ETV Bharat / state

କମିଲା କୋଭିଡ ଭୟ, କୋରାପୁଟରେ ବଢିଲା ସଡକ ଦୁର୍ଘଟଣା !

author img

By

Published : Jan 21, 2023, 8:58 AM IST

କୋଭିଡ କମିବା କାରଣରୁ ବଢ଼ୁଛି ସଡ଼କ ଦୁର୍ଘଟଣା । ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ସଡକ ଦୁର୍ଘଟଣା କମ ଥିଲା । କିନ୍ତୁ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ସଡକ ଦୁର୍ଘଟଣାର ହାର ଶତକଡା ୨୨ ପ୍ରତିଶତ ବୃଦ୍ଧି ପାଇଥିବା କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

କୋଭିଡ ଭୟ କମିବା ସହ ବଢ଼ୁଛି ସଡକ ଦୁର୍ଘଟଣା
କୋଭିଡ ଭୟ କମିବା ସହ ବଢ଼ୁଛି ସଡକ ଦୁର୍ଘଟଣା
କୋଭିଡ ଭୟ କମିବା ସହ ବଢ଼ୁଛି ସଡକ ଦୁର୍ଘଟଣା

କୋରାପୁଟ: ଜିଲ୍ଲାରେ କୋଭିଡର ଭୟ ହ୍ରାସ ପାଇଥିବାବେଳେ ସଡକ ଦୁର୍ଘଟଣାର ହାର ଶତକଡା ୨୨ ପ୍ରତିଶତ ବୃଦ୍ଧି ପାଇଛି । ଗତ ଦୁଇ ବର୍ଷ ଧରି କୋଭିଡ କାରଣରୁ ସଡକ ଦୁର୍ଘଟଣା କମ ଥିଲା । କିନ୍ତୁ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ସଡକ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଇଥିବା କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

ଅଧିକ ସଂଖ୍ୟାରେ ଦୁଇ ଚକିଆ ମଟର ସାଇକଲର ଦୁର୍ଘଟଣା ଘଟୁଥିବାରୁ ଚଳିତ ବର୍ଷ ଆରମ୍ଭରୁ ସଡକ ସୁରକ୍ଷା ଅଭିଯାନ ମାଧ୍ୟମରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ସଡକର ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ବୃଦ୍ଧି ପାଇଥିବା ସଡକ ଦୁର୍ଘଟଣା ମଧ୍ୟରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଇବା, ହେଲମେଟ ନପିନ୍ଧି ମଟର ସାଇକଲ ଚଲାଇବା, ଗାଡିର ପରିବହନ କ୍ଷମତା ଠାରୁ ଅଧିକ ବ୍ୟକ୍ତି ଯାତ୍ରା କରିବା ତଥା ଦ୍ରୁତ ଗତିରେ ସାମନାରେ ଯାଉଥିବା ଗାଡିକୁ ମନଇଚ୍ଛା ଅତିକ୍ରମ କରିବା ପ୍ରମୁଖ କାରଣ ଭାବେ ଦେଖାଯାଇଥିବା ଯୋଗୁଁ ଏ ସବୁ କ୍ଷେତ୍ରରେ ନିୟନ୍ତ୍ରଣ ଆଣିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି କୋରାପୁଟ ଆରଟିଓ ମାନସ ମିଶ୍ର ସୂଚନା ଦେଇଛନ୍ତି ।

ସେହିଭଳି ଜନ ସାଧାରଣ ଉଚିତ ଭାବେ ସମସ୍ତ ସଡକ ନିୟମ ମାନିବା ଦିଗରେ ସଚେତନ ହେବା ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ସଡକ ଉପରେ, ସଡକର ଦୁଇ ପାର୍ଶ୍ଵରେ ଜନ ଗହଳିର ନିୟନ୍ତ୍ରଣ କରିବା ଓ ରାସ୍ତାଘାଟର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି ପ୍ରେସ କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ମତ ରଖିଛନ୍ତି । କୋରାପୁଟ, ଜୟପୁର ଓ ସେମିଳିଗୁଡା ଭଳି ଜିଲ୍ଲାର ପ୍ରମୁଖ ସହର ଗୁଡିକ ଦେଇ ଜାତୀୟ ରାଜପଥ ଯାଇଥିବାରୁ ଏହି ସହର ଗୁଡିକରେ ବାଇପାସ ରାସ୍ତା ନିର୍ମାଣ କରିବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଛନ୍ତି । ତେବେ ସହର ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ବାଇପାସ ରାସ୍ତା ନିର୍ମାଣ ପାଇଁ ପ୍ରଶାସନିକ ପଦକ୍ଷେପ ନିଆଯାଇଥିବା ବେଳେ ହାଟ ବସିବା ଦିନ କୋରାପୁଟ ସହର ମଧ୍ୟରେ ଭାରିଯାନର ଯିବା ଆସିବା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପୋଲିସ ପ୍ରଶାସନ ତରଫରୁ ଯୋଜନା ପ୍ରସ୍ତୁତ ହେଉଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.