ETV Bharat / state

ବିଶ୍ୱବିଦ୍ୟାଳୟର ସମସ୍ୟା ନେଇ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଙ୍କ ଛାତ୍ରୀ ଆନ୍ଦୋଳନ

author img

By ETV Bharat Odisha Team

Published : Nov 23, 2023, 7:29 PM IST

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆନ୍ଦୋଳନ । ହଷ୍ଟେଲରେ ପିଇବା ପାଣି, ଖାଦ୍ୟରୁ ପୋକ ବାହାରିବା ନିମ୍ନ ମାନର ଖାଦ୍ୟ ଦିଆଯାଉ ଥିବା ସହ ଅନେକ ସମସ୍ୟାର ଅଭିଯୋଗ ନେଇ ଆନ୍ଦୋଳନ । ଆଗକୁ ପଢ଼ନ୍ତୁ

ଛାତ୍ରୀ ଆନ୍ଦୋଳନ
ଛାତ୍ରୀ ଆନ୍ଦୋଳନ
ଛାତ୍ରୀ ଆନ୍ଦୋଳନ

କୋରାପୁଟ: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆନ୍ଦୋଳନ । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବେଳେ ନୀତିଦିନ ବିଦ୍ୟୁତ ସମସ୍ୟା ଥିବା ଅଭିଯୋଗ କରି ଆନ୍ଦୋଳନ ଓହ୍ଲାଇଛନ୍ତି ଛାତ୍ରୀ । ଛାତ୍ରୀନିବାସରେ ରହିବା ଓ ପଢିବା କଷ୍ଟକର ହେଉଥିବା ଅଭିଯୋଗ ଆସିଛି । ଜେନେରେଟର ଥାଇ ମଧ୍ୟ ତାହା ଅକାମୀ ହୋଇ ପଡ଼ିଥିବା କହିଛନ୍ତି ଛାତ୍ରୀ ।

କୋରାପୁଟ ଜିଲ୍ଲାର ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଛାତ୍ରୀବାସରେ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ଆନ୍ଦୋଳନରେ ବସିଛନ୍ତି ଛାତ୍ରୀ । ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉ ଥିବା ସହ ପିଇବା ପାଣିରେ ଅସୁବିଧା, ଖାଦ୍ୟରୁ ପୋକ ବାହାରିବା ଆଦି ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ଆସିଛି । ତାଛଡ଼ା ଲାଇବ୍ରେରୀ ଓ ମେଡିକାଲ ସୁବିଧା ମଧ୍ୟ ନାହିଁ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସାଧାରଣ ସୁବିଧା ମଧ୍ୟ ଦିଆଯାଉ ନଥିବା ଅଭିଯୋଗ ଆସିଛି । ଯେତେ ଅଭିଯୋଗ କଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରୁ କିଛି ଉତ୍ତର ଆସୁନାହିଁ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନ ଠାରୁ ଏପରି ସମସ୍ୟା ଲାଗି ରହିଛି । ଫଳରେ ବିଶ୍ୱବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କର ଆକର୍ଷଣ କମିବାରେ ଲାଗିଲାଣି । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଏପରି ଅଣଦେଖା ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ କରିବା ପାଇଁ ବାଧ୍ୟ କରୁଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଚକବନ୍ଦୀ ଉଛେଦ ଆନ୍ଦୋଳନକୁ ବିତିଲା ୭ଦିନ, ଏବେବି ମୁହଁ ଖୋଲୁନି ପ୍ରଶାସନ

ବିଶ୍ୱବିଦ୍ୟାଳୟରେ ହେଉଥିବା ଅନିୟମତା ଯେମିତି ଗଣମାଧ୍ୟମରେ ପ୍ରକାଶ ନପାଉ, ସେ କାରଣରୁ ସାମ୍ବାଦିକମାନଙ୍କୁ ଆନ୍ଦୋଳନ ସ୍ଥାନକୁ ଯିବା ପାଇଁ ଅନୁମତି ଦେଇନଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ କିଛି ସାମ୍ବାଦିକ ଧସି ପଶିଯାଇ ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରିବାରେ ସମର୍ଥ ହୋଇଥିଲେ । କିନ୍ତୁ ମୁଖ୍ୟ ଫାଟକ ନିକଟରେ ଥିବା ସାମ୍ବାଦିକଙ୍କୁ ସେଠୁ ଫେରିଯିବା ପାଇଁ ବାଧ୍ୟ କରାଯାଇଥିଲା । ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଛାତ୍ରୀଙ୍କୁ ଡାକି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚର୍ଚ୍ଚା କରୁଥିବା ଜଣା ପଡ଼ିଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସାମ୍ବାଦିକଙ୍କ ପ୍ରତି କରାଯାଇଥିବା ଏପରି ବ୍ୟବହାରକୁ ସାମ୍ବାଦିକ ତଥା ଛାତ୍ରୀମାନେ ନିନ୍ଦା କରିଛନ୍ତି । ତେବେ ଏ ଚିତ୍ର କେବଳ କୋରାପୁଟର ନୁହେଁ । ରାଜ୍ୟରେ ଥିବା ଅନେକ ବିଶ୍ୱବିଦ୍ୟାଳୟରେ ଅନେକ ସମସ୍ୟା ଦେଖାଯାଉଛି । ସେ ସମସ୍ୟାର ସମାଧାନ କେତେଦୁର ହୋଇପାରୁଛି ଦେଖିବା ବାକି ରହିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.