ETV Bharat / state

କୋରାପୁଟରେ ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା ଆୟୋଜିତ - ରାଜ୍ୟ ସ୍ତରୀୟ ଚେସ ପ୍ରତିଯୋଗିତା

କୋରାପୁଟସ୍ଥିତ କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ ପରିସରରେ ଦୁଇଦିନିଆ ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା ଆୟୋଜିତ । ଅଧିକ ପଢନ୍ତୁ

State level chess competition starts in Koraput

author img

By

Published : Apr 9, 2023, 9:35 AM IST

Updated : Apr 9, 2023, 4:18 PM IST

କୋରାପୁଟରେ ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା

କୋରାପୁଟ: କୋରାପୁଟରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ଚେସ ପ୍ରତଯୋଗିତା । ଅଲ୍ ଓଡ଼ିଶା ଚେସ ଆସୋସିଏସନ ଓ କୋରାପୁଟସ୍ଥିତ କଳିଙ୍ଗ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଦୁଇ ଦିନିଆ ରାଜ୍ୟସ୍ତରୀୟ ଅଣ୍ଡର 17 ଓପନ । ଏହି ଚେସ ପ୍ରତିଯୋଗିତାରେ 70ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିବା କଳିଙ୍ଗ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି ।

ଏନେଇ ପ୍ରଦୀପ ମହାନ୍ତି କହିଛନ୍ତି, ''ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶିଶୁ ଓ କିଶୋର ଚେସ ଖେଳାଳି ଯୋଗ ଦେଇଥିବା ବେଳେ କୋରାପୁଟ ଅଞ୍ଚଳରୁ 40ରୁ ଊର୍ଦ୍ଧ୍ବ ଖେଳାଳି ଯୋଗ ଦେଇଛନ୍ତି । ଯାହା କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଚେସ ଖେଳ ପ୍ରତି ବୃଦ୍ଧି ପାଇଥିବା ଆଗ୍ରହର ପରିଚୟ ଦେଇଛି । ପିଲାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି 2019ରେ କୋରାପୁଟ ଜିଲ୍ଲା ଚେସ ଆସୋସିଏସନର ଗଠନ କରାଯିବା ସହ ଏହି ଆସୋସିଏସନ ମାଧ୍ୟମରେ ଜିଲ୍ଲାରେ ଚେସ ଖେଳିବାର ତାଲିମ ଦିଆଯାଇଥିଲା । ଅନେକ ସମୟରେ ଛୋଟ ବଡ ତାଲିମ ଶିବିର ମଧ୍ୟ ଆୟୋଜିତ ହୋଇଛି । ଏହାର ଫଳସ୍ୱରୂପ ଆୟୋଜିତ ଜିଲ୍ଲାସ୍ତରୀୟ ଚେସ ଚାମ୍ପିଅନସିପରେ ଦାମନଯୋଡି, କୋରାପୁଟ ଓ ଜୟପୁର ଭଳି ସହର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖେଳାଳି ଅଂଶଗ୍ରହଣ କରି ଉଚ୍ଚକୋଟୀର କ୍ରୀଡା ପ୍ରଦର୍ଶନ କରିଛନ୍ତି । ''

ସେ ଆହୁରି ମଧ୍ୟ କହିଥିଲେ ଯେ, କୋରାପୁଟ ଜିଲ୍ଲାରେ ପିଲାଙ୍କ ସହିତ ସେମାନଙ୍କ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଚେସ ପ୍ରତି ବେଶ ଉତ୍ସାହ ରହିଛି । ଯାହା ଆଗାମୀ ଦିନରେ ଏହି ଅଞ୍ଚଳରେ ଚେସ ଖେଳର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଇଙ୍ଗିତ କରୁଛି । କୋରାପୁଟ ଅଞ୍ଚଳରେ ପିଲାଙ୍କ ଖେଳାଖେଳି ପାଇଁ ଖେଳ ପଡିଆର ଘୋର ଅଭାବ ଥିବାବେଳେ ଚେସ ଖେଳ ପିଲାଙ୍କ ପାଇଁ ବରଦାନ ସାଜିଛି । ଚଳିତ ବର୍ଷ ଠାରୁ ଓଡ଼ିଶା ସରକାରଙ୍କ ଦ୍ଵାରା ବିଦ୍ୟାଳୟ ସ୍ତରରେ ଚେସ ଖେଳିବା ନିମନ୍ତେ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ କୋରାପୁଟ ଅଞ୍ଚଳରେ ଚେସ ଖେଳକୁ ଆହୁରି ଆଗକୁ ନେବାରେ ସହାୟକ ହେବ ।

ଆସନ୍ତା ଦିନରେ ଚେସ ଖେଳର ବ୍ୟାପକ ପ୍ରସାର ନିମନ୍ତେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଶିବିର ଆୟୋଜନ କରିବାର ଯୋଜନା ଥିବା ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତାରେ ପୁରୀର ଶ୍ରୀଷ୍ଟି ଶ୍ରେୟାଶି କ୍ରମାଗତ ଦ୍ଵିତୀୟ ଥର ଅଂଶ ଗ୍ରହଣ କରିଥିଲେ । ଶ୍ରୀଷ୍ଟି ଶ୍ରେୟାଶି କହିଛନ୍ତି ଯେ, ପୁରୀରୁ ଆସି କୋରାପୁଟ ସହରରେ ଚେସ ପ୍ରତିଯୋଗିତାରେ ଭାଗ ନେବା ଅତ୍ୟନ୍ତ ରୋମାଞ୍ଚକର । ଗତ ବର୍ଷ ଏହିଠାରୁ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିଲି । ଏହାପରେ କୋଏମ୍ବାଟୋରରେ ଅନୁଷ୍ଠିତ ହୋଇଥିବା 18 ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଜାତୀୟ ଚେସ ଚାମ୍ପିଅନସିପରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲି । ଚଳିତ ବର୍ଷ ମଧ୍ୟ ଜାତୀୟ ସ୍ତରରେ ଖେଳିବା ପାଇଁ କୃତକାର୍ଯ୍ୟ ହେବି ବୋଲି ଆଶା । ''

ଇଟିଭି ଭାରତ, କୋରାପୁଟ

Last Updated : Apr 9, 2023, 4:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.