ETV Bharat / state

ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସତର୍କ କୋରାପୁଟ, ଚାଲିଛି ସମୀକ୍ଷା

କୋରାପୁଟରେ ବାତ୍ୟା ବନ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାକ ମୌସୁମୀ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଶାସନ ଠାରୁ ଜନ ପ୍ରତିନିଧି ପରସ୍ପର ଆଲୋଚନା କରି ନିଷ୍କର୍ଷ କାଢିଛନ୍ତି ।

author img

By

Published : Jun 4, 2019, 8:00 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: କରାଳରୂପୀ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଆଗୁଆ ସଜବାଜ ଚଲାଇଛନ୍ତି କୋରାପୁଟ ପ୍ରଶାସନ ଓ ଲୋକ ପ୍ରତିନିଧି । ମଙ୍ଗଳବାର ପ୍ରାକୃତିକ ବିପର୍ଯୟ ବେଳେ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ସଦ୍ଭାବନା ସଭାଗୃହରେ ପ୍ରାକ ମୌସୁମୀ ସମନ୍ୱୟ ବୈଠକ ବସିଥିଲା । ଜିଲ୍ଲାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତେ ମିଶି ଆଲୋଚନା ଜରିଆରେ ସମାଧାନ ଖୋଜିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ଜିଲ୍ଲାରେ ସମୁଦାୟ ସାତଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସେଥିରୁ କିଛି ଆଶ୍ରୟସ୍ଥଳୀ ଭଗ୍ନାବସ୍ଥାରେ ପଡିରହିଛି । ସେଗୁଡିକର ମରାମତି କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ।

ତେବେ ନବ ନିର୍ବାଚିତ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏଵଂ ଅନ୍ୟାନ୍ୟ ବିଧାୟକ ଗଣଙ୍କ ସହ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଏମାନଙ୍କ ଯୋଗଦାନ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହାୟକ ହେବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସି. ଏଚ ଶାନ୍ତାକାର , ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.