ETV Bharat / state

କୋରାପୁଟରେ ଥାଇଲାଣ୍ଡର ବିଶିଷ୍ଟ ସଂସ୍କୃତ ବିଦ୍ୱାନ, ପ୍ରାକୃତିକ ସୌନ୍ଦର୍ଯ୍ୟର କଲେ ପ୍ରଶଂସା

author img

By

Published : Mar 19, 2023, 4:15 PM IST

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସଂସ୍କୃତ ସେମିନାରରେ ଯୋଗ ଦେଲେ ବ୍ୟାଙ୍ଗ୍‌କକ୍‌ସ୍ଥିତ ଶିଳ୍ପାକର୍ଣ୍ଣ ବିଶ୍ୱବିଦ୍ୟାଳୟର ସଂସ୍କୃତ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସମ୍ବତ ମଙ୍ଗମିଶୁକ୍ଷୀରି । କୋରାପୁଟ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସଂସ୍କୃତ ସେମିନାର

କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସଂସ୍କୃତ ସେମିନାରରେ ଯୋଗ ଦେବାକୁ ଆସିଛନ୍ତି ଥାଇଲାଣ୍ଡର ବିଶିଷ୍ଟ ସଂସ୍କୃତ ବିଦ୍ବାନ ତଥା ବ୍ୟାଙ୍ଗ୍‌କକ୍‌ସ୍ଥିତ ଶିଳ୍ପାକର୍ଣ୍ଣ ବିଶ୍ୱବିଦ୍ୟାଳୟର ସଂସ୍କୃତ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସମ୍ବତ ମଙ୍ଗମିଶୁକ୍ଷୀରି । ସଂସ୍କୃତ ଅଧ୍ୟୟନ ଓ ଗବେଷଣା ପାଇଁ ସେ ହିମାଳୟଠାରୁ ବଙ୍ଗୋପସାଗରର ଉପକୂଳ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେବେ କୋରାପୁଟ ଭଳି ଏକ ଅଦ୍ଭୁତ ସୌନ୍ଦର୍ଯ୍ୟଭରା ପ୍ରକୃତିକୁ ଦର୍ଶନ କରି ଏକ ଅପୂର୍ବ ଅନୁଭୂତି ପାଇଥିବା ସେ ପ୍ରକାଶ କରିଛନ୍ତି । କୋରାପୁଟ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ମୃତି ହୋଇ ରହିବ ବୋଲି ପ୍ରଫେସର ସମ୍ବତ ଜଣାଇଛନ୍ତି ।

ଥାଇଲାଣ୍ଡରେ ଶତକଡା ୯୦ ଭାଗ ଲୋକ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିବା ବେଳେ ପାଲି ଭାଷା ସହିତ ସଂସ୍କୃତ ସେହି ଦେଶର ଗୁରୁତ୍ୱପୂର୍ଣ୍ଣ ଭାଷା ଭାବେ ପରିଗଣିତ ହୋଇଆସୁଛି ବୋଲି ପ୍ରଫେସର ସମ୍ବତ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ପ୍ରଫେସର ସମ୍ବତଙ୍କ କହିବାନୁଯାୟୀ ୧୪୮୨ ଖ୍ରୀଷ୍ଟାବ୍ଦରେ ଥାଇଲାଣ୍ଡରେ ପ୍ରଥମ ସ୍ଵୀକୃତିପ୍ରାପ୍ତ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା । ଏହି ସାମ୍ରାଜ୍ୟର ନାମ ଥିଲା ଶୁଭୋଦୟ । ଯାହାକି ଏକ ସଂସ୍କୃତ ଶବ୍ଦ । ଏହି ସାମ୍ରାଜ୍ୟର ପ୍ରଥମ ରାଜାଙ୍କ ନାମରେ ମଧ୍ୟ ରାମ ଶବ୍ଦ ରହିଛି । ଥାଇଲାଣ୍ଡ ଦେଶରେ ସଂସ୍କୃତ ଭାଷା ବିଦ୍ୱାନମାନଙ୍କ ଭାଷା ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ବେଳେ ପାଲି ଭାଷା ବ୍ୟବହାର କରୁଥିବା ସାଧାରଣ ଲୋକେ ମଧ୍ୟ ନିଜ ପରିବାରର ପିଲାଙ୍କ ନାମକରଣ କଲାବେଳେ ସେଥିରେ ସଂସ୍କୃତ ଭାଷାର ବ୍ୟବହାର କରୁଥିବା ସେ କହିଛନ୍ତି । ତାଙ୍କ ମତରେ ନିଜ ନାମ ସମ୍ବତ ମଧ୍ୟ ସଂସ୍କୃତ ଶବ୍ଦ ସମ୍ପଦରୁ ଗ୍ରହଣ କରାଯାଇଛି । ସାଧାରଣ ଲୋକଙ୍କ ମଧ୍ୟରେ ସଂସ୍କୃତ ପ୍ରତି ଥିବା ଏହି ଶ୍ରଦ୍ଧା ଭାଷାର ପ୍ରସାର ଦିଗରେ ସହାୟକ ହେଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା 'ଭାରତ ଓ ବିଶ୍ବରେ ସଂସ୍କୃତ ଭାଷାର ମହତ୍ଵ' ଶୀର୍ଷକ ସମ୍ମିଳନୀରେ ଭାରତର ଅନ୍ତର୍ଜାତୀୟସ୍ତରରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଉଥିବା ବେଳେ ଥାଇଲାଣ୍ଡ, ଭିଏତନାମ, ଶ୍ରୀଲଙ୍କା, ପୋଲାଣ୍ଡ ଓ ଇଣ୍ଡୋନେସିଆ ପ୍ରଭୃତି ଦେଶରୁ ବହୁ ଶିକ୍ଷାବିତ ଭାଗ ନେଇଥିବା ସଂସ୍କୃତ ବିଭାଗର ମୁଖ୍ୟ ପ୍ରଫେସର ଏନସି ପଣ୍ଡା ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରର ବ୍ୟକ୍ତିତ୍ୱଙ୍କ ସହ ସମ୍ପର୍କ ସ୍ଥାପନା କରାଇବା ସହିତ ବିଶ୍ୱବିଦ୍ୟାଳୟକୁ ଏକ ନୂତନ ଦିଗ ପ୍ରଦାନ କରିବା ଦିଗରେ ଏହି ସମ୍ମିଳନୀ ସହାୟତା ପ୍ରଦାନ କରିବ ବୋଲି ସେ ଆଶା ପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.