ETV Bharat / state

ସବୁ ରାଜନୈତିକ ଦଳ କୋଟିଆ ପାଇଁ ସ୍ବର ଉଠାନ୍ତୁ: ସଞ୍ଜୟ ଦାସବର୍ମା

କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର 21ଟି ଗାଁରେ ଥିବା ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ଡେପୁଟି ଚେୟାରମ୍ୟାନ୍ ସଞ୍ଜୟ ଦାସବର୍ମା ଏକ ସାମୂହିକ ସ୍ବର ଆବଶ୍ୟକ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ସମସ୍ତ ରାଜନୈତିକ ଦଳ କୋଟିଆ ପାଇଁ ସ୍ବର ଉତ୍ତୋଳନ କରିବା ଆବଶ୍ୟକ

author img

By

Published : Feb 11, 2021, 10:16 PM IST

କୋରାପୁଟ: କୋଟିଆ ପଞ୍ଚାୟତର 21ଟି ଗାଁରେ ଥିବା ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ଏକ ସାମୂହିକ ସ୍ବର ଆବଶ୍ୟକ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର 21ଟି ଗାଁରେ ଥିବା ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ଡେପୁଟି ଚେୟାରମ୍ୟାନ୍ ସଞ୍ଜୟ ଦାସବର୍ମା ଏକ ସାମୂହିକ ସ୍ବର ଆବଶ୍ୟକ ବୋଲି କହିଛନ୍ତି ।

ସମସ୍ତ ରାଜନୈତିକ ଦଳ କୋଟିଆ ପାଇଁ ସ୍ବର ଉତ୍ତୋଳନ କରିବା ଆବଶ୍ୟକ

ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ କୋଟିଆକୁ ନେଇ ଚାଲିଥିବା ବିବାଦର ଶୁଣାଣି କରି 2006ରେ ସୁପ୍ରିମକୋର୍ଟର ପାଞ୍ଚଜଣ ସଦସ୍ୟଙ୍କ ସ୍ବତନ୍ତ୍ର ବେଞ୍ଚ ଦ୍ବାରା କୋଟିଆରେ ସ୍ଥିତାବସ୍ଥା ରଖିବା ପାଇଁ ଆଦେଶ ଦିଆଯାଇଥିଲା । ମାତ୍ର ଆନ୍ଧ୍ରପ୍ରଦେଶ ସରକାର ଏଠାକାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିବିଧ ଲୋଭନୀୟ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିଆସିଥିବା ସେ ଅଭିଯୋଗ କରିଛନ୍ତି ।

ଗୁରୁବାର ଆନ୍ଧ୍ରପ୍ରଦେଶ ବିରୋଧରେ ଓଡିଶା ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନାର ଏକ ପିଟିସନ ଦାଖଲ କରାଯାଇଥିବା ବେଳେ ସମସ୍ତ ରାଜନୈତିକ ଦଳ ଏକ ସ୍ବରରେ ଆନ୍ଧ୍ରପ୍ରଦେଶର ଏପରି ଅନଧିକାର ପ୍ରବେଶ ଓ ପଞ୍ଚାୟତ ନିର୍ବାଚନ କରିବାକୁ ବିରୋଧ କରିବାକୁ ପଡିବ ବୋଲି ସେ ମତ ରଖିଛନ୍ତି ।

ଓଡିଶା ହେଉଛି ଏକ ନିର୍ଦ୍ଦିଷ୍ଟ ଭାଷା ଆଧାରରେ ସୃଷ୍ଟି ହୋଇଥିବା ଏକ ରାଜ୍ୟ ଏବଂ ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳ ପଡୋଶୀ ରାଜ୍ୟଗୁଡିକର ଅନୁପ୍ରବେଶର ସମ୍ମୁଖୀନ ହେଉଛନ୍ତି । ଦାସବର୍ମା ଗୁରୁବାର କୋରାପୁଟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି । ବୁଧବାର କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ଗସ୍ତ ପରେ ବିଜେପିର ରାଜ୍ୟ ସଭାପତି ମଧ୍ୟ କୋଟିଆରେ ସମସ୍ୟାର ସମାଧାନ ପାଇଁ ଏକ ସର୍ବଦଳୀୟ ସଭା ଡାକିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଥିଲେ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.