ETV Bharat / state

ଆକାଶଗୁଡାରେ ଆକାଶ କଇଁଆ ମୌଳିକ ସୁବିଧା - ଆକାଶଗୁଡା ଗାଁ ସମସ୍ୟା

କୋରାପୁଟ ସହରରୁ ମାତ୍ର କିଛି ମାଇଲ ଦୂରରେ ପାହାଡ଼ ଖୋଲରେ ରହିଛି ଛୋଟିଆ ଗାଁ ଆକାଶଗୁଡା । ଗାଁରେ ରହିଛି ଅନେକ ସମସ୍ୟା । ପ୍ରଶାସନର ଚରମ ଅବହେଳାର ଶିକାର ହୋଇଥିବା ଏହି ଗାଁର ଅବସ୍ଥା କେବେ ଯେ ସୁଧୁରିବ, ସେହିଦିନ ପାଇଁ ଚାତକ ଭଳି ଅନାଇ ରହିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଆକାଶଗୁଡାରେ ଆକାଶ କଇଁଆ ମୌଳିକ ସୁବିଧା
ଆକାଶଗୁଡାରେ ଆକାଶ କଇଁଆ ମୌଳିକ ସୁବିଧା
author img

By

Published : Sep 10, 2020, 8:05 PM IST

କୋରାପୁଟ: ସହରରୁ ମାତ୍ର କିଛି ମାଇଲ ଦୂରରେ ପାହାଡ଼ ଖୋଲରେ ରହିଛି ଛୋଟିଆ ଗାଁ ଆକାଶଗୁଡା । ଭୂଗୋଳ ବହିରେ ନଥିବା ଏହି ଗାଁକୁ ଉପର ମୁଣ୍ଡରୁ ଦେଖିଲେ ପାତାଳରେ ଥିଲା ଭଳି ଲାଗୁଥିବାବେଳେ ଗାଁ ଦାଣ୍ଡରୁ ଆକାଶକୁ ଦେଖି କାହିଁ କେଉଁକାଳରୁ ଆକାଶଗୁଡା ବୋଲି ନାଁ ଦିଆଯାଇଛି । ବର୍ତ୍ତମାନର ପିଢିକୁ ଏହି ଗାଁର ଇତିହାସ ଓ ଏଠାରେ ବସତି ସ୍ଥାପନ କରିବାର କାରଣ ।

ଆକାଶଗୁଡାରେ ଆକାଶ କଇଁଆ ମୌଳିକ ସୁବିଧା

ତେବେ ଏହି ଗାଁରେ ପୂର୍ବେ ଅନେକ ଲୋକ ରହୁଥିଲେ ଓ ମୌଳିକ ସୁବିଧାର ଅଭାବ ଯୋଗୁଁ ଅନେକେ ଏହି ଗାଁ ଛାଡି ଚାଲିଯାଇଥିଲେ । ଗାଁରେ ବିଜୁଳି, ପାଣି ସମସ୍ୟା ଥିବାବେଳେ ଖରାପ ରାସ୍ତା ମଧ୍ୟ ମରଣଯନ୍ତା ସାଜିଥିବା ଅଭିଯୋଗ ହୋଇଛି । ସହରାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥାରେ ପାଇପ ଆସି ଠିକ୍‌ ଗାଁ ମୁଣ୍ଡରେ ଅଟକିଛି ।

ସେହିପରି ପିଲାଙ୍କ ପାଇଁ ନା ଅଙ୍ଗନବାଡି କେନ୍ଦ୍ର ଅଛି ବା ପ୍ରାଥମିକ ବିଦ୍ୟାଳୟ । ପ୍ରଶାସନର ଚରମ ଅବହେଳାର ଶିକାର ହୋଇଥିବା ଏହି ଗାଁର ଅବସ୍ଥା କେବେ ଯେ ସୁଧୁରିବ ସେହିଦିନ ପାଇଁ ଚାତକ ଭଳି ଅନାଇ ରହିଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.