କୋରାପୁଟ: ବର୍ତ୍ତମାନ କୋରାପୁଟ ଦେଇ କୌଣସି ନୂତନ ରେଳ ଚଳାଚଳ କରିବାର ଯୋଜନା ନାହିଁ । ଗତକାଲି ଜିଲ୍ଲା ଗସ୍ତରେ ଆସି ଏଭଳି କହିଛନ୍ତି ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ । ଏଥିସହ କୋରାପୁଟ ଅଞ୍ଚଳ ଗସ୍ତ କରି ରେଲଓ୍ବେ ସମ୍ପର୍କୀତ ଲୋକଙ୍କ ସମସ୍ୟା ଶୁଣିଥିଲେ ସେ । ତେବେ ରେଳଷ୍ଟେସନର ସମସ୍ୟାକୁ ଲୋକେ ଅଭିଯୋଗ କରିଥିବା ବେଳେ ସମସ୍ୟାର ସମାଧାନ କରାଯିବା ନେଇ କହିଥିଲେ ଅନୁପ କୁମାର ଶତପଥୀ ।
ଯେଉଁ ସମସ୍ୟାର ସମାଧାନ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ହୋଇପାରିବ ସେ ତାଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରଚେଷ୍ଟା କରାଯିବା ବୋଲି କହିଥିଲେ ଏଥିସହ ଅନ୍ୟାନ୍ୟ ସମସ୍ୟା ଗୁଡିକ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ