ETV Bharat / state

ବିଭିନ୍ନ ଦାବି ନେଇ ରେଳ ପୋଇ କାମ ବନ୍ଦ କଲେ ରେଲୱେ ଜମିହରା ସଂଘ

କୋରାପୁଟ ଜିଲ୍ଲା ଦେଇ ବିଶାଖାପାଟଣା ଠାରୁ କିରଣ୍ଡୋଲ ଏବଂ କୋରାପୁଟ ଠାରୁ ରାୟଗଡା ପର୍ଯ୍ୟନ୍ତ ବିଛାଯାଇଥିବା ରେଳପୋଇ ଉପରେ ଓ ନିକଟବର୍ତ୍ତୀ ଅଞ୍ଚଳରେ କାମ ବନ୍ଦ କରିଛନ୍ତି କୋରାପୁଟ ଜିଲ୍ଲା ରେଲୱେ ଜମିହରା ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 21, 2019, 5:34 AM IST

Updated : May 21, 2019, 8:50 AM IST

କୋରାପୁଟ: ବିଭିନ୍ନ ଦାବି ନେଇ ରେଳ ପୋଇ କାମ ବନ୍ଦ କଲେ କୋରାପୁଟ ଜିଲ୍ଲା ରେଲୱେ ଜମିହରା ସଂଘ । ସୋମବାର କୋରାପୁଟ ଜିଲ୍ଲା ଦେଇ ବିଶାଖାପାଟଣା ଠାରୁ କିରଣ୍ଡୋଲ ଏବଂ କୋରାପୁଟ ଠାରୁ ରାୟଗଡା ପର୍ଯ୍ୟନ୍ତ ବିଛାଯାଇଥିବା ରେଳପୋଇ ଉପରେ ଓ ନିକଟବର୍ତ୍ତୀ ଅଞ୍ଚଳରେ କାମ ବନ୍ଦ କରିଛନ୍ତି କୋରାପୁଟ ଜିଲ୍ଲା ରେଲୱେ ଜମିହରା ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ଅନୁଯାୟୀ, କିଛିଦିନ ତଳେ ଅବିଭକ୍ତ କୋରାପୁଟରେ ଜମି ହରାଇଥିବା 3ହଜାର 575 ଜଣଙ୍କ ପରିବାରରୁ ଜଣକୁ ଚାକିରୀ, ଜମି ଅଧିଗ୍ରହଣର ପୁନଃ ନିର୍ଦ୍ଧାରଣ ତଥା ବର୍ତ୍ତମାନ ବଜାରରେ ଚାଲୁଥିବା ଦରରେ କ୍ଷତିପୂରଣ ଦାବିରେ କୋରାପୁଟ ଜିଲ୍ଲା ରେଲୱେ ଜମିହରା ସଂଘ ରେଳ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ସଂଘର ସଭାପତି ଜଳନ୍ଧର ଖିଲ ଅଭିଯୋଗ କରିଛନ୍ତି ।

ଏହି ଅଣଦେଖାର ବିରୋଧ କରି ସଂଘ ପକ୍ଷରୁ କେକେ ଓ କେଆର ଲାଇନରେ ଦାବି ପୂରଣ ନହେବା ଯାଏଁ କାର୍ଯ୍ୟ ବନ୍ଦର ଡାକରା ଦେଇଥିବା ସେ ଜଣାଇଛନ୍ତି । ଏପଟେ ଅଘଟଣ ନ ଘଟିବା ଉଦ୍ଦେଶ୍ୟରେ ପୋଲିସ ପରିସ୍ଥିତିକୁ ପାଖରୁ ନଜର ରଖିଥିବା କୋରାପୁଟ ଟାଉନ ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
Last Updated : May 21, 2019, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.