ETV Bharat / state

ପିଚୁ ରାସ୍ତା ଅପେକ୍ଷାରେ ତେନ୍ତୁଳିଗୁଡା ଗ୍ରାମବାସୀ - କୋରାପୁଟରେ ରାସ୍ତା ସମସ୍ୟା

ରାସ୍ତାରେ ପିଚୁ ପକାଇବା ପାଇଁ ଗ୍ରାମବାସୀ ଦାବି । ରାସ୍ତା ନିର୍ମାଣର ଦୀର୍ଘ ବର୍ଷ ବିତି ଯାଇଥିଲେ ବି ରାସ୍ତାରେ ପଡି ନାହିଁ ପିଚୁ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି । ଅଧିକ ପଢନ୍ତୁ...

road problem in koraput
ରାସ୍ତାରେ ପିଚୁ ପକାଇବା ପାଇଁ ଗ୍ରାମବାସୀ ଦାବି
author img

By

Published : Oct 3, 2020, 9:56 AM IST

କୋରାପୁଟ: ରାସ୍ତାରେ ଦୀର୍ଘ ବର୍ଷ ହେବ ପଡିନାହିଁ ପିଚୁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । କୋରାପୁଟ ପୌରାଞ୍ଚଳର 16 ନମ୍ବର ୱାର୍ଡ଼ର ତେନ୍ତୁଳିଗୁଡା ଗାଁ । କୋରାପୁଟରୁ ଆସିଲା ବେଳକୁ ଗାଁ ମୁଣ୍ଡରେ ଥିବା ଜଳଭଣ୍ଡାରର ପାଣି ଗ୍ରାମବାସୀଙ୍କୁ ବର୍ଷ ବର୍ଷ ଧରି ସମସ୍ୟା ଆଣିଦେଉଥିଲା । ପ୍ରାୟ 5 ବର୍ଷ ପୂର୍ବେ ଏହି ଗାଁର ଏକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ ଅଞ୍ଜଳି ସୁନା ବିଦ୍ୟାଳୟକୁ ଯାଇ ଫେରିବା ସମୟରେ ଜଳଭଣ୍ଡାରକୁ ଦେଖିବା ପାଇଁ ଆସିଥିବା ତତ୍କାଳୀନ ଜଳସମ୍ପଦ ସଚିବଙ୍କୁ ଭେଟିଥିଲା । ଜଳଭଣ୍ଡାରରୁ ବହି ଆସୁଥିବା ପାଣି ଯୋଗୁଁ ଗ୍ରାମବାସୀ ଅସୁବିଧାର ସମ୍ମୁଖିନ ହେଉଥିବା କହିଥିଲା । କୁନି ଝିଅଟିର କଥା ଶୁଣି ସଚିବ ଏହି ଗାଁକୁ ଏକ ବ୍ରିଜ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରାସ୍ତାରେ ପିଚୁ ପକାଇବା ପାଇଁ ଗ୍ରାମବାସୀ ଦାବି

ଦୀର୍ଘ ତିନିବର୍ଷ ଧରି କାର୍ଯ୍ୟ ହେବା ପରେ ବ୍ରିଜଟି ସମ୍ପୂର୍ଣ୍ଣ ହୋଇଥିଲା । ହେଲେ ଗାଁକୁ ରାସ୍ତା ନଥିବା ଯୋଗୁଁ ତାର ବିଶେଷ ଲାଭ ଉଠାଇ ପାରି ନଥିଲେ ଗାଁଲୋକେ । ଗ୍ରାମବାସୀଙ୍କ ଅନୁରୋଧ ପରେ ପୌର ପରିଷଦ ଏହି ଗାଁକୁ ରାସ୍ତାଟିଏ କରାଇଲା । କିନ୍ତୁ ଦୁଇବର୍ଷ ପୂର୍ବେ ପଡିଥିବା ମାଟିଗୋଡି ଉପରେ ଏ ପର୍ଯ୍ୟନ୍ତ ପିଚୁ ପଡିପାରିଲା ନାହିଁ । ବର୍ଷା ପାଣି ଖାଇ ରାସ୍ତା ଉପରୁ ମାଟି ଗୋଡି ଖସିଗଲାଣି । ତୁରନ୍ତ ରାସ୍ତାର ପୁନରୁଦ୍ଧାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତେବେ କ୍ୟାମେରା ସାମନାରେ କିଛି କହିନଥିଲେ ବି ଏହି ରାସ୍ତାର ମରାମତି ନିମନ୍ତେ କାର୍ଯ୍ୟ ମଞ୍ଜୁରୀ ହୋଇଯାଇଥିବା ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.