ETV Bharat / state

ଉପଖଣ୍ଡସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ - ଉପଖଣ୍ଡ ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ଉଦଯାପିତ ହେଲା ଉପଖଣ୍ଡ ସ୍ତରୀୟ ଫୁଟବଲ ପ୍ରତିଯୋଗିତା । ଗତ ଜୁଲାଇ ୩୧ ତାରିଖରୁ କୋରାପୁଟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅଧିକ ପଢନ୍ତୁ

କୋରାପୁଟରେ ଉପଖଣ୍ଡ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

author img

By

Published : Aug 6, 2022, 10:50 PM IST

କୋରାପୁଟ: ଗତ ଜୁଲାଇ ୩୧ ତାରିଖରୁ 14 ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା ଉପଖଣ୍ଡ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି (ଶନିବାର) ସମ୍ପନ୍ନ ହୋଇଯାଇଛି । ଏହି ଫୁଟବଲ୍ ପ୍ରତିଯୋଗିତାରେ 17ଟି ଦଳ ଭାଗ ନେଇଥିବା ନେଇ କହିଛନ୍ତି ଆୟୋଜକ ହରିକାନ୍ତା ସ୍ପୋର୍ଟ୍ସର ନିର୍ଦ୍ଦେଶକ ବାପୂଜି ପାତ୍ର ।

କୋରାପୁଟରେ ଉପଖଣ୍ଡ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ସୂଚନାଅନୁସାରେ, ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ବର୍ଗର କିଶୋରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଫୁଟବଲ୍ ଖେଳର ଆୟୋଜନ କରାଯାଇଥିବା ବେଳେ ବଡଚିନ୍ଦ୍ରୀ ଦଳ ଚମ୍ପିଆନ ଓ କୁମ୍ଭାର ଟିମ୍ ରନର୍ସଅଫ ହୋଇଥିବା ନେଇ ସୂଚନା ରହିଛି । ଫାଇନାଲ ମ୍ୟାଚରେ ବଡଚିନ୍ଦ୍ରୀ ଟିମ ୨-୧ ଗୋଲ ବ୍ୟବଧାନରେ କୁମ୍ଭାର ଟିମକୁ ହରାଇ ଚମ୍ପିଆନ ହୋଇଥିବା ଯୋଗୁଁ ଦଳକୁ 5000 ଟଙ୍କା ଓ ରନର ଅପ୍ ହୋଇଥିବା କୁମ୍ଭା ଗାଁ ଦଳକୁ 3000 ଟଙ୍କା ଓ ଟ୍ରଫି ଦିଆଯାଇଛି । ଉଦଯାପନୀ ଉତ୍ସବରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କହିଛନ୍ତି ଯେ, "ଉତ୍ତମ ପ୍ରଦର୍ଶନ କରିଥିବା କିଶୋର ଖେଳାଳିଙ୍କୁ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉଦ୍ୟମ କରିବୁ । ଜିଲ୍ଲାର କୁନିକୁନି ଖେଳାଳୀଙ୍କୁ ଖେଳିବା ନିମନ୍ତେ ଉତ୍ସାହିତ କରିବୁ ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.