ETV Bharat / state

ପଣସ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

author img

By

Published : May 14, 2021, 7:07 PM IST

ନନ୍ଦପୁର ବ୍ଲକର ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଅଭିନବ ଉପାୟରେ ପଣସ ବୋଝେଇ କରି ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି । ଅଧିକ ପଢନ୍ତୁ...

ପଣସ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
ପଣସ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: ନନ୍ଦପୁର ବ୍ଲକର ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଅଭିନବ ଉପାୟରେ ପଣସ ବୋଝେଇ କରି ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି । ଲମତାପୁଟ ଠାରୁ ୫ କିଲୋମିଟର ଦୂର ବଡପଡା ଘାଟି ନିକଟରେ ଗାଡି ଗୁଡିକୁ ଯାଞ୍ଚ କରୁଥିବା ସମୟରେ ବାଡେଲ ଅଞ୍ଚଳରୁ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଟ୍ରକକୁ ଅଟକାଇ ଥିଲେ ।

ପରେ ପୋଲିସ ଅଟକ ଗାଡିକୁ ଯାଞ୍ଚ କରିଥିଲେ ଏବଂ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ପରେ ଲମତାପୁଟ ପୋଲିସ ଗଞ୍ଜେଇ ଚାଲାଣରେ ବ୍ୟବାହୃତ ହୋଇଥିବା ଟ୍ରକକୁ ଜବତ କରିବା ସହ ରାଜସ୍ଥାନ ଅଞ୍ଚଳର ୨ ଜଣକୁ ପୋଲିସ ଗିରଫ କରିଛି । ଟ୍ରକରୁ ଜବତ ହୋଇଥିବା ଗଞ୍ଜେଇର ଓଜନ ୪୨୨ କେ.ଜି ୩୦୦ ଗ୍ରାମ ଗଞ୍ଜେଇ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.