ETV Bharat / state

ବୁଦାମୂଳୁ ମିଳିଲା କଙ୍କାଳ, ସାର୍ଟ ଦେଖି ସ୍ବାମୀଙ୍କୁ ଚିହ୍ନିଲେ ସ୍ତ୍ରୀ

author img

By

Published : Dec 31, 2019, 11:33 PM IST

ବୁଦାମୂଳରୁ ମିଳିଥିବା କଙ୍କାଳର ମିଳିଲା ପତ୍ତା । ଡ୍ରେସ ଦେଖି ସ୍ବାମୀଙ୍କୁ ଚିହ୍ନିଲେ ସ୍ତ୍ରୀ । ଆଗକୁ ପଢନ୍ତୁ...

skeleton found from koraput village
ଝୋଲାରୁ ମିଳିଥିବା କଙ୍କାଳର ମିଳିଲା ପତ୍ତା

କୋରାପୁଟ: ଦଶମନ୍ତପୁର ବ୍ଲକର ଧର୍ମାଗୁଡା ଗାଁ ପାଖ ଝୋଲାରୁ ମିଳିଛି କଙ୍କାଳ । କଙ୍କାଳଟି ପତି ଚିତ୍ର ମୁଦୁଲିଙ୍କର ବୋଲି ଦାବି କରିଛନ୍ତି ତୁନଖାଲର ସମ୍ବାରି ମୁଦୁଲି। ସମ୍ବାରିଙ୍କ କହିବା ଅନୁଯାୟୀ, ଏକ ମାସ ସାତ ଦିନ ପୂର୍ବେ ଘରକୁ ଅତିଥି ଆସିବା ଯୋଗୁଁ ସେମାନଙ୍କ ପାଇଁ ମଦ ଆଣିବା ପାଇଁ ଚିତ୍ର ମୁଦୁଲି ବାହାରକୁ ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ ।

ଝୋଲାରୁ ମିଳିଥିବା କଙ୍କାଳର ମିଳିଲା ପତ୍ତା

ତେବେ ଖୋଜି ଖୋଜି ନିରାଶ ହେବା ବେଳକୁ ତାଙ୍କ ପତି ସେଦିନ ପିନ୍ଧିଥିବା ଟି-ସାର୍ଟ କୁ ଆଜି ଧର୍ମାଗୁଡା ଝୋଲାରେ ଦେଖିବା ପରେ ସମ୍ବାରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସେହି ସ୍ଥାନରେ ଖୋଳିବା ପରେ ଏକ ନରକଙ୍କାଳକୁ ଠାବ କରି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ।

ଦଶମନ୍ତପୁର ପୋଲିସ ଡାକ୍ତର ଓ ଫରେନସିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହି କଙ୍କାଳଟିକୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି । ଫରେନସିକ ପରୀକ୍ଷା କରିବା ପାଇଁ ତାକୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଅଣାଯାଇଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Intro:ଦଶମନ୍ତପୁର ବ୍ଲକ ର ଧର୍ମାଗୁଡା ଗାଁ ପାଖ ଝୋଲାରୁ ମିଳିଥିବା କଙ୍କାଳଟି ତାଙ୍କ ପତି ଚିତ୍ର ମୁଦୁଲିଙ୍କର ବୋଲି ଦାବି କରିଛନ୍ତି ତୁନଖାଲ ର ସମ୍ବାରି ମୁଦୁଲି । Body:ସମ୍ବାରି ଙ୍କ କହିବାନୁଯାୟି ଏକ ମାସ ସାତ ଦିନ ପୂର୍ବେ ଘରକୁ କୁଣୀଆ ଆସିବା ଯୋଗୁଁ ସେମାନଙ୍କ ପାଈଁ ମଦ ଆଣିବା ପାଇଁ ଚିତ୍ର ମୁଦୁଲି ବାହାରକୁ ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିନଥିଲେ । ତେବେ ଖୋଜି ଖୋଜି ନିରାଶ ହେବା ବେଳକୁ ତାଙ୍କ ପତି ସେଦିନ ପିନ୍ଧିଥିବା ଟି-ସାର୍ଟ କୁ ଆଜି ଧର୍ମାଗୁଡା ଝୋଲାରେ ଦେଖିବା ପରେ ସମ୍ବାରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସେହି ସ୍ଥାନରେ ଖୋଳିବା ପରେ ଏକ ନରକଙ୍କାଳ କୁ ଠାବ କରି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଦଶମନ୍ତପୁର ପୋଲିସ ଡାକ୍ତର ଓ ଫୋରେନସିକ ଟିମ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସେହି କଙ୍କାଳଟିକୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଷ୍ଟମର୍ଟମ କରାଯିବା ପରେ ଫୋରେନସିକ ପରୀକ୍ଷା କରିବା ପାଇଁ ତାକୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଅଣାଯାଇଥିବା ଜଣାପଡିଛି । Conclusion:........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.