ETV Bharat / state

ରେଲୱେ ପ୍ରଶାସନର ଜିଦ ଭାଙ୍ଗିବାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ପହଞ୍ଚିଲା ମାମଲା

କୋରାପୁଟ ସହର ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥରେ ଗାଡିମଟର ଚଳାଚଳରେ ସୁବିଧା ଆଣିବା ପାଈଁ ପ୍ରସ୍ତାବିତ ବାଇପାସ ମାମଲା । ମୁଖ୍ୟ ଶାସନ ସଚିବଙ୍କ ନିକଟରେ ପହଞ୍ଚିଲା ମାମଲା । ନିକଟରେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନିକଟରେ ଉଠାଯାଇଛି । ଏନେଇ କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ ...

railway bypass road issue of Koraput
ରେଲୱେ ପ୍ରଶାସନର ଜିଦକୁ ଭାଙ୍ଗିବାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ପହଞ୍ଚିଲା ମାମଲା
author img

By

Published : Jun 1, 2021, 9:10 PM IST

Updated : Jun 2, 2021, 9:37 AM IST

କୋରାପୁଟ: ସହରର ପ୍ରସ୍ତାବିତ ବାଇପାସ ମାମଲା । ମୁଖ୍ୟ ଶାସନ ସଚିବଙ୍କ ନିକଟରେ ପହଞ୍ଚିଲା ମାମଲା । ଏନେଇ କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ନିକଟରେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନିକଟରେ ଉଠାଯାଇଛି । ଏହାକୁ ରେଳବାଇ ସହ କଥାବାର୍ତ୍ତା କରି କରାଯିବ ବୋଲି ମୁଖ୍ୟ ସଚିବ କହିଥିବା ଜଣାପଡିଛି ।

ରେଲୱେ ପ୍ରଶାସନର ଜିଦକୁ ଭାଙ୍ଗିବାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ପହଞ୍ଚିଲା ମାମଲା

ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ଗାଡିମଟର ଚଳାଚଳରେ ସୁବିଧା ଆଣିବା ପାଈଁ ପ୍ରସ୍ତାବିତ ବାଇପାସ ରାସ୍ତା ରେଳବାଇ କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ବାରମ୍ବାର ଧକ୍କା ଖାଇବାରେ ଲାଗିଛି । ଗତ ବର୍ଷ ପ୍ରଥମାର୍ଦ୍ଧରେ ରେଳବାଇ କଲୋନୀ ନିକଟରେ ପ୍ରସ୍ତାବିତ ବାଇପାସକୁ ରେଳବାଇ କଲୋନୀ ବାସିନ୍ଦା ଓ କର୍ମଚାରୀ ସଂଘ ବିରୋଧ କରୁଛନ୍ତି ବୋଲି ରେଳବାଇ କର୍ତ୍ତୃପକ୍ଷ କହିବା ଫଳରେ ଜିଲ୍ଲା ପ୍ରଶାସନ ତରଫରୁ କଲୋନୀଠାରୁ ଦୂରରେ ଆଉ ଏକ ବାଟ ଦେଖାଇଦିଆଯାଇଥିଲା । କିନ୍ତୁ ତାର କିଛି ମାସ ପରେ କୋରାପୁଟରେ ଅନୁଷ୍ଠିତ ଜିଲ୍ଲା ବିକାଶ ବୈଠକ , ଦିଶାରେ ଯୋଗ ଦେଇଥିବା ବରିଷ୍ଠ ରେଳ କର୍ମଚାରୀ ପୁଣିଥରେ ଅମଙ୍ଗ ହେବା ଯୋଗୁଁ ସଭାର ସଭାପତିତ୍ବ କରୁଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସମେତ କୋରାପୁଟ ଓ ଲକ୍ଷ୍ମୀପୁର ବିଧାୟକ ଏବଂ ତତ୍କାଳୀନ ଜିଲ୍ଲାପାଳ ମଧୁସୂଦନ ମିଶ୍ର ରେଳବାଇ କର୍ତ୍ତୃପକ୍ଷଙ୍କ ଏପରି ଟାଳଟୁଳ ନୀତିକୁ ତୀବ୍ର ଭାବେ ନାପସନ୍ଦ କରିଥିଲେ । ତେଣୁ ସେ ଦିନର ନିଷ୍ପତ୍ତି କ୍ରମେ ଗତ ନଭେମ୍ବର ମାସରେ ତତ୍କାଳୀନ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୁଣିଥରେ ରେଳବାଇ, ଜାତୀୟ ରାଜପଥ ବିଭାଗ ଓ କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ପୁନର୍ବାର ଜାଗା ମପାଯାଇଥିଲା ।

ପ୍ରସ୍ତାବିତ ବାଇପାସ ରାସ୍ତା ରେଳବାଇ କଲୋନୀ ଠାରୁ ରେଳବାଇ କର୍ତ୍ତୃପକ୍ଷଙ୍କ ଆବଶ୍ୟକତାଠାରୁ ଅଧିକ ଦୂରରେ ଥିବା କଥା ସ୍ପଷ୍ଟ ହୋଇଥିଲେହେଁ ରେଳବାଇର ନିଷ୍ପତ୍ତି ନେଲା ଭଳି କୌଣସି ଅଧିକାରୀ ଉପସ୍ଥିତ ନଥିବା ଯୋଗୁଁ ସେଦିନର ମାପ ରିପୋର୍ଟ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ବାଇପାସକୁ ନେଇ ରେଳବାଇ କର୍ତୃପକ୍ଷ ଟାଳଟୁଳ ନୀତି ପ୍ରଦର୍ଶନ କରି ସମୟ ଗଡାଉଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନ ,ଜାତୀୟ ରାଜପଥ ବିଭାଗ , ସ୍ଥାନୀୟ ବିଧାୟକ ତଥା ସାଂସଦ ରେଳ କର୍ତୃପକ୍ଷ ଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ନୀରବ ରହିବାକୁ ନେଇ ଜଣ ସାଧାରଣଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ଦେଖାଦେଇଛି । ଦିନଙ୍କୁ ଦିନ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ଗହଳି ବୃଦ୍ଧି ପାଇ ଜୀବନ ଯାତ୍ରା ବିପଦ ସଙ୍କୁଳ ହୋଇଉଠିଥିବା ବେଳେ ପ୍ରଶାସନିକ ସ୍ଥାଣୁତା ଓ ରାଜନୈତିକ ନିଷ୍କ୍ରିୟତା ରେଳବାଇ କର୍ତୃପକ୍ଷଙ୍କ ତରଫରୁ ଇଞ୍ଚେ ଜମି ମଧ୍ୟ ନ ଦେବାର ଜିଦକୁ ବେଶ ସୁହାଇଛି ବୋଲି କ୍ଷୋଭ ପ୍ରକାଶ ପାଇଛି ।

ତେବେ ବର୍ତମାନ ଏହି ମାମଲାକୁ ଗତକାଲି କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ପାଖରେ ଉପସ୍ଥାପନା କରାଯାଇଥିବା ଜିଲ୍ଲାପାଳ ଅବଦଲ ମହମ୍ମଦ ଅକ୍ତର କହିଛନ୍ତି । ମହାପାତ୍ର ରେଳ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କ ସହିତ ଚର୍ଚା କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରେଳବାଇ କଲୋନୀ ଠାରୁ ପ୍ରସ୍ତାବିତ ରାସ୍ତାଟି ସୁରକ୍ଷିତ ଦୂରତାରେ ଥିବା ଯୋଗୁଁ ରେଲୱେ କର୍ତୃପକ୍ଷଙ୍କ ପକ୍ଷେ ଜମି ଛାଡିବା କଷ୍ଟ ହେବ ନାହିଁ । ତଥାପି ସେମାନେ ଛାଡୁଥିବା ଜମି ବଦଳରେ ଅନ୍ୟ ସ୍ଥାନରେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କୁ ଜମି ଯୋଗାଇଦିଆଯିବାର ପ୍ରସ୍ତାବ ମଧ୍ୟ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଏ ସଂକ୍ରାନ୍ତରେ ଏକ ବୈଠକ ଜିଲ୍ଲାପାଳଙ୍କ ସଭାକକ୍ଷରେ ସମ୍ପାଦିତ ହୋଇଥିବା ଜାତୀୟ ରାଜପଥ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ମହାଳି କହିଛନ୍ତି । ତେବେ ବର୍ତମାନ ମଧ୍ୟ ଯଦି ରେଳବାଇ କର୍ତୃପକ୍ଷ ବାଇପାସ ରାସ୍ତା ନିର୍ମାଣରେ ବାଧା ଉପୁଯାଇବା ପାଇଁ ଚେଷ୍ଟା କଲେ କୋରାପୁଟରେ ରେଳ ଚଳାଚଳକୁ ବନ୍ଦ କରିଦିଆଯିବ ବୋଲି ପୂର୍ବତନ ବିଧାୟକ ନିମାଇଁଚରଣ ସରକାର ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Last Updated : Jun 2, 2021, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.