ETV Bharat / state

ଅପହଞ୍ଚ ଇଲାକାରେ ବ୍ୟାଙ୍କିଂ ସେବା ଯୋଗାଇଲେ ସଲାମୀ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 21, 2020, 8:51 PM IST

ଅପହଞ୍ଚ ଇଲାକାରେ ବ୍ୟାଙ୍କିଂ ସେବା ପହଞ୍ଚାଇ ଆଦିବାସୀ ଝିଅ ସଲାମୀ ଶଶଙ୍କର ପାଇଲେ ମୁଖ୍ୟମନ୍ତ୍ରୀଙ୍କ ସାବାସୀ । ଏନେଇ ଓଡିଶା ଜୀବିକା ମିଶନର କୋରାପୁଟ ଜିଲ୍ଲା ଅଧିକାରୀ ସୁସ୍ମିତା ସାମନ୍ତରାୟ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଅପହଞ୍ଚ ଇଲାକାରେ ବ୍ୟାଙ୍କିଂ ସେବା ଯୋଗାଇଲେ ସଲାମୀ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଅପହଞ୍ଚ ଇଲାକାରେ ବ୍ୟାଙ୍କିଂ ସେବା ଯୋଗାଇଲେ ସଲାମୀ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ଅପହଞ୍ଚ ଇଲାକାରେ ବ୍ୟାଙ୍କିଂ ସେବା ପହଞ୍ଚାଇ ଆଦିବାସୀ ଝିଅ ସଲାମୀ ଶଶଙ୍କର ପାଇଲେ ମୁଖ୍ୟମନ୍ତ୍ରୀଙ୍କ ସାବାସୀ । ସଲାମୀ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୟାପୁଟ ଗ୍ରାମର ଏକ ଗରିବ ଆଦିବାସୀ ଝିଅ । କିନ୍ତୁ ନିଜ ଦୃଢ ସଂକଳ୍ପ ଏବଂ ଓଡିଶା ଜୀବିକା ମିଶନର ସହଯୋଗରେ ବିଭିନ୍ନ ଯୋଜନାରେ ସରକାର ଯୋଗାଉଥିବା ଆର୍ଥିକ ସେବାକୁ ସେ ଲକଡାଉନ ସମୟରେ ଗାଁ ଗାଁ ବୁଲି ଗତ ଚାରି ମାସରେ 2 କୋଟି ଟଙ୍କା ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଆଉ ଏହି ସାହାଯ୍ୟ ଯୋଗାଇ ସେ ନିଜେ ମଧ୍ୟ 69 ହଜାର ଟଙ୍କାର କମିଶନ ଅର୍ଜନ କରିପାରିଛନ୍ତି ।

ସଲାମୀର ଏହି ଅଭୂତପୂର୍ବ ସଫଳତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ପ୍ରଶଂସା କରିଛନ୍ତି । ଏନେଇ ଓଡିଶା ଜୀବିକା ମିଶନର କୋରାପୁଟ ଜିଲ୍ଲା ଅଧିକାରୀ ସୁସ୍ମିତା ସାମନ୍ତରାୟ ଜଣାଇଛନ୍ତି । ସରକାରଙ୍କ ଅନେକ ଯୋଜନା ବିଶେଷ କରି ଆର୍ଥିକ ସୁବିଧା ପହଞ୍ଚାଇବା ପାଇଁ ବ୍ୟାଙ୍କ ଗୁଡିକର ଭୂମିକା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ବିଭିନ୍ନ କାରଣରୁ ବ୍ୟାଙ୍କ ଗୁଡିକ ମଧ୍ୟ ଲୋକଙ୍କ ପାଖରେ ସେବା ପହଞ୍ଚାଇବାରେ ଅସମର୍ଥ ହୋଇଉଠିପଡିଥିଲେ । ଆଉ ଏପରି ସ୍ଥିତିରେ ଓଡିଶା ଜୀବିକା ମିଶନ ଜିଲ୍ଲାର ବିଭିନ୍ନ ବ୍ଲକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରୁ ଚୟନ କରି 28 ଜଣ ବ୍ୟବସାୟ ସଂଯୋଜିକାଙ୍କୁ ଲାପଟପ , ପ୍ରିଣ୍ଟର ଭଳି ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତ୍ୟେକଙ୍କୁ 85 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରି ବ୍ୟାଙ୍କିଂ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳତା ହାସଲ କରିଛନ୍ତି ।

ତେବେ ସଲାମୀର ସଫଳତା ଅନ୍ୟ ସମସ୍ତଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରି ଦେଇଥିବା ବେଳେ ଚଳିତ ବର୍ଷ ନୂତନ ଭାବେ 20 ଜଣ ସଂଯୋଜିକାଙ୍କୁ ଚୟନ କରିବାରେ ସହାୟକ ହୋଇଛି ବୋଲି ସୁଶ୍ମିତା ସାମନ୍ତରାୟ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.