କୋରାପୁଟ: ଗସ୍ତରେ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ। କୋରାପୁଟର ଦେଓମାଳି ପର୍ବତର ଏକ ଅଂଶ ଭାବେ ପ୍ରକୃତିର କୋଳରେ ସୌନ୍ଦର୍ଯ୍ୟ ବାଣ୍ଟୁଥିବା ପୁଟସିଲ ଉପତ୍ୟକାରେ ଆୟୋଜନ ହେବ ଇକୋ ରିଟ୍ରିଟ। ଏହି ଇକୋ ରିଟ୍ରିଟର ଆୟୋଜନର ପ୍ରସ୍ତୁତିକୁ ଅନୁଧ୍ୟାନ କରିବା ପାଇଁ କୋରାପୁଟ ଆସିଛନ୍ତି ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ।
ପ୍ରାକୃତିକ ସୌନ୍ଦର୍ଯ୍ୟର ହେଉଛି ଗନ୍ତାଘର କୋରାପୁଟ। ଜିଲ୍ଲାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ଅତିଥିପରାୟଣତାର ପରମ୍ପରାଗତ ପ୍ରକୃତିର ବିଭବ। ଯାହାକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କହିଛନ୍ତି ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ । କୋରାପୁଟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସାଙ୍ଗକୁ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ଇକୋ ରିଟ୍ରିଟରେ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।


ଏହା ସହିତ ଡିସେମ୍ବରରେ ଜିଲ୍ଲା ପ୍ରଶାସନର ସହଯୋଗରେ ରାଜ୍ୟ ସରକାରଙ୍କ ଦ୍ବାରା 25ତମ ପରବ ଉତ୍ସବକୁ ଜାତୀୟ ସ୍ତରର ଏକ ଉତ୍ସବ ରୂପେ ପାଳନ କରାଯିବ। ଜିଲ୍ଲାରେ ପର୍ଯ୍ୟଟନ ବିକାଶ ହେଲେ ଜିଲ୍ଲାର ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ଏହା ସହ ଜିଲ୍ଲାରେ ବିଶ୍ବର କୋଣଅନୁକଣରୁ ପର୍ଯ୍ୟଟନ ଆସିବେ । ଏହା ସହ ପାରା ଗ୍ଲାଇଡିଂ,ସାଇକ୍ଲିଂ,କାର ଡ୍ରାଇଭ ଏବଂ ଆର୍ଚେରୀ ଭଳି ବିଭିନ୍ନ ପର୍ଯ୍ୟଟନ ଭିତ୍ତିକ କ୍ରୀଡା ମଧ୍ୟ ଆୟୋଜନ କରାଯିବ । କୋରାପୁଟର ପରବ ଚଳିତ ଥର DD 1 ରେ ସିଧା ପ୍ରସାରଣ କରାଯିବ ଏହି ସହ ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ମଧ୍ୟ ସିଧା ପ୍ରସାର କରାଯିବା କର୍ଯ୍ୟକ୍ରମ ରହିଛି ।
ଏହା ମାଧ୍ୟମରେ କୋରାପୁଟର ଆଦିବାସୀ ପରମ୍ପରା ବିଶ୍ବ ଦରବାରରେ ଆଦୃତ ହୋଇପାରିବ ବୋଲି କହିଛନ୍ତି । ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ସହ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପୁଟସିଲ ଗସ୍ତ କରିଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ