ETV Bharat / state

ପ୍ରଥମେ ପାସ ପରେ ଫେଲ ଫଳାଫଳକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ, ହାତ ଟେକିଦେଲା କଲେଜ

କୋରାପୁଟ ଜିଲ୍ଲା ସୁନାବେଡା ଏରୋନାଟିକ୍ସ ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପଢୁଥିବା ଦୁଇଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ମାର୍କକୁ ନେଇ ଅବହେଳାର ଶିକାର ହୋଇଛନ୍ତି । ଏ ନେଇ ଆମ ହାତରେ କିଛି ନଥିବା କଥା କହିଛନ୍ତି କଲେଜ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

author img

By

Published : Oct 31, 2021, 9:59 AM IST

ପ୍ରଥମେ ପାସ ପରେ ଫେଲ ଫଳାଫଳକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

କୋରାପୁଟ: ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ । ଯୁକ୍ତ ଦୁଇ କାଉନସିଲର ଅବହେଳା । ପ୍ରଥମେ ପାସ ଓ ପରେ ଫେଲ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କୋରାପୁଟ ଜିଲ୍ଲା ସୁନାବେଡା ଏରୋନାଟିକ୍ସ ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପଢୁଥିବା ଦୁଇଜଣ ଛାତ୍ରଛାତ୍ରୀ ଏପରି ଅବହେଳାର ଶିକାର ହୋଇଛନ୍ତି । ଏନେଇ ଆମ ହାତରେ କିଛି ନଥିବା କଥା କହିଛନ୍ତି କଲେଜ କର୍ତ୍ତୃପକ୍ଷ ।

ଅନଲାଇନ ନା ଅଫଲାଇନରେ ପରୀକ୍ଷା ହେବାକୁ ନେଇ ଅନେକ ଦିନ ସନ୍ଦେହ ଓ ଅନିଶ୍ଚିତତା ମଧ୍ୟରେ ସମୟ ଗଡାଇ ଚାଲିଥିବା ଯୁକ୍ତ ଦୁଇ କାଉନସିଲ । ପରୀକ୍ଷା ନକରି ପୂର୍ବ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ଘୋଷଣା କରିଥିଲା । ସମସ୍ତଙ୍କ ଭଳି ସୁନାବେଡା ଏରୋନାଟିକ୍ସ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରୀ ସନ୍ଧ୍ୟା ଟାକିରି ଓ ଛାତ୍ର ଅନିଷ ଖୋସଲା କାଉନସିଲର ୱେବସାଇଟକୁ ଯାଇ ନିଜସ୍ବ ଫଳାଫଳ ଦେଖିଥିଲେ । ସେଥିରେ ପ୍ରଦର୍ଶିତ ମାର୍କସିଟରେ ସେମାନେ ପାସ ହୋଇଥିବା ଦର୍ଶାଯାଇଥିଲା । ବିଭିନ୍ନ ମହାବିଦ୍ୟାଳୟକୁ ଆବେଦନ କରିବା ଓ ପ୍ରବେଶିକା ପରୀକ୍ଷା ଦେବା ଆରମ୍ଭ କରିଥିଲେ । ଏରୋନାଟିକ୍ସ ମହାବିଦ୍ୟାଳୟର ଏରୋନାଟିକ୍ସ ହାୟର ସେକେଣ୍ଡାରି ସ୍କୁଲରୁ ପାସ ଲେଖାଥିବା ଟିସି ମଧ୍ୟ ପାଇଥିଲେ । କିନ୍ତୁ ବର୍ତ୍ତମାନ ହଠାତ ସେମାନଙ୍କ ମୁଣ୍ଡ ଉପରେ ଆକାଶ ଛିଡିପଡିବା ଭଳି କାଉନସିଲରୁ ଚୂଡାନ୍ତ ସାର୍ଟିଫିକେଟ ଆସିଲା ବେଳକୁ ସେଥିରେ ସେମାନେ ଫେଲ ହୋଇଥିବା ଦର୍ଶାଯାଇଛି । ଯାହା ସେମାନଙ୍କୁ ଏକ ଶକ୍ତ ଝଟକା ଦେଇଛି ।

ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଦେଖା କରିଥିଲେ ସନ୍ଧ୍ୟା । କିନ୍ତୁ ସେମାନେ ଏ ସଂକ୍ରାନ୍ତରେ କିଛି କରିପାରିବେ ନାହିଁ ଓ ସେମାନଙ୍କୁ କାଉନସିଲ ସହ ଯୋଗାଯୋଗ କରିବା କଥା କହିଛନ୍ତି । ନିଜ ଅସହାୟତା ପ୍ରଦର୍ଶନ କରି କଲେଜ କର୍ତ୍ତୃପକ୍ଷ ନିଜ ଉପରୁ ଦାୟିତ୍ବ ଝାଡ଼ିଦେଇଥିବା ଅଭିଯୋଗ ହୋଇଛି । କାଉନସିଲ ଓ କଲେଜ କର୍ତ୍ତୃପକ୍ଷଙ୍କ ଏପରି ଦାୟିତ୍ବହୀନତା ପ୍ରଶ୍ନ କରିଛନ୍ତି ଅଭିଭାବକ ପ୍ରକାଶ କରିଛନ୍ତି । କାଉନସିଲର ଏପରି ଅସାବଧାନତା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ତେବେ ଏ ସଂକ୍ରାନ୍ତରେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ କିଛି କହିବା ପାଇଁ ମନା କରିଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.