କୋରାପୁଟ: ଖେଳନା ବନ୍ଧୁକ ମୁନରେ ଡାକ୍ତରଙ୍କୁ ଧମକ । ଯକ୍ଷ୍ମା ଓ ଛାତି ବିଭାଗର ଡାକ୍ତର ଶୁଭ୍ରାଂସୁ ଶେଖର ରାଉତଙ୍କ ଲିଖିତ ରିପୋର୍ଟକୁ ଆଧାର କୋରାପୁଟ ପୋଲିସ ଗତକାଲି ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଗତ ସୋମବାର ରାତି ପ୍ରାୟ 10 ଟା ସମୟରେ ହଠାତ୍ ଜଣେ ଅଜ୍ଞାତ ବ୍ୟକ୍ତି ହସ୍ପିଟାଲ ପରିସରରେ ଡାକ୍ତରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ । ଏହାସହ ପ୍ଲାଷ୍ଟିକ ବନ୍ଧୁକ ଦେଖାଇ ଭୟଙ୍କର ପରିଣାମ ପାଇଁ ଧମକ ଦେଇଥିଲା ।
ତେବେ ଏହି ଘଟଣାକୁ ନେଇ ଡାକ୍ତର ଜଣକ ଯୁବକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଜଣାଇଥିଲେ ଯାହାକୁ ଆଧାର କରି ଗତକାଲି ଓଡିଆଗୁଡା ଗାଁର କରଣ କୁଲଦୀପଙ୍କୁ ଧରି ପୋଲିସ ସେକ୍ସନ u / s-294 / 332/392 ipc / 28 ମେଡିକେୟାର ସେବା ବ୍ୟକ୍ତି ଏବଂ ମେଡିକେୟାର ସେବା ଅନୁଷ୍ଠାନ ଆକ୍ଟ 2008 ଅନୁଯାୟୀ କୋର୍ଟକୁ ପଠାଯାଇଛି ବୋଲି ଟାଉନ ଥାନା ଅଧିକାରୀ ଧିରେନ୍ ପଟ୍ଟନାୟକ କହିଛନ୍ତି ।
ଇଟିଭି ଭାରତ, କୋରାପୁଟ