ETV Bharat / state

ବଢୁଛି ମାଣ୍ଡିଆ ଚାହିଦା; ଉତ୍ପାଦନ ବୃଦ୍ଧି ପାଇଁ ଚାଲିଛି ପ୍ରୟାସ

ମାଣ୍ଡିଆର ଗୁରୁତ୍ବ ଓ ଚାହିଦାକୁ ଦେଖି କୋରାପୁଟ କୃଷି ବିଭାଗ ଅଧିକ ଅମଳ ପାଇଁ ନେଇଛି ପଦକ୍ଷେପ ।

author img

By

Published : Aug 27, 2019, 7:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ମାଣ୍ଡିଆ ’ ଏହା ହେଉଛି ଏକ ବିଶ୍ବସ୍ତର ଖାଦ୍ୟ । ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲାରେ ଏହା ବହୁଳ ଭାବେ ଚାଷ ହୋଇଥାଏ । ଏହି ମାଣ୍ଡିଆରେ ଆଦିବାସୀ ମାନେ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ବର୍ତମାନ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ମାଣ୍ଡିଆ ବିସ୍କୁଟ ମଧ୍ୟ ପ୍ରସ୍ତୁତ ହେଲାଣି । ଆଦିବାସୀଙ୍କ ବ୍ୟତିତ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ମାଣ୍ଡିଆ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଏକ ଆବଶ୍ୟକତା ପାଲଟି ଯାଇଥିବା ଯୋଗୁଁ ପାରମ୍ପରିକ ପଦ୍ଧତିରେ ଅମଳ ହେଉଥିବା ମାଣ୍ଡିଆ , ବଜାରର ଚାହିଦା ମେଣ୍ଟାଇ ପାରୁନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେଣୁ ବର୍ତ୍ତମାନ ଚାଷୀ ଅଧିକ ଅମଳକ୍ଷମ ମାଣ୍ଡିଆ ବିହନଓ ଚାଷ କରିବାର ଉନ୍ନତ ମାନର ପଦ୍ଧତି ଆବଶ୍ୟକତା କରୁଛି । ଚାଷୀଙ୍କ ଏହି ଆବଶ୍ୟକତାକୁ ପୁରଣ କରିବା ପାଇଁ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ମିଲେଟ ମିଶନ । ଜିଲ୍ଲା କୃଷି ବିଭାଗ ଓ କୋରାପୁଟ ଫାର୍ମର୍ସ ଆସୋସିଏସନର ମିଳିତ ଉଦ୍ୟମରେ ଚାଷୀଙ୍କୁ ସଘନ ପ୍ରଣାଳୀ ବା( ଏସଏମଆଇ) ମାଧ୍ୟମରେ ଚାଷୀଙ୍କୁ ସହଯୋଗ କରାଯାଇଛି ।

ଏଥିପାଇଁ ଚଳିତ ବର୍ଷ ଜିଲ୍ଲାର ମସ୍ତିପୁଟ ପଞ୍ଚାୟାତ ଅନ୍ତର୍ଗତ ବାସୁପୁଟ ଗ୍ରାମର ରଘୁନାଥ ନାୟକଙ୍କ ଜମିରେ ଦଶ ପ୍ରକାର ବିଭିନ୍ନ କିସମର ମାଣ୍ଡିଆକୁ 30 ଗୋଟି ବିଲ(ଖେତ)ରେ ପରୀକ୍ଷା ମୂଳକ ଭାବେ ଚାଷ କରାଯାଇଛି । ଏହି ଚାଷରେ ୯ ପ୍ରକାରର ଦେଶୀ ବିହନ ରହିଥିବା ବେଳେ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ନୂତନ ବିହନକୁ ମଧ୍ୟ ସାମିଲ କରାଯାଇଛି ବୋଲି କହିଛନ୍ତି ଚାଷୀ ରଘୁନାଥ ।

ଏହି ପରୀକ୍ଷା ମୂଳକ ଚାଷରେ ଯେଉଁ ବିହନ ଅଧିକ ଅମଳ ହେବ ସେହି ବିହନକୁ ସଂରକ୍ଷିତ ରଖି ଜିଲ୍ଲାର ଅନ୍ୟଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷକ ସଂଘର ସଂପାଦକ । କୋରାପୁଟ ଜିଲ୍ଲାର 61 ପ୍ରତିଶତ ଭାଗ ଢିପ ଜମି ଓ ସେଥିରେ ମାଣ୍ଡିଆ ଜାତୀୟ ଫସଲ ସର୍ବୋତ୍କୃଷ୍ଟ ହୋଇଥିବା ଯୋଗୁଁ ଜିଲ୍ଲା କୃଷି ବିଭାଗ ମଧ୍ୟ ତତ୍ପରତା ପ୍ରକାଶ କରିଥିବା ଜିଲ୍ଲା କୃଷି ଅଧିକାରୀ ସୁବ୍ରତ ରଥ କହିଛନ୍ତି । ୨୦୧୭ ରେ ଜିଲ୍ଲାର ୭ଟି ବ୍ଲକରେ ଆରମ୍ଭ ହୋଇଥିବା ସଘନ ପ୍ରଣାଳୀରେ ମାଣ୍ଡିଆ ଚାଷ ୨୦୧୮ ବେଳକୁ ୨୫୦୦ ହେକ୍ଟର ରେ ୬୪୭୮ ଚାଷୀ ଉପକୃତ ହୋଇଛନ୍ତି ।

କୋରାପୁଟ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଚାଷୀଙ୍କ ମନରେ ଖୁସି ଭରିଦେଵ ସଘନ ପ୍ରଣାଳୀରେ ମାଣ୍ଡିଆ ଚାଷ ।
ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପ୍ରିୟର ଖାଦ୍ୟ ତଥା ଆଦିବାସୀ ଜନଜାତିଙ୍କ ମୁଖ୍ୟ ଖାଦ୍ୟ ହେଉଛି ମାଣ୍ଡିଆ । ଘରେ ଘରେ ମାଣ୍ଡିଆକୁ ଜାଉ ଭାବରେ ଓ ଚାଉଳ ସହ ମିଶାଇ ମାଣ୍ଡିଆ ଭାତ ଭାବରେ ଖାଇବା ସହ ଏଥିରେ ଗୁଡ଼ ପକାଇ ତମ୍ପା ଭଳି ହାଲୁଆ ଜାତୀୟ ଖାଦ୍ୟ ଓ ମାଣ୍ଡିଆ ରେ ତିଆରି ମିଠା ଚକୁଳି ପ୍ରଭୃତି ପ୍ରସ୍ତୁତ କରିଥାନ୍ତି । ବର୍ତମାନ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ମାଣ୍ଡିଆ ବିସ୍କୁଟ ମଧ୍ୟ ପ୍ରସ୍ତୁତ ହେଲାଣି । ଆଦିବାସୀଙ୍କ ସହିତ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ମାଣ୍ଡିଆ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଏକ ଆବଶ୍ୟକତା ପାଲଟି ଯାଇଥିବା ଯୋଗୁଁ ପାରମ୍ପରିକ ପଦ୍ଧତିରେ ଅମଳ ହେଉଥିବା ମାଣ୍ଡିଆ , ବଜାରର ଚାହିଦା ମେଣ୍ଟାଇ ପାରୁନାହିଁ ।Body:ତେଣୁ ବର୍ତମାନ ଚାଷୀ ଅଧିକ ଅମଳ କ୍ଷମ ମାଣ୍ଡିଆ ବିହନ ଓ ଚାଷ କରିବାର ଉନ୍ନତ ମାନର ପଦ୍ଧତି ଆବଶ୍ୟକତା କରୁଛି । ଚାଷୀଙ୍କ ଏହି ଆବଶ୍ୟକତାକୁ ପୁରଣ କରିବା ପାଇଁ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ମିଲେଟ ମିଶନ । ଜିଲ୍ଲା କୃଷି ବିଭାଗ ଓ କୋରାପୁଟ ଫାର୍ମର୍ସ ଆସୋସିଏସନ (କେଏଫଏ) ର ମିଳିତ ଆନୁକୂଲ୍ୟରେ ଚାଷୀଙ୍କୁ ସଘନ ପ୍ରଣାଳୀ ( ଏସଏମଆଇ) ମାଧ୍ୟମରେ ଚାଷୀଙ୍କୁ ସହଯୋଗ କରିବା ସହ ଚଳିତ ବର୍ଷ ମସ୍ତିପୁଟ ପଂଚାୟତ ଅନ୍ତର୍ଗତ ବାସୁପୁଟ ଗ୍ରାମରେ ରଘୁନାଥ ନାୟକଙ୍କ ଜମିରେ ଦଶଟି ବିଭିନ୍ନ କିସମର ମାଣ୍ଡିଆକୁ ତିରିଶିଟି କିଆରୀରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଛି । ଏଥିରେ ୯ ପ୍ରକାରର ଦେଶୀ ବିହନ ରହିଥିବା ବେଳେ ସରକାରଙ୍କ ଦ୍ୱାରା ଯୋଗାଇଦିଆଯାଇଥିବା ନୂତନ ବିହନ କୁ ସ୍ଥାନ ଦିଆଯାଇଛି ବୋଲି ରଘୁନାଥ ଜଣାଇଛନ୍ତି । ଏହି ପରୀକ୍ଷାରେ ସବୁଠାରୁ ଭଲ ଫସଲର ସଂକେତ ଦେଇଥିବା କିଆରୀର ବିହନକୁ ସଂରକ୍ଷଣ କରି ଜିଲ୍ଲାର ଅଧିକ ଚାଷୀଙ୍କୁ ଯୋଗାଇଦିଆଜିବାର ଯୋଜନା ରହିଥିବା କେଏଫଏ ର ସମ୍ପାଦକ ଶରତ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । କୋରାପୁଟ ଜିଲ୍ଲାର ୬୧% ଭାଗ ଢେପ ଜମି ଓ ସେଥିରେ ମାଣ୍ଡିଆ ଜାତୀୟ ଫସଲ ସର୍ବୋତ୍କୃଷ୍ଟ ହୋଇଥିବା ଯୋଗୁଁ ଜିଲ୍ଲା କୃଷି ବିଭାଗ ମଧ୍ୟ ତତ୍ପରତା ପ୍ରକାଶ କରିଥିବା ଜିଲ୍ଲା କୃଷି ଅଧିକାରୀ ସୁବ୍ରତ ରଥ ଜଣାଇଛନ୍ତି । ୨୦୧୭ ରେ ୭ଟି ବ୍ଲକ ରେ ଆରମ୍ଭ ହୋଇଥିବା ସଘନ ପ୍ରଣାଳୀରେ ମାଣ୍ଡିଆ ଚାଷ ୨୦୧୮ ବେଳକୁ ୨୫୦୦ ହେକ୍ଟର ରେ ୬୪୭୮ ଚାଷୀଙ୍କୁ ଉପକୃତ କରିପାରିଛି । Conclusion:ଚଳିତ ବର୍ଷ ମିଲେଟ ମିଶନ ମାଧ୍ୟମରେ ଚାଷୀ ୯୦୦୦ କ୍ୱିଣ୍ଟାଲ ମାଣ୍ଡିଆ ବିକ୍ରି କରିପାରିଛନ୍ତି ଏବଂ ବର୍ତମାନ ଉନ୍ନତ ବିହନ ବାଛିବା ପାଈଁ ବାସୁପୁଟରେ କରାଯାଇଥିବା ପରୀକ୍ଷା ଫଳରେ କୋରାପୁଟ ଜିଲ୍ଲାରେ ମାଣ୍ଡିଆ ଚାଷ ର ବ୍ୟାପକତା ବୃଦ୍ଧି ପାଇବ ବୋଲି ଶ୍ରୀ ରଥ ଜଣାଇଛନ୍ତି ।
N.B.Please give a look at the two visuals .One is the current one with field and the other one is file with Ragi
........
Byte :ରଘୁନାଥ ନାୟକ , ଚାଷୀ
Byte : ଶରତ ପଟ୍ଟନାୟକ , ସମ୍ପାଦକ , କେଏଫଏ
Byte : ସୁବ୍ରତ ରଥ , କୃଷି ଅଧିକାରୀ

P2C : ଶାନ୍ତାକାର
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.