କୋରାପୁଟ: କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ 67ଜଣ ନର୍ସ ଚାରି ଦଫା ଦାବି ନେଇ ହସ୍ପିଟାଲ ସମ୍ମୁଖରେ ଧାରଣା ଆରମ୍ଭ କରିଛନ୍ତି ।
ଦରମା ବୃଦ୍ଧି, ଆର୍ବିଏସକେରେ କାର୍ଯ୍ୟରତ ନର୍ସମାନଙ୍କ ଚାକିରୀକୁ ସ୍ଥାୟୀ କରିବା ପ୍ରଭୃତି ଦାବି କରି ଗତ କିଛିଦିନ ଧରି କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିବା ପରେ ଆଜିଠାରୁ ଧାରଣା ଦେବା ଆରମ୍ଭ କରିଛନ୍ତି ।
ବର୍ତ୍ତମାନ ରୋଗୀ ସେବାରେ କୌଣସି ବ୍ୟାଘାତ ନ ଜନ୍ମାଇ ଧାରଣା ଦିଆଯାଇଥିବା ବେଳେ ସରକାର ଦାବି ନମାନିଲେ ଆସନ୍ତା 4 ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସେମାନେ ସୂଚନା ପ୍ରଦାନ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ