ETV Bharat / state

କୋରାପୁଟରେ ଆରମ୍ଭ ହେବ ଟିଡି ଟୀକା କାର୍ଯ୍ୟକ୍ରମ - KORAPUT LATEST NEWS

କୋରାପୁଟ ଜିଲ୍ଲାର 10ରୁ 16ବର୍ଷ ବୟସର କିଶୋରୀଙ୍କୁ ଦିଆଯିବ ଟିଟାନସ ଓ ଡିପଥେରିଆ ପ୍ରତିରୋଧକ ଟିଡି ଟୀକା । ଏନେଇ ଜିଲ୍ଲା ଟାସ୍କଫୋର୍ସର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ
author img

By

Published : Aug 20, 2019, 9:00 PM IST

Updated : Aug 20, 2019, 10:40 PM IST

କୋରାପୁଟ: ଜିଲ୍ଲାର 10ରୁ 16ବର୍ଷ ବୟସର କିଶୋରୀଙ୍କୁ ଦିଆଯିବ ଟିଟାନସ ଓ ଡିପଥେରିଆ ପ୍ରତିରୋଧକ ଟିଡି ଟୀକା । ଏନେଇ ଜିଲ୍ଲା ଟାସ୍କଫୋର୍ସର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ଆୟୋଜିତ ହୋଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

ବିଦ୍ୟାଳୟରେ ପଢୁଥିବା ଓ ବିଦ୍ୟାଳୟ ବାହାରେ ରହିଯାଇଥିବା ଏହି ବୟସ ସୀମା ମଧ୍ୟର ସମସ୍ତ ପିଲାଙ୍କୁ ଏହି ଟୀକା ଯେପରି ଦିଆଯାଇପାରିବ ସେ ସଂକ୍ରାନ୍ତରେ 15 ଦିନର ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଆସନ୍ତା ସେପ୍ଟେମ୍ବର 1 ତାରିଖରୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ । ବୈଠକ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦଧିବାମନ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି ।

ଏହି ସମସ୍ତ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ସମ୍ବନ୍ଧିତ ବିଭାଗ ତରଫରୁ ସକ୍ରିୟ ସହଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଜିଲ୍ଲାର ୧୦ ରୁ ୧୬ ବର୍ଷ ବୟସ ର ସମସ୍ତ ଶିଶୁଙ୍କୁ ଟିଟାନସ ଓ ଡିପଥେରିଆ ପ୍ରତିରୋଧକ ଟିଡି ଟୀକା ଦିଆଯିବ । ଏ ନେଇ ଜିଲ୍ଲା ଟାସ୍କଫୋର୍ସ ର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।Body:ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ରେ ପଢ଼ୁଥିବା ଓ ବିଦ୍ୟାଳୟ ବାହାରେ ରହିଯାଇଥିବା ଏହି ବୟସ ସୀମା ମଧ୍ୟର ସମସ୍ତ ପିଲାଙ୍କୁ ଏହି ଟୀକା ଯେପରି ଦିଆଯାଇପାରିବ ସେ ସଂକ୍ରାନ୍ତରେ ୧୫ ଦିନର ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦଧିବାମନ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । Conclusion:ଏହି ସମସ୍ତ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ସମ୍ବନ୍ଧିତ ବିଭାଗ ତରଫରୁ ସକ୍ରିୟ ସହଯୋଗ ଯୋଗାଇଦେବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
..…......
Byte : ଦଧିବାମନ ତ୍ରୀପାଠୀ , ଜିଲ୍ଲା ଚିକତ୍ସାଧିକାରୀ
Byte : ମଧୁସୂଦନ ମିଶ୍ର , ଜିଲ୍ଲାପାଳ
..........
ଶାନ୍ତାକାର
କୋରାପୁଟ
............
Last Updated : Aug 20, 2019, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.