ETV Bharat / state

ଏମିତି ବି ଆସେ ମୃତ୍ୟୁ, ବାପାର ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ

author img

By ETV Bharat Odisha Team

Published : Dec 6, 2023, 10:15 PM IST

ଗୋଟିଏ ଦିନରେ ଜଳିଲା ବାପା ପୁଅଙ୍କ ଚିତା । ବାପା ପଛେ ପଛେ ଆରପାରିକୁ ଚାଲିଗଲା ପୁଅ । ବାପାର ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ଗଛର ଡାଳ ପଡିଯିବାରୁ ପୁଅର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ଏକାଠି ଜଳିଲା ବାପା ଓ ପୁଅର ଜୁଇ
ଏକାଠି ଜଳିଲା ବାପା ଓ ପୁଅର ଜୁଇ
ଏକାଠି ଜଳିଲା ବାପା ଓ ପୁଅର ଜୁଇ

କୋରାପୁଟ: କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବକୁ ସାଙ୍ଗରେ ଧରି ଆସେ । ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି, ଯାହା ପାଇଁ ସମସ୍ତଙ୍କ ଆଖିରେ ଲୁହ ଆସିଯିବ । ଗୋଟିଏ ଦିନରେ ଜଳିଲା ବାପା ପୁଅଙ୍କ ଚିତା । ବାପା ପଛେ ପଛେ ଆରପାରିକୁ ଚାଲିଗଲା ପୁଅ । କିଏ ଜାଣିଥିଲା ବାପାର ଜୁଇଚିତା ଜାଳିବାକୁ ଯାଇଥିବା ପୁଅର ଅଚାନକ ମୃତ୍ୟୁ ହେବ । ବାପାର ଶେଷକୃତ୍ୟ କରିବାକୁ ଯାଇଥିବା ପୁଅର ମଧ୍ୟ ବାପା ସହ ଜୁଇ ଜଳିବ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ । ଯେଉଁଠି ବାପାର ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ଗଛର ଡାଳ ପଡିଯିବାରୁ ପୁଅର ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମତା ଗ୍ରାମର ଲକ୍ଷ୍ମଣ ମଣ୍ଡଳ ଅନେକ ଦିନ ଧରି କୌଣସି ଏକ ଅଜଣା ରୋଗରେ ପୀଡିତ ଥିଲେ । ଗତକାଲି ତାଙ୍କୁ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା । ଚିକିତ୍ସା ଚାଲୁ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ମୃତଦେହକୁ ସତ୍କାର କରିବା ପାଇଁ ତାୋଙେକ ପୈତୃକ ଗ୍ରାମ କାମତାକୁ ନିଆ ଯାଇଥିଲା । ତେବେ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଟାତ ଲକ୍ଷ୍ମଣଙ୍କ ସାନପୁଅ ବେଣୁଧର ମଣ୍ଡଳଙ୍କ ଉପରେ ଗଛରୁ ଏକ ଶୁଖିଲା ଡାଳ ଖସି ପଡିଥିଲା । ଡାଳ ପଡିବା ଫଳରେ ବେଣୁଧରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବୋରିଗୁମ୍ମା ମେଡିକାଲକୁ ନିଆ ଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଗୋଟିଏ ଦିନରେ ବାପା ପୁଅ ଆଗପଛ ହୋଇ ଚାଲିଯିବାକୁ ନେଇ ପରିବାର ଲୋକ ସମ୍ପୁର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ଏଭଳି ଘଟଣା ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି ।

ଏହା ମଧ୍ୟ ପଢ଼ନ୍ତୁ......କାର ବାଇକ ଧକ୍କା: ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଫେରାର, ବାଇକ ଚାଳକ ମୃତ

ତେବେ ବେଣୁଧରଙ୍କ ପାଠ ପଢା ସରିବା ପରେ ଚାକିରୀ ପଛରେ ନଗୋଡ଼ାଇ କୋରାପୁଟ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ବାପାଙ୍କ ଜଳ ଖିଆ ଦୋକାନରେ ବାପାଙ୍କୁ ସାହାଯ୍ୟ କରୁଥିଲେ । ବାପାଙ୍କ ଦେହ ଖରାପ ହେବାରୁ ବେଣୁଧର ଓ ତାଙ୍କ ମାଆ ଦୋକାନ ଚଳାଉଥିଲେ । ଏହାସହ ବେଣୁଧର କୋରିୟରରେ ମଧ୍ୟ କାମ କରୁଥିଲେ । ତେବେ ସୋସିଆଲ ମିଡ଼ିଆରେ ଏକ "ଆଇକନିକ୍‌ କୋରାପୁଟିଆ ନନା ନାନୀ" ଗ୍ରୁପ କରି ଚର୍ଚ୍ଚାରେ ଥିଲେ । ସେହି ଗ୍ରୁପ ମାଧ୍ୟମରେ କୋରାପୁଟ ଜ଼ିଲ୍ଲାର ଅନେକ ଯୁବକ ଓ ଯୁବତୀଙ୍କୁ ଯୋଡି ଥିଲେ । ବିଶେଷ କରି ଯେତେବେଳେ ରକ୍ତର ଆବଶ୍ୟକତା ପଡେ ସେତେବେଳ ବେଣୁଧରଙ୍କ କଥା ସାଧାରଣତଃ ମନକୁ ଆସେ । ଦିନ ହେଉକି ରାତି ସବୁ ବେଳେ ରକ୍ତ ଯୋଗାଡ଼ କରିଦିଅନ୍ତି । ତାଙ୍କର ଏହିଭଳି ଅକାଳ ବିୟୋଗକୁ ସାଧାରଣରେ କେହି ଗ୍ରହଣ କରି ପାରୁନାହାନ୍ତି l ଯେଉଁ ଦୋକାନରେ ସକାଳ ହେଲେ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମୁଥିଲା ଆଜି କିନ୍ତୁ ଦୋକାନ ଖାଁ ଖାଁ ଲାଗୁଛି । ସମସ୍ତଙ୍କର ପ୍ରିୟ ମଣିଷ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଗଲା । ସାଙ୍ଗସାଥିଙ୍କ ସହ ସ୍ଥାନୀୟ ବାସୀନ୍ଦା ତାଙ୍କ ଗାଁରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ । ବାପାର ଅନ୍ତିମ ସଂସ୍କାର ସମୟରେ ପୁଅର ମଧ୍ୟ ମୃତ୍ୟୁ ହେବ ଏହାକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆବାକ୍‌ କରିଦେଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.