ETV Bharat / state

କୋରାପୁଟ ବଜାରରେ ମହକିଲା କଞ୍ଚାକାଜୁ - କୋରାପୁଟ ବଜାରରେ ମହକିଲା କାଜୁ

କୋରାପୁଟ ବଜାରରେ ପସରା ମେଲିଛି କାଜୁ । ଆଦିବାସୀ ମହିଳା ଓ ପୁରୁଷ ଜଙ୍ଗଲକୁ ଯାଇ କଞ୍ଜାକାଜୁ ସଂଗ୍ରହ ପରେ ବିକ୍ରି କରି ଦୁଇ ପାଇସା ରୋଜଗାର କରି ପାରୁଛନ୍ତି । ଅଧିକ ପଢ଼ନ୍ତୁ

Cashew farming in koraput
କୋରାପୁଟ ବଜାରରେ ମହକିଲା କଞ୍ଚାକାଜୁ
author img

By

Published : Jun 25, 2022, 10:26 AM IST

କୋରାପୁଟ: ପ୍ରକୃତି ପରିବେଶରେ ଭରା କୋରାପୁଟ । ଜଙ୍ଗଲଜାତ ଦ୍ରବ୍ୟ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ବେଶ ଚାହିଦା ରହିଛି । ବାଉଁଶ କରଡି, ବିଭିନ୍ନ ପ୍ରକାର ଛତୁ, କଫି, କାଜୁ ଭଳି ଅନେକ ପ୍ରାକୃତିକ ଜିନିଷ ଲୋକଙ୍କୁ କୋରାପୁଟ ପ୍ରତି ଆକୃଷ୍ଟ କରେ । ତେବେ ବର୍ତ୍ତମାନ ବଜାରରେ କାଜୁ ପସରା ମେଲିଛି । ଆଦିବାସୀ ମହିଳା ଓ ପୁରୁଷ ଜଙ୍ଗଲକୁ ଯାଇ କଞ୍ଚାକାଜୁ ସଂଗ୍ରହ ପରେ ବିକ୍ରି କରି ଦୁଇ ପାଇସା ରୋଜଗାର କରି ପାରୁଛନ୍ତି ।

କୋରାପୁଟ ବଜାରରେ ମହକିଲା କଞ୍ଚାକାଜୁ

ପ୍ରଥମେ ଜଙ୍ଗଲରେ ଉପଯୁକ୍ତ ମଞ୍ଜି ଥିବା କାଜୁ ଚିହ୍ନଟ କରି ତାକୁ ସଂଗ୍ରହ କରିଥାନ୍ତି । ଏହାପରେ ତାର ଚୋପା ଛଡ଼ାଇ ତାକୁ ବିକ୍ରି କରିଥାନ୍ତି । ତେବେ ଗ୍ଲାସ ପିଛା ୨୦ ଟଙ୍କା ଓ କିଲୋକୁ 400-500 ଟଙ୍କାରେ ବିକ୍ରି କରୁଥିବା ଲୋକେ କହିଛନ୍ତି । କଞ୍ଚା କାଜୁର ତାହିଦା ବେଶ ଅଧିକ ଥିବାବେଳେ ବର୍ଷର କେବଳ ଗ୍ରୀଷ୍ମର ଶେଷ ଭାଗ ଓ ଆଷାଢ଼ର ଆଦ୍ୟ ଭାଗରେ ଏହା ମିଳିଥାଏ । କଞ୍ଚା କାଜୁରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ତେଣୁ ଏହାକୁ ବିକ୍ରି କରି ଆଦିବାସୀ ଲୋକେ ବେଶ ଲାଭବାନ ହୋଇପାରୁଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.