ETV Bharat / state

ଗାଁକୁ ନାହିଁ ପୋଲ, ବୁହା ହେଲେ ଗର୍ଭବତୀ - koraput

ନିର୍ବାଚନ ସମୟ ଚାଲିଛି । ଗାଁ ଗାଁ ବୁଲି ଅନେକ ପ୍ରତିଶୃତି ଦେଇ ନେତାମାନେ ଭୋଟ ଭିକ୍ଷା କରୁଛନ୍ତି । କିନ୍ତୁ ନେତାଙ୍କ ପ୍ରତିଶୃତି ପାଣିର ଗାର ବୋଲି ଜଣା ପଡିଯାଇଛି । ପୁଣି ରାସ୍ତା ନଥିବା ଯୋଗୁଁ ଗର୍ଭବତୀ ମହିଳା ବୁହା ହୋଇଛନ୍ତି । ଏହି ଘଟଣା କୋରାପୁଟ ଜିଲ୍ଲାରେ ରାସ୍ତାଘାଟର ସ୍ଥିତିକୁ ପୁଣିଥରେ ପଦାରେ ପକାଇଛି ।

ଫଟୋ ସୌଜନ୍ଯ:ସମ୍ବାଦଦାତା, କୋରାପୁଟ
author img

By

Published : Apr 21, 2019, 11:20 PM IST

କୋରାପୁଟ: ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗାଁର ଜଣେ ଗର୍ଭବତୀଙ୍କୁ ଭାରରେ ବୁହା ହୋଇ ନଦୀପାର କରି ଡାକ୍ତରଖାନା ନିଆଯାଇଛି । ସୂଚନାମୁତାବକ, ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରୁ ୧୨ କିଲୋମିଟର ଦୂରରେ ବାଘମାରି ଗାଁ । ଗାଁ ମୁଣ୍ଡରେ ଏକ ପାହାଡିଆ ନଦୀ ରହିଛି । ତେବେ ନଦୀରେ ପୋଲ ଖଣ୍ଡେ ଏଯାଏଁ ହୋଇପାରିନାହିଁ । ତେଣୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ଗାଁ ନିକଟକୁ ଯାଇପାରେ ନାହିଁ ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କୋରାପୁଟ

ତେଣୁ ସାଧାରଣ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଭାରରେ ବୋହି ନେବାକୁ ବାଧ୍ୟ ହୋଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ:ଜୀବନ ଯୁଦ୍ଧରେ କଅଁଳ ଯୋଦ୍ଧାଙ୍କ ସଂଘର୍ଷ

ରବିବାର ଜଣେ ଗର୍ଭବତୀ ମହିଳାଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାକୁ ନେଲାବେଳେ ଅନୁରୂପ ଭାବେ ଏହି 5କିଲୋମିଟର ବାଟ ଭାରରେ ବୁହା ହେଇ ଗଲାପରେ ହିଁ ଆମ୍ବୁଲାନ୍ସର ସୁବିଧା ମିଳିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ସୂଚନା ମିଳିଛି ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.