ETV Bharat / state

ଘରେ ଘରେ ବଢୁଛି ମାଣ୍ଡିଆର ଆଦର, ଅଧିକ ଉତ୍ପାଦନ ପାଇଁ ନୂତନ ଜ୍ଞାନକୌଶଳ ଆବଶ୍ୟକ - ମାଣ୍ଡିଆ ପ୍ରତି ଆଗ୍ରହ

ରାଜ୍ୟରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଉଥିଲେ ମଧ୍ୟ ମାଣ୍ଡିଆର ଚାହିଦା କିନ୍ତୁ ଢେର ଅଧିକ । ଅଧିକ ପୃଷ୍ଟିସାର ଥିବାରୁ ଲୋକଙ୍କ ମାଣ୍ଡିଆ ପ୍ରତି ଆଗ୍ରହ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । ତେଣୁ ମାଣ୍ଡିଆ ପାଇଁ ଯଦି ନୂତନ କୌଶଳ ପ୍ରଚଳନ କରାଯାଏ, ତେବେ ଚାଷୀ ଉତ୍ପାଦନ ବୃଦ୍ଧି କରିବାରେ ସକ୍ଷମ ହୋଇପାରିବ । ଅଧିକ ପଢନ୍ତୁ...

ଘରେ ଘରେ ବଢୁଛି ମାଣ୍ଡିଆର ଆଦର
ଘରେ ଘରେ ବଢୁଛି ମାଣ୍ଡିଆର ଆଦର
author img

By

Published : Dec 28, 2020, 7:38 PM IST

କୋରାପୁଟ: ମାଣ୍ଡିଆ । ଟିକେ ଖାଇଦେଲେ ପେଟ ଶାନ୍ତି, ଆଉ ମନ ବି ଶାନ୍ତି । ଏହାର ଚାହିଦା ବି ବେଶ ଅଧିକ । ଶୁଷ୍କ ମାଟିର ସୁନା ବୋଲାଉଥିବା ମାଣ୍ଡିଆର ସ୍ବାଦ ଯିଏ ନଚାଖିଛି ସେ ଜାଣିନି । ତେବେ ଏହାର ଚାଷ ଆଉ ଦେଖିବାକୁ ମିଳୁନଥିବାବେଳେ କୋରାପୁଟରେ କିନ୍ତୁ ଏହା ଅନେକ ଚାଷୀଙ୍କ ଜୀବିକା ପାଲଟିଛି । ଅନେକଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଉଛି । ଏହାସହ ଏଥିରେ ପୃଷ୍ଟିସାର ଥିବାରୁ ଲୋକଙ୍କ ମାଣ୍ଡିଆ ପ୍ରତି ଆଗ୍ରହ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । କୋରାପୁଟର ପାର୍ବତ୍ୟ ଅଞ୍ଚଳରେ ମାଣ୍ଡିଆର ପ୍ରକାରଭେଦ ଓ ଆଦିବାସୀଙ୍କ ପାଖରେ ଥିବା ଜ୍ଞାନ କୌଶଳକୁ ଦେଖିଲେ ଏହି ଅଞ୍ଚଳ ଧାନ ଭଳି ମାଣ୍ଡିଆର ମଧ୍ୟ ଜନ୍ମସ୍ଥଳୀ ହୋଇଥିବା ଅନୁମାନ କରାଯାଏ । ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳ ସଞ୍ଚୟକାରୀ ଓ ମରୁଡି ସହନଶୀଳ ହୋଇଥିବା ଯୋଗୁଁ ଜଳବାୟୁର ପରିବର୍ତ୍ତନକୁ ସହଜରେ ଆଦରି ନେଇପାରେ ।

ଘରେ ଘରେ ବଢୁଛି ମାଣ୍ଡିଆର ଆଦର

ଆଦିବାସୀ ପରିବାରର ମୂଳ ଖାଦ୍ୟ ଭାବେ ମାଣ୍ଡିଆ ପିତୃପୁରୁଷଙ୍କ ସମୟଠାରୁ ଆରମ୍ଭ କରି ଆଜିର ପିଢ଼ି ପର୍ଯ୍ୟନ୍ତ ମାନ୍ୟତା ପାଇ ଆସିଥିବା ବେଳେ ବର୍ତ୍ତମାନ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ମଧ୍ୟ ଏହା ଆଦୃତ ହୋଇଥିବା ଯୋଗୁଁ ମାଣ୍ଡିଆ ଚାଷର ବ୍ୟାପକତା ଓ ଗୁରୁତ୍ୱ ବୃଦ୍ଧି ପାଇଥିବା ମାଣ୍ଡିଆ ଚାଷୀ ମତ ରଖିଛନ୍ତି ।

ମାଣ୍ଡିଆ ଚାଷର ଏହି ବ୍ୟାପକତାକୁ ଆଖି ଆଗରେ ରଖି ଚାଷୀଙ୍କଠାରୁ ଜିଲ୍ଲା ପ୍ରଶାସନ ଚଳିତ ବର୍ଷ 72 ହଜାର କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ରଖିଛି । ଗତବର୍ଷ କୋରାପୁଟ ଜିଲ୍ଲାରେ 32 ହଜାର କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ କରି ରେକର୍ଡ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ 47 ଟି ମଣ୍ଡି ମାଧ୍ୟମରେ ମାଣ୍ଡିଆ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କୋରାପୁଟ ଫାର୍ମରସ୍ ଆସୋସିଏସନର ସମ୍ପାଦକ । ଗତବର୍ଷ ଚାଷୀ ମାଣ୍ଡିଆର ଦାମ କିଲୋ ପିଛା 31.50 ଟଙ୍କା ପାଇଥିବା ବେଳେ ଚଳିତ ବର୍ଷ କିଲୋ ପିଛା 32.95 ଟଙ୍କା ପାଉଥିବାରୁ ଚାଷୀ ମଧ୍ୟ ଉତ୍ସାହିତ ହୋଇଉଠିଛି । ନିକଟ ଅତୀତରେ କୋରାପୁଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ଚାଷୀଙ୍କ ପଞ୍ଜିକରଣ କାର୍ଯ୍ୟ ନଭେମ୍ବର ମାସ 4 ତାରିଖରୁ ଆରମ୍ଭ ହୋଇଯାଇଥିବା ବେଳେ ଏହା ଡିସେମ୍ବର ମାସ 31 ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଫାର୍ମରସ୍ ଆସୋସିଏସନର ସମ୍ପାଦକ ଜଣାଇଛନ୍ତି ।

ବର୍ତ୍ତମାନ ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ଶିଶୁଙ୍କ ପୌଷ୍ଟିକ ଖାଦ୍ୟ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ସେ ସ୍ତରରେ ମଧ୍ୟ ମାଣ୍ଡିଆର ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ବ୍ୟାପକ ପ୍ରଚଳନ କରାଗଲେ ଶିଶୁଙ୍କ ଖାଦ୍ୟରେ ପୁଷ୍ଟିସାର ବୃଦ୍ଧି ଦିଗରେ ରଖାଯାଇଥିବା ଲକ୍ଷ୍ୟ ସାଧନ କରିବା ସହଜ ହୋଇପାରନ୍ତା । ତେବେ ମାଣ୍ଡିଆ ତଳି ରୋପିବାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଚାଷୀକୁ ଅନେକ କଷ୍ଟ କରିବାକୁ ପଡିଥାଏ । ତେଣୁ ଧାନ ଅମଳ ସମୟରେ ନୂତନ କୌଶଳ ବ୍ୟବହାର ଭଳି ମାଣ୍ଡିଆ ପାଇଁ ଯଦି ନୂତନ କୌଶଳ ପ୍ରଚଳନ କରାଯାଏ, ତେବେ ଚାଷୀ ଉତ୍ପାଦନ ବୃଦ୍ଧି କରିବାରେ ସକ୍ଷମ ହୋଇପାରିବ ବୋଲି ମତ ରଖିଛନ୍ତି ଚାଷୀ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.