ETV Bharat / state

ଏମିତି କିଛି ଗାଁ, ଯେଉଁଠି ଆଜି ଯାଏଁ ବି ପଶିପାରିନି କୋରୋନା

author img

By

Published : Jun 20, 2021, 11:17 AM IST

ଆଜି ବି ଏମିତି କିଛି ଗାଁ ରହିଛି ଯେଉଁଠି କୋରୋନା ପଶିପାରିନାହିଁ । ଏଭଳି କିଛି ଗାଁ ହେଲା କୋରୋପୁଟ ଜିଲ୍ଲା ନନ୍ଦପୁର ବ୍ଲକର କୁର୍ମାପୂଟ , ନନ୍ଦୀଗାଁ ଓ ଅନ୍ୟାନ୍ୟ ଗ୍ରାମ । ତେବେ ଅକ୍ଲାନ୍ତ ପରିଶ୍ରମ କଲେ କୋରୋନା ପାଖ ମାଡିବ ନାହିଁ ବୋଲି ବିଶ୍ଵାସ ଗ୍ରାମାଞ୍ଚଳର ଆଦିବାସୀଙ୍କୁ ଟୀକାକରଣଠାରୁ ଦୂରେଇରଖିଥିବା ନନ୍ଦୀଗାଁର ଜଣେ ଯୁବକ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଏମିତି କିଛି ଗାଁ, ଯେଉଁଠି ଆଜି ଯାଏଁ ବି ପଶିପାରିନି କୋରୋନା
ଏମିତି କିଛି ଗାଁ, ଯେଉଁଠି ଆଜି ଯାଏଁ ବି ପଶିପାରିନି କୋରୋନା

କୋରାପୁଟ: କୋରୋନାର ପ୍ରଥମ ଲହରୀ ସାରା ଦେଶକୁ ଆତଙ୍କିତ କରିଥବା ବେଳେ ଚଳିତ ବର୍ଷ ଦ୍ବିତୀୟ ଲହରୀ ଦେଶବାସୀଙ୍କୁ ବିଚଳିତ କରିସାରିଲାଣି । ଆଉ ଏବେ ପାଖେଇ ଆସୁଛି କୋରୋନାର ତୃତୀୟ ଲହର । ହେଲେ ଆଜି ବି ଏମିତି କିଛି ଗାଁ ରହିଛି ଯେଉଁଠି କୋରୋନା ପଶିପାରିନାହିଁ । ଏଭଳି କିଛି ଗାଁ ହେଲା କୋରୋପୁଟ ଜିଲ୍ଲା ନନ୍ଦପୁର ବ୍ଲକର କୁର୍ମାପୂଟ , ନନ୍ଦୀଗାଁ ଓ ଅନ୍ୟାନ୍ୟ ଗ୍ରାମ । ଏହି ଗ୍ରାମଗୁଡ଼ିକର ଲୋକେ ସହରାଞ୍ଚଳକୁ ଅଧିକ ଯାଉନଥିବା କାରଣରୁ କୋରୋନା ଏମାନଙ୍କ ପାଖ ମାଡ଼ିନଥିବା ସେମାନେ କହିଛନ୍ତି ।

ଗାଁ ଗଣ୍ଡାରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଲ ବାଡିରେ ପରିବା ଚାଷ କରୁଥିବା ଶ୍ରମଜୀବୀଙ୍କୁ କୋରୋନା ସମ୍ପର୍କରେ ଖବର ନାହିଁ ଓ ଏ ପର୍ଯ୍ୟନ୍ତ ତାକୁ ରୋକିବା ପାଇଁ ଟୀକା ଯେ ଆବଶ୍ୟକ, ତାହା ଜାଣିବାର ଆବଶ୍ୟକତା ନଥିବା ସେହି ଗ୍ରାମର କିଛି ଲୋକ ମତ ରଖିଛନ୍ତି । ଅକ୍ଲାନ୍ତ ପରିଶ୍ରମ କଲେ କୋରୋନା ପାଖ ମାଡିବ ନାହିଁ ବୋଲି ବିଶ୍ଵାସ ଗ୍ରାମାଞ୍ଚଳର ଆଦିବାସୀଙ୍କୁ ଟୀକାକରଣଠାରୁ ଦୂରେଇରଖିଥିବା ନନ୍ଦୀଗାଁର ଜଣେ ଯୁବକ ଜଣାଇଛନ୍ତି ।

ତେବେ ସେ ଯାହା ହେଉନା କାହିଁକି ବର୍ତମାନ ଜିଲ୍ଲା ପ୍ରଶାସନ ତରଫରୁ କୋରୋନା ଓ ଅନ୍ୟାନ୍ୟ ରୋଗ ସମ୍ପର୍କରେ ସର୍ଭେ କରାଯାଉଛି ଓ ଏହି ଅଭିଯାନ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସିଡିଏମଓ ଡାକ୍ତର ବେଉରା ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.