ETV Bharat / state

ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ମାଡ ! ଶିକ୍ଷକ ଅଟକ

author img

By

Published : May 30, 2022, 12:54 PM IST

ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ମାଡ ! ମାଡ ଖାଇ ଲହୁଲୁହାଣ ହେଲେ ତୃତୀୟ ଶ୍ରେଣୀର ଛାତ୍ରୀ ମନ୍ତି ମାଣ୍ଡିଙ୍ଗା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତର ତୋଟା ଆମ୍ବଗୁଡ଼ା ସେବାଶ୍ରମରେ । ଅଧିକ ପଢନ୍ତୁ

ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ମାଡ ! ଶିକ୍ଷକ ଅଟକ
ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ମାଡ ! ଶିକ୍ଷକ ଅଟକ

କୋରାପୁଟ: ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ମାଡ ! ମାଡ ଖାଇ ଲହୁଲୁହାଣ ହେଲେ ତୃତୀୟ ଶ୍ରେଣୀର ଛାତ୍ରୀ ମନ୍ତି ମାଣ୍ଡିଙ୍ଗା । ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ମେଡିକାଲରେ ଚିକିତ୍ସା ଜାରି ରହିଛି । ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତର ତୋଟା ଆମ୍ବଗୁଡ଼ା ସେବାଶ୍ରମରେ । ସୂଚନା ଅନୁସାରେ, ଶନିବାର ସଂନ୍ଧ୍ୟାରେ ଟିକି ଝିଅ ମନ୍ତି ସ୍କୁଲ ହଷ୍ଟେଲ ଛାଡି ନିଜ ଗାଁ ଖାଲକଣାକୁ ଯିବା ପାଇଁ ଜଙ୍ଗଲ ଭିତର ଦେଇ ଏକାକି ଚାଲୁଥିଲା ।

ସ୍କୁଲ ୟୁନିଫର୍ମରେ ଟିକି ଝିଅଟିଏ କାନ୍ଦି କାନ୍ଦି ଯାଉଥିବା ଦେଖି ସ୍ବେଚ୍ଛାସେବୀ ଶରତ ବୁରୁଦା ତା ପାଖକୁ ଯାଇ କଣ ହୋଇଛି ବୋଲି ପଚାରିଥିଲେ । ଛାତ୍ରୀ ଜଣଙ୍କ ହାତ ଫୁଲିଥିବା ସ୍ଥାନକୁ ଦେଖି ତାର କାରଣ ମଧ୍ୟ ପଚାରିଥିଲେ । ତାକୁ ତାଙ୍କ ବିଦ୍ୟାଳୟର ଶିକ୍ଷକ ମାଡ଼ ମାରିଥିବା କହିବା ସହ ତାକୁ ସ୍କୁଲରେ ବାନ୍ଧି ରଖୁଥିବା ଝିଅଟି ସ୍ବେଚ୍ଛାସେବୀଙ୍କୁ ଜଣାଇଥିଲା ।

ପରେ ସ୍ବେଚ୍ଛାସେବୀ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ । ଘଟଣାସ୍ଥଳରେ ଡବ୍ଲ୍ୟୁଇଓ, କୋରାପୁଟ ସଦର ଥାନା ଅଧିକାରୀ ପହଞ୍ଚିଥିଲେ । ଛାତ୍ରଟିର ଅବସ୍ଥା ଖରାପ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଏ ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କୁ ପଚରାଉଚୁରା କରିବା ସହ ଅଟକ ରଖିଥିଲେ । ରବିବାର ଦିନ ତୋଟା ଆମ୍ବଗୁଡ଼ା ସେବାଶ୍ରମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଡବ୍ଲ୍ୟୁଇଓର ଅଧିକାରୀ ।

ଆଶ୍ରମ ସ୍କୁଲର ଅନ୍ତେବାସୀଙ୍କ ସମେତ ପାଚିକା ଓ ସମସ୍ତ କର୍ମଚାରୀ ମନ୍ତି ମାଣ୍ଡିଙ୍ଗା ଆଣିଥିବା ଅଭିଯୋଗକୁ ଖଣ୍ତନ କରିଛନ୍ତି । ଓଲଟା ମନ୍ତି ହଷ୍ଟେଲରୁ ଅନେକ ଥର ବାହାରି ଘରକୁ ଯାଇଥିବା ଅଭିଯୋଗ ଆସିଛି । ସେପଟେ ମନ୍ତିଙ୍କ ବାପା ଏହାକୁ ଖଣ୍ଡନ କରିଛନ୍ତି । ତାଙ୍କ ଝିଅ କେବଳ ଥରେ ଘରକୁ ସାଙ୍ଗମାନଙ୍କ ସହ ଆସିଥିବା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.