ETV Bharat / state

Kotia Issue: କୋଟିଆରେ ସାଲୁର ବିଧାୟକ, ତଦାରକ କଲେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ - ବିବାଦୀୟ କୋଟିଆ ପଞ୍ଚାୟତ

କୋଟିଆ ପଞ୍ଚାୟତର ତାଡିବାଲାସାରେ ଆନ୍ଧ୍ରର ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ସାଲୁର ବିଧାୟକ ରାଜନ ଦୋରା (salur mla visit tadibalasa weekly market of kotia GP) । ଅଧିକ ପଢନ୍ତୁ

ତାଡିବାଲାସାରେ ଆନ୍ଧ୍ରର ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ତଦାରଖ କଲେ ଆନ୍ଧ୍ର ବିଧାୟକ

author img

By

Published : Dec 26, 2021, 7:42 AM IST

କୋରାପୁଟ: କୋଟିଆ ପଞ୍ଚାୟତର ତାଡିବାଲାସାରେ ଆନ୍ଧ୍ରର ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ତଦାରଖ କଲେ ଆନ୍ଧ୍ର ବିଧାୟକ (salur mla visit tadibalasa weekly market of kotia GP) । ତାଡିବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ୱାରା 9 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ହାଟ ବଜାର ବିଶ୍ରାମ ଗୃହ ଓ ପିଣ୍ଢିର କାର୍ଯ୍ୟକୁ ଶନିବାର ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ତଦାରଖ କରିଛନ୍ତି ।

ତାଡିବାଲାସାରେ ଆନ୍ଧ୍ରର ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ତଦାରଖ କଲେ ଆନ୍ଧ୍ର ବିଧାୟକ

ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା (salur mla Rajan Dora) ଓ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୂର୍ମନାଥଙ୍କ ଉପସ୍ଥିତିରେ ଗତ କିଛିଦିନ ପୂର୍ବେ ଏହି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା । ସେଠାରେ ଆନ୍ଧ୍ରର ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିବା ସମୟରେ କୋଟିଆ ନିକଟ ତଳ ଗଂଜେଇପଦର ଠାରେ ଆନ୍ଧ୍ର ସରକାରଙ୍କ ତରଫରୁ ନିର୍ମାଣ ହେଉଥିବା ଅଙ୍ଗନବାଡି କେନ୍ଦ୍ରକୁ ଓଡିଶା ସରକାର କାମ ବନ୍ଦ କରାଇବା ଘଟଣାକୁ ସେ ନିନ୍ଦା କରିଛନ୍ତି ।

ସୀମାକୁ ନେଇ ସୁପ୍ରିମକୋର୍ଟରେ ଆଇନଗତ ଲଢେଇ ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗଠନମୂଳକ ଚର୍ଚ୍ଚା ଚାଲିଥିବା ବେଳେ କୋଟିଆ ଅଞ୍ଚଳରେ ବିକାଶ ପାଇଁ ଉଭୟ ରାଜ୍ୟ ତ୍ୱରାନ୍ୱିତ କରିବା ସହ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟର ନିର୍ମାଣ କାର୍ଯ୍ୟକୁ ବନ୍ଦ ନକରିବା ପାଇଁ ସେ ଉଭୟ ରାଜ୍ୟର ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.