ETV Bharat / state

ସାନ ଭଉଣୀର ସବୁଠି ଚର୍ଚ୍ଚା, ସୁରକ୍ଷା କବଚ ସାଜି ପାଲଟିଲା ଉଦାହରଣ

ମହିଳାଙ୍କ ନବକଳେବରର କାହାଣୀ । ମାନସିକ ବିକାରଗ୍ରସ୍ତ ଭଉଣୀଙ୍କ ପାଇଁ ଦେଇ ମାଷ୍କଙ୍କ ସଂଘର୍ଷପୂର୍ଣ୍ଣ ତ୍ୟାଗ।

author img

By

Published : Mar 8, 2022, 6:43 AM IST

Updated : Mar 8, 2022, 12:54 PM IST

struggle story of dei muska
ସାନ ଭଉଣୀର ସବୁଠି ଚର୍ଚ୍ଚା, ସୁରକ୍ଷା କବଚ ସାଜି ପାଲଟିଲା ଉଦାହରଣ

କୋରାପୁଟ: ସୁନ୍ଦର ସୃଷ୍ଟିର ଅନନ୍ୟ ମହିଳା। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟି କରି ସମାଜରେ ଏକ ଭିନ୍ନ ପରିଚୟ ଦେବାରେ ସହାୟକ ହୋଇଥାଏ। ଅଭାବ, ଦୁଃଖ ଓ ଅନ୍ଧାରରେ ରହୁଥିବା ନାରୀ ଆଜି ସ୍ବଉଦ୍ୟମରେ ନିଜ ଜୀବନରେ ଆଲୋକ ଭରିବାରେ ସକ୍ଷମ ହୋଇପାରିଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୟାପୁଟ ପଞ୍ଚାୟତର କନାପାଡ଼ି ଗାଁର ଦେଇ ମୁଷ୍କାଙ୍କ ଜୀବନରେ ଭରି ରହିଛି ଅନେକ ସଂଘର୍ଷ।

ଚର୍ଚ୍ଚାରେ ସାନ ଭଉଣୀ, ସୁରକ୍ଷା କବଚ ସାଜି ପାଲଟିଲା ଉଦାହରଣ

ହେଲେ ସେସବୁ ମାତ ଦେଇ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିଛନ୍ତି ଦେଇ ମୁଷ୍କା। ମାନସିକ ବିକାରଗ୍ରସ୍ତ ଭଉଣୀଙ୍କ ପାଇଁ ସେ ନିଜ ଖୁସିକୁ ଜଳାଞ୍ଜଳୀ ଦେଇଛନ୍ତି। ବଡ଼ ଝିଅକୁ ବିବାହ ପରେ ସାନ ଝିଅ ଦେଇ ମୁଷ୍କାଙ୍କୁ ବାହା ଦେଇ ନିଜ ଦାୟିତ୍ବ ସମ୍ପାଦିତ କରିବାର ସ୍ବପ୍ନ ଦେଖିଥିଲେ ବାପାମାଆ। ସବୁକିଛି ଠିକ ଥିବାବେଳେ ହଠାତ ତାଙ୍କ ଜୀବନରେ ସୁଖ ଦିଗ ପରିବର୍ତ୍ତନ କରିଥିଲା।

ଦେଇ ମୁଷ୍କାଙ୍କ ବଡ଼ ଭଉଣୀ ଘାସିଆଣି ମୁଷ୍କା ହଠାତ ମାନସିକ ବିକାରଗ୍ରସ୍ତ ଯୋଗୁଁ ଶାଶୁଘର ଲୋକେ ତାଙ୍କୁ ଘରୁ ବାହାର କରିଦେଲେ। ଏହି ଚିନ୍ତାରେ ମା ଓ ପରେ ପରେ ବାପା ମଧ୍ୟ ମୃତ୍ୟୁ ଘଟିଲା। ତାଙ୍କ ସେବାରେ ଦେଇ ମୁଷ୍କା ସାରା ଜୀବନ ପାଇଁ ଅବିବାହିତ ହୋଇ ରହିଲେ। ଘର ଚଳାଇବା ସହ ନିଜ ବଡ଼ ଭଉଣୀର ଯତ୍ନ ନେବାର ଗୁରୁ ଦାୟିତ୍ଵ ଦେଇଙ୍କୁ ମୁଣ୍ଡାଇବାକୁ ପଡ଼ିଲା। ଘାସିଆଣୀ ମୁଷ୍କା ମାନସିକ ସ୍ଥିତି ନେଇ ଗାଁରେ ଆତଙ୍କ ଖେଳି ଯାଇଥିଲା। ଗ୍ରାମରେ କେତେବେଳେ ଲୋକଙ୍କୁ ପଥରରେ ବାଡ଼ିରେ ମାରି ଆକ୍ରମଣ କରୁଥିଲେ।

ଯାହାକୁ ନେଇ ଅନେକ ଚିନ୍ତାରେ ପଡ଼ିଥିଲେ ଦେଇ। ଭଉଣୀକୁ ଭଲକରିବା ପାଇଁ ନେଇ ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ବାସକୁ ଆପଣାଇବା ସହ ପାରମ୍ପରିକ ଔଷଧ ସେବନ କରାଇବା ପର୍ଯ୍ୟନ୍ତ ସମସ୍ତ ଚେଷ୍ଟା କରି ବିଫଳ ସେ ବିଫଳ ହୋଇଥିଲେ। ଦିନ ରାତି ଭଉଣୀକୁ ଜଗି ରହିବାକୁ ପଡ଼ୁଥିବା ଯୋଗୁଁ ଜୀବନ ଜୀବିକାକୁ ସମୟ ଦେଇ ପାରିଲେ ନାହିଁ। ଏପରି ପରିସ୍ଥିତିରେ ସମୟ ଗଡ଼ି ଯାଉଥିଲେ ମଧ୍ୟ ସେ ଅବିବାହିତ ହୋଇ ଭଉଣୀଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେଲେ।

ଅନ୍ଧାରରେ ସୂର୍ଯ୍ୟ କିରଣର ଆଲୋକ ପରି ହଠାତ ଦୁଇ ଭଉଣୀଙ୍କ ଜୀବନରେ ଆଶାର ଆଲୋକ ଜାଗୃତ ହେଲା। ଗ୍ରାମର ୱାର୍ଡ ସେଚ୍ଛାସେବୀ ସଂଗଠନର ଦୃଷ୍ଟି ଏହି ଦୁଇ ଭଉଣୀଙ୍କ ଉପରେ ପଡ଼ିଥିଲା। ଏହି ସଂଗଠନ ବଳରେ ମାନସିକ ଅନଗ୍ରସର ଘାସିଆଣୀକୁ ସମସ୍ତ ସରକାରୀ ଯୋଜନା ସହ ସଂଯୋଗ କରାଗଲା। ଏଥିସହ ଘାସିଆଣୀକୁ ସରକାରଙ୍କ ମାନସିକ ସ୍ବାସ୍ଥ୍ୟ ଉନ୍ନତିକରଣ ଯୋଜନାରେ ସାମିଲ କରି ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଗଲା। ଯାହାର ପ୍ରଭାବରେ ଘାସିଆଣିର ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆସିଥିବା ଦେଖିବାକୁ ମିଳିଲା । ସେ ଧିରେ ଧିରେ ଘରେ ରହିବାକୁ ଆରମ୍ଭ କରିବା ସାନ ଭଉଣୀ ଦେଇଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କଲା । ବର୍ତ୍ତମାନ ସେ ଧିରେଧିରେ ସୁସ୍ଥ ହେଉଥିବାବେଳେ ନିଜ କାମ ନିଜେ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହି ସଂଗଠନ ପକ୍ଷରୁ ଦେଇ ମୁଷ୍କା ପାଇଁ ସରକାରୀ ସହଯୋଗ ଯୋଗାଇ ଦିଆଯାଆଯିବା ସହ ସ୍ବାବଲମ୍ବୀ କରିବା ପାଇଁ ବାଟ ଦେଖାଇଛି। ୱାର୍ଡ ସଂଗଠନର ସହାୟତାରେ ଗାଁରେ ଦିବ୍ୟାଙ୍ଗ ପରିବାରର ମହିଳା ମାନଙ୍କୁ ନେଇ ଗଠନ କରାଯାଇଥିବା ଉତ୍ପାଦକ ମହିଳା ଗ୍ରୁପରେ ଦେଇଙ୍କୁ କାମ କରିବାର ସୁଯୋଗ ମିଳିଲା। ଉତ୍ପାଦକ ଦଳରେ ଝାଡୁ ବାନ୍ଧିବା, ସାବୁନ ତିଆରି କରିବା ଓ ହଳଦୀ ଗୁଣ୍ଡ ପ୍ରସ୍ତୁତ କରିବା ଭଳି କାର୍ଯ୍ୟରେ ଦେଇଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଯୋଗଦେଲା।

ବ୍ୟକ୍ତିଗତ ସମସ୍ୟାକୁ ସାମୁହିକ ପ୍ରୟାସର ସଫଳତା ଆଣି ଦିବ୍ୟାଙ୍ଗଙ୍କୁ ସାମାଜିକ ସ୍ରୋତରେ ଅନ୍ତର୍ଭୁକ୍ତ କରିବା ଦିଗରେ ଏହା ଏକ ଅନନ୍ୟ ଉପଲବ୍ଧି ବୋଲି ଦିବ୍ୟାଙ୍ଗ ପରାମର୍ଶଦାତା ରାମକୃଷ୍ଣ ସୁରଦେବ କହିଛନ୍ତି। ଘାସିଆଣୀଙ୍କ ଏଭଳି ପରିବର୍ତ୍ତନ ଦେଖି ଦେଇଙ୍କ ସମେତ ସମସ୍ତ ଗ୍ରାମବାସୀଙ୍କ ମୁହଁ ହସ ଫୁଟି ପାରିଛି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Mar 8, 2022, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.