କୋରାପୁଟ: ଦୀର୍ଘ ଏକ ମାସ ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ହୋଇଯାଇଛି । ତେଣୁ ବସ ଷ୍ଟାଣ୍ଡରେ କାମ କରୁଥିବା ଦିନ ମଜୁରିଆ ରୋଜଗାର ହରାଇ ବସିଛନ୍ତି । ସରକାର ପୁଣିଥରେ ଲକଡାଉନର ଅବଧିକୁ ଜୁନ ମାସ 17 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦେବା ଫଳରେ ସେମାନଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ହୋଇ ମାଡିବସିଛି ବୋଲି ଦିନ ମଜୁରିଆ ଭାବେ କାମ କରୁଥିବା କୁମୁଟି ସାଉକାର ଜଣାଇଛନ୍ତି ।
ତେବେ ସେମାନଙ୍କ ପେଟର ଭୋକକୁ ଚିହ୍ନି ବିଜେପିର କର୍ମକର୍ତ୍ତା କୁଲି ସଂଘର 23 ଜଣ ସଦସ୍ୟଙ୍କୁ ଆଜି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିବା ସେ ସୂଚନା ଦେଇଛନ୍ତି । ଲକଡାଉନରେ ପ୍ରଭାବିତ ଏହି ଦିନ ମଜୁରିଆଙ୍କୁ ସହଯୋଗର ହାତ ବଢ଼ାଇ ଦଳ ଆନନ୍ଦିତ ହୋଇଥିବା ନେଇ ବିଜେପିର କର୍ମକର୍ତ୍ତା ତ୍ରିପୁରାରୀ ଗରଡ଼ା ମତବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ