କୋରାପୁଟ: ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡର ଡୁଡୁମା ଜଳପ୍ରପାତ ନିକଟରେ ଦ୍ଵିତୀୟ ରାଜ୍ୟସ୍ତରୀୟ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଉତ୍ସବରେ ରାଜ୍ୟର ବହୁ ପ୍ରତିଷ୍ଠିତ କବି ଓ ଲେଖକ ଯୋଗ ହେଇଛନ୍ତି ।
ଭୁବନେଶ୍ୱର ସ୍ଥିତ ଓଡ଼ିଆ ମିଡିଆ ତରଫରୁ ଆୟୋଜିତ ହୋଇଥିବା ଏହି ସାହିତ୍ୟ ଉତ୍ସବରେ ରାଜ୍ୟର ବହୁ ପ୍ରତିଷ୍ଠିତ କବି ଓ ଲେଖକ ଯୋଗଦେଇ 'ମୁଁ କାହିଁକି ଲେଖେ' ଶୀର୍ଷକ ବିଷୟରେ ଆଲୋଚନା କରିଛନ୍ତି । ଏହା ସହିତ ସ୍ୱରଚିତ କବିତା ଆବୃତି କରାଯାଇଥିଲା । ଗତବର୍ଷ ଏହି ଉତ୍ସବ କୋରାପୁଟରେ ଅନେକ ସାହିତ୍ୟ ସ୍ରଷ୍ଟାଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ସିମିତ ଆକାରରେ ପାଳନ କରାଯାଇଛି ବୋଲି କହିଛନ୍ତି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ।
ଏହି ଉତ୍ସବର ଉଦ୍ଘାଟନୀ ପର୍ବ ଭୁବନେଶ୍ବରରେ ଆୟୋଜିତ ହୋଇଥିବା ବେଳେ ଦ୍ଵିତୀୟ ଦିନର ଉତ୍ସବ କୋରାପୁଟର ପ୍ରାକୃତିକ ପରିବେଶ ମଧ୍ୟରେ ଆୟୋଜିତ ହୋଇଛି । ତେବେ ଡୁଡୁମା ଜଳପ୍ରପାତ ନିକଟରେ ଆୟୋଜିତ ଏହି ସାହିତ୍ୟ ସମାବେଶ କବି ଓ ଲେଖକଙ୍କ ଭିତରେ ଏକ ନୂତନ ଉତ୍ସାହ ଭରିଦେଇଥିବା ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ।
କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ