ETV Bharat / state

ଶିକ୍ଷାନୁଷ୍ଠାନ ସୁରକ୍ଷା ଚିନ୍ତା, ଜୟପୁରରେ ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ

କେତେ ସୁରକ୍ଷିତ ଶିକ୍ଷାନୁଷ୍ଠାନ ? ଆକସ୍ମିକ ଦୁର୍ଘଟଣାର କିପରି ମୁକାବିଲା କରନ୍ତି ଛାତ୍ରଛାତ୍ରୀ ? ସେ ନେଇ ଯାଞ୍ଚ କରିଛି ଜୟପୁର ଅଗ୍ନିଶମ ବିଭାଗର 6ଟି ଟିମ ।

author img

By

Published : Jun 12, 2019, 8:18 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, କୋରାପୁଟ

କୋରାପୁଟ: ଶିକ୍ଷାନୁଷ୍ଠାର ସୁରକ୍ଷା ନେଇ ତତ୍ପର ଜୟପୁର ଅଗ୍ନିଶମ ବିଭାଗ । ବିଭାଗ ପକ୍ଷରୁ 6ଟି ଟିମ ସହରର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟ ଓ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଚଢାଉ କରି ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ତେବେ ଏହି ସବୁ ଅନୁଷ୍ଠାନରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କୋରାପୁଟ

ଛାତ୍ରଛାତ୍ରୀ ନିଜ ସୁରକ୍ଷା ପାଇଁ ନିଆଁର ମୁକାବିଲା କିପରି କରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଛି । ତେବେ ଅଗ୍ନି ନିରାପତ୍ତା ପାଇଁ ଯେଉଁସବୁ ବ୍ୟବସ୍ଥା ଶିକ୍ଷାନୁଷ୍ଠାନରେ ରହିବା ଦରକାର ସେସବୁ ଏଠାରେ ରହି ନଥିବା ଜଣାପଡିଛି ।

ପ୍ରତ୍ୟେକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଉପରେ ପ୍ରଶିକ୍ଷଣ ଦିଆଯିବ ଦରକାର । ଗୋଟିଏ ମାସ ମଧ୍ୟରେ ଯଦି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନ ରୁହେ ତାହେଲେ ଏହାର ତଦାରଖ କରି ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.