମାଣ ହୋଇଥିଲା । ପରେ ପୁରୁଣା ଶ୍ମଶାନଟିରେ ଶବଦାହ ସଂଖ୍ୟା କମିଯାଇଥିଲା । କୋରୋନାରେ ଜିଲ୍ଲା ଓ ଜିଲ୍ଲା ବାହାରର କେହି ମୃତ୍ୟୁବରଣ କଲେ ସେମାନଙ୍କୁ ସେମାନଙ୍କ ଧର୍ମର ରୀତିନୀତି ଅନୁଯାୟୀ ଦହନ କି ସମାଧି ଦେବାର ବ୍ୟବସ୍ଥା କରିବା ପାଇଁ ଏହି ପୁରୁଣା ଶ୍ମଶାନକୁ ବ୍ୟବହାର କରାଯାଉଛି ।

ଗୋଟିଏ ଶ୍ମଶାନରେ ଜଳେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମୃତଦେହ

ସହରରେ ହିନ୍ଦୁ, ଖ୍ରୀଷ୍ଟିୟାନ ଓ ମୁସଲମାନ ସମ୍ପ୍ରଦାୟର ନିଜ ନିଜ ସ୍ଵତନ୍ତ୍ର ଶ୍ମଶାନ ଓ କବରସ୍ଥାନ ଥିବା ବେଳେ ଏହି ଶ୍ମଶାନକୁ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇ ସର୍ବଧର୍ମ ସମନ୍ଵୟର ଉଦାହରଣ ସୃଷ୍ଟି କରାଯାଇଛି । ନୂତନ ଶ୍ମଶାନରେ ଆଧୁନିକ ଚୁଲା ବ୍ୟବହାର ହେବା ସହ ଏହି ଶ୍ମଶାନକୁ ଏକ ଉଦ୍ୟାନର ରୂପ ଦିଆଯିବ । ଏହି ଉଦ୍ୟାନର ମଧ୍ୟ ଭାଗରେ ବିରାଟ ଆକାରର ଶିବପାର୍ବତୀଙ୍କ ପ୍ରତିମୂର୍ତି ସ୍ଥାପନା କରି ଶ୍ମଶାନରେ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟିକରିବାର ଯୋଜନା ରହିଛି । ଏହି ଶ୍ମଶାନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇ ଭବିଷ୍ୟତ ପାଇଁ ଏକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.