କୋରାପୁଟ: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଅନୁସନ୍ଧାନ ପାଇଁ ଗଠିତ ଏସଆଇଟି ବୈଠକ ଆରମ୍ଭ ହୋଇଛି । କୋରାପୁଟ ସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଏସଆଇଟି ଟିମର ସଦସ୍ୟମାନେ ପୀଡିତାଙ୍କ ଗାଁ ମୂଷାଗୁଡାର ଅଧିବାସୀ ଓ ପରିବାର ଲୋକଙ୍କ ସହ ଆଲୋଚନା କରାଯାଉଛି ।
2017 ମସିହାରେ କୁନ୍ଦୁଲି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ପରବର୍ତ୍ତୀ ସମୟରେ ସେହି ନାବାଳିକା ଆତ୍ମହତ୍ୟା କରିଥିଲା । ଏହାପରେ ସରକାରଙ୍କ ଦ୍ବାରା ବିଭିନ୍ନ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇଛି । ତେବେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟର ଚାପରେ ଆସି ପୁଣିଥରେ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ।
ଏସଆଇଟି ଟିମରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦଙ୍କୁ ସାମିଲ କରାଯାଇ ଘଟଣାର ତଦନ୍ତ କରାଯାଉଛି । ହେଲେ ପୀଡିତାଙ୍କ ପରିବାର ପକ୍ଷରୁ ଏସଆଇଟି ସ୍ଥାନରେ ସିବିଆଇ ଦ୍ବାରା ତଦନ୍ତ କରାଯିବାକୁ ଦାବି କରାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ