ETV Bharat / state

ସ୍କୁଲରେ ପଡିଲା ତାଲା: ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Oct 12, 2022, 10:31 PM IST

ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଅର୍ଥ ଆଦାୟ । କୋରାପୁଟ ବ୍ଲକ ଅନ୍ତର୍ଗତ ଉମୁରିଠାରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଦୁର୍ନିତୀ ଅଭିଯୋଗ । ଟ୍ରାନ୍ସଫର ସାର୍ଟିଫିକେଟ ଦେବା ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରୁଥିଲେ । ଅଧିକ ପଢନ୍ତୁ

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସ୍କୁଲରେ ପଡ଼ିଲା  ତାଲା

କୋରାପୁଟ: ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଅର୍ଥ ଆଦାୟ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଟ୍ରାନ୍ସଫର ସାର୍ଟିଫିକେଟ ଦେବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ଏନେଇ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଜିଲ୍ଲାପାଳ ଏବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।

କୋରାପୁଟ ବ୍ଲକ ଅନ୍ତର୍ଗତ ଉମୁରିଠାରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଦୁର୍ନିତୀ ଅଭିଯୋଗ । ସୂଚନା ଅନୁଯାୟୀ, ଉମୁରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମଲେଖା ଠାରୁ ଆରମ୍ଭ କରି ଟ୍ରାନ୍ସଫର ସାର୍ଟିଫିକେଟ ଦେବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ଅର୍ଥ ଆଦାୟ କରାଯାଉଥିଲା । ତେବେ ଏଭଳି ନିୟମକୁ ବିରୋଧ କରି ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଡିଡବ୍ଲ୍ୟୁଓ ସୁନିଲ କୁମାର ତାଣ୍ଡି ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ ।

ଏବାବଦରେ କୋରାପୁଟ ଡିଡବ୍ଲ୍ୟୁଓ କହିଥିଲେ ଛାତ୍ରଛାତ୍ରୀଙ୍କଠାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଣସି ଅର୍ଥ ଆଦାୟ କରିନାହାନ୍ତି । ତେବେ ତାଙ୍କର ଏହି ବୟାନ ପରେ ଅଭିଭାବକମାନେ ଡିଡବ୍ଲ୍ୟୁଓ ସୁନିଲ କୁମାର ତାଣ୍ଡିଙ୍କ ତଦନ୍ତ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ପିଲାଙ୍କ ଠାରୁ ଅର୍ଥ ଆଦାୟ କରିଥିବା ନେଇ ସେମାନଙ୍କ ପାଖରେ ପ୍ରମାଣ ରହିଥିବା ଦର୍ଶାଇ ଏ ସଂକ୍ରାନ୍ତରେ କିଛି ଭିଡିଓ ମଧ୍ୟ ଡିଡବ୍ଲ୍ୟୁଓଙ୍କୁ ଦେଖାଇଥିଲେ ଅଭିଭାବକ ।

ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏଭଳି ଦୁର୍ନିତୀର ତଦନ୍ତକୁ ଠିକ୍ ଭାବେ କରାନଗଲେ ବିଦ୍ୟାଳୟରେ ତାଲା ପକାଯିବ ବୋଲି ଅଭିଭାବକ ମାନେ ଡିଡବ୍ଲ୍ୟୁଓଙ୍କୁ କହିଥିଲେ । ଅଭିଭାବକଙ୍କ ଚାପରେ ଡିଡବ୍ଲ୍ୟୁଓ ଶ୍ରୀ ତାଣ୍ଡି ପୁଣିଥରେ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯୋଗୁଁ ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଫାଟକ ସାମନାରେ ଧାରଣା ଦେଇଥିଲେ ।

ସେପଟେ ସ୍କୁଲ ଫାଟକରୁ ଦୂରରେ ରହି ସଂପୂର୍ଣ୍ଣ ଘଟଣାକୁ ଦେଖୁଥିବା ପ୍ରଧାନ ଶିକ୍ଷୟତ୍ରୀ କ୍ୟାମେରା ସାମ୍ନାରେ କିଛି ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ । ଆଗାମୀ ଦିନରେ ବୋର୍ଡ ପରୀକ୍ଷା ଦେବା ପାଇଁ ପିଲାମାନେ ପ୍ରସ୍ତୁତି ଆରମ୍ଭ କରିଲେଣି । ତେବେ ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ବାହାର କରିବା ଆବଶ୍ୟକ ବୋଲି ଅଭିଭାବକ ଦାବି ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.