ETV Bharat / state

ଏଠି ଭୋଟ ମାଗିବାକୁ ନେତା ନାରାଜ! - koraput

ଲାଲଗଡ ନୁହେଁ, ତଥାପି ଅପହଞ୍ଚ ଇଲାକା ଲାଲଗୁଡା । ନେତା ବି ଭୋଟ ମାଗିବା ପାଇଁ ଆସିବାକୁ ନାରାଜ । ଗ୍ରାମବାସୀଙ୍କ ଅପେକ୍ଷା, କେବେ ଆସିବେ ଆଶାୟୀ ପ୍ରାର୍ଥୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 4, 2019, 2:28 PM IST

କୋରାପୁଟ: ଲାଲବାହିନୀ ନଥିଲେ ବି ପ୍ରଶାସନ ଓ ନେତାଙ୍କ ପାଇଁ ଅପହଞ୍ଚ ଇଲାକା ସାଜିଛି ଲାଲଗୁଡା । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ସବୁ କ୍ଷେତ୍ରରେ ଆସୁଥିବା ସରକାରୀ ଯୋଜନା ଏଠି ଫେଲ। ଶେଷରେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

କୋରାପୁଟ ଜିଲ୍ଲା ମହାଦେଇପୁଟ ପଞ୍ଚାୟତ ଡୋଲିଆମ୍ବରୁ ମାଟିରାସ୍ତାଟିଏ ଗଡିଯାଇଛି ଲାଲଗୁଡା ଗାଁ ଆଡକୁ । ସ୍ଥିତି ଅତ୍ୟନ୍ତ ଦୟନୀୟ। ପ୍ରଶାସନର ନାକତଳେ ଯୋଜନାର ଫଳକ ଲଗାଇଦେଇ ଠିକାଦାର ଅପହଞ୍ଚ ଗାଁକୁ ରାସ୍ତା ଯୋଗାଇ ଦେଇଥିବା ଘୋଷଣା କରୁଛନ୍ତି। ଏପଟେ କିନ୍ତୁ ଗାଁରେ ପହଞ୍ଚିବା ଯେତେ କଷ୍ଟକର ତାଠୁ ବଳିଯାଇଛି ପାନୀୟ ଜଳ ସମସ୍ୟା । ବିଦ୍ୟାଳୟ କି ଅଙ୍ଗନୱାଡି ନାହିଁ ।

ଗାଁରେ ଦିନେ ଲାଲ ପାଇକ ଵଂଶ ଥିବା ଶୁଣିବାକୁ ମିଳୁଥିଲେ ହେଁ ଆଜି କାହିଁକି ତା ସ୍ଥାନରେ କେବଳ ଗଦବା ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି, ସେନେଇ ଇତିହାସ ପୃଷ୍ଠାରେ କୌଣସି ତଥ୍ୟ ନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ କେହି ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଉପକୃତ ହୋଇନାହାନ୍ତି । କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ ସିଲିଣ୍ଡର ମଧ୍ୟ ମିଳିନି । ଏକଥା ଅନ୍ତତଃ ପକ୍ଷେ ଭୋଟ ମାଗିବାକୁ ଆସିଲେ ନେତାଙ୍କୁ ପଚାରିବେ ବୋଲି ଭାବିଥିଲେ ଏମାନେ । ହେଲେ ଗାଁ ରାସ୍ତା ଦେଖି ନେତା ବି ଆସିବାକୁ ମନ ବଳାଉନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନେତା ଓ ପ୍ରଶାସନ ତରଫରୁ ଭୋଟ ଦେବା ପାଇଁ କରାଯାଉଥିବା ଅନୁରୋଧକୁ ସମ୍ମାନ ଜଣାଇ ଏ ପର୍ଯନ୍ତ ଅବହେଳାର ଶୀକାର ହୋଇଥିବା ଲାଲଗୁଡା ଗାଁ ଲୋକେ ଭୋଟ ଦେଉଥିଲେ। ହେଲେ ଆଉ ନୁହେଁ। ଏଥର ଚରମ ନିଷ୍ପତ୍ତି ନେଇଛନ୍ତି। ଭୋଟ ଦେବାକୁ ସିଧାସିଧା ମନାକରିଛନ୍ତି।

କୋରାପୁଟର ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.